Get Updates
Get notified of breaking news, exclusive insights, and must-see stories!

92 ପ୍ରତିଶତ ଲୋକ ନେଇ ନାହାଁନ୍ତି କୋଭିଡ ଟିକା ର ବୁଷ୍ଟର ଡୋଜ !

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତର ପ୍ରାୟ 92 ପ୍ରତିଶତ ଲୋକ ଏପର୍ଯ୍ୟନ୍ତ କୋଭିଡ ଟିକାର ବୁଷ୍ଟର ଡୋଜ୍ ନେଇନାହାଁନ୍ତି । ଭାରତରେ ପ୍ରାୟ 594 ମିଲିୟନ ବୟସ୍କ ଲୋକ ଅଛନ୍ତି ଯେଉଁମାନେ କରୋନା ଟିକାର ବୁଷ୍ଟଟ ଡୋଜ ନେବାରେ ବିଳମ୍ବ କରିଛନ୍ତି ।

ନୂଆଦିଲ୍ଲୀ : କରୋନା ଭାଇରସର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟୀକାକରଣ ହେଉଛି ଏକମାତ୍ର ଉପାୟ । କିନ୍ତୁ ବୁଷ୍ଟର ଡୋଜ୍ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ସରକାରୀ ଆକଳନ ସାମ୍ନାକୁ ଆସିଛି । ଯାହା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଜେ ପ୍ରକାଶ କରିଛି ।

corona vaccine

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତର ପ୍ରାୟ 92 ପ୍ରତିଶତ ଲୋକ ଏପର୍ଯ୍ୟନ୍ତ କୋଭିଡ ଟିକାର ବୁଷ୍ଟର ଡୋଜ୍ ନେଇନାହାଁନ୍ତି । ଏହି ପରିସଂଖ୍ୟାନ ଅନୁଯାୟୀ, ଭାରତରେ ପ୍ରାୟ 594 ମିଲିୟନ ବୟସ୍କ ଲୋକ ଅଛନ୍ତି ଯେଉଁମାନେ କରୋନା ଟିକାର ବୁଷ୍ଟଟ ଡୋଜ ନେବାରେ ବିଳମ୍ବ କରିଛନ୍ତି ।

ଏହି ପରିସଂଖ୍ୟାନ ଅନୁଯାୟୀ, 92% ଭାରତୀୟ ବର୍ତ୍ତମାନ କୋଭିଡ -19 ଟିକାର ତୃତୀୟା ତଥା ବୁଷ୍ଟର ଡୋଜ ନେବା ଆବଶ୍ୟକତା ରହିଛି । ଏହି ତଥ୍ୟ ପରେ ହିଁ ବୁଧବାର ଦିନ 75 ଦିନିଆ ମାଗଣା ଟୀକାକରଣ ଘୋଷଣା କରାଯାଇଛି ଯାହା ଦ୍ୱାରା ଅଧିକରୁ ଅଧିକ ଲୋକ ବୁଷ୍ଟର ଡୋଜ ପାଇ ସୁରକ୍ଷିତ ହୋଇପାରିବେ ।
ସମସ୍ତ ବୟସ୍କଙ୍କ ପାଇଁ କୋଭିଡ -19 ଠାରୁ ରକ୍ଷା କରିବା ପାଇଁ ବୁଷ୍ଟର ଡୋଜ ପ୍ରଚଳନ ହେବାର ଠିକ୍ 95 ଦିନ ପରେ ସରକାରଙ୍କ ଏହି ଆକଳନ ଆସିଛି । ଜନସାଧାରଣଙ୍କ ମଧ୍ୟରେ ବୁଷ୍ଟର ଡୋଜକୁ ପ୍ରୋତ୍ସାହିତ କରିବା ପାଇଁ ନିକଟ ଅତୀତରେ ଦ୍ୱିତୀୟ ପ୍ରମୁଖ ନୀତି ଘୋଷଣା କରାଯାଇଥିଲା । ଜୁଲାଇ 6 ରେ, ଦ୍ୱିତୀୟ ଡୋଜ ଏବଂ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନକୁ ନଅରୁ ଛଅ ମାସକୁ ହ୍ରାସ କରିବାକୁ ସରକାର ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+