ହଜାରେ ତଳକୁ ଖସିଲା କରୋନା ଦୈନିକ ସଂକ୍ରମଣ ମାମଲା, ଗତ 24 ଘଣ୍ଟାରେ 913 ରୋଗୀ ଚିହ୍ନଟ
ଗତ 24 ଘଣ୍ଟାରେ ସାରା ଦେଶରେ 913 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 13 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଏହି ସମୟରେ 1316 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭାଇରସ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣରେ ଆଖିଦୃଶିଆ ହ୍ରାସ ହୋଇ ହଜାରେ ତଳୁ ଖସି ଆସିଛି । ଏଥିସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ 913 ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 13 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଏହି ସମୟରେ 1316 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ ଦେଶରେ ମୋଟ 12 ହଜାର 597 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।
ନୂଆ ତଥ୍ୟ ପ୍ରକାଶ ପାଇବା ପରେ ସାରା ଦେଶରେ ଏଯାବତ୍ ମୋଟ 4 କୋଟି 30 ଲକ୍ଷ 29 ହଜାର 044 ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ 4 କୋଟି 24 ଲକ୍ଷ 95 ହଜାର 089 ଜଣ ସୁସ୍ଥ ହୋଇସାରିଛନ୍ତି । ନୂଆ ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୃକଙ୍କ ସଂଖ୍ୟା 5 ଲକ୍ଷ 21 ହଜାର 358 ରେ ପହଞ୍ଚିଛି ।
ସେହିପରି ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 184 କୋଟି 70 ଲକ୍ଷ 83 ହଜାର 279 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି 2 ଲକ୍ଷ 84 ହଜାର 073 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications