ଓମିକ୍ରନ୍ କବଳରେ ଦିଲ୍ଲୀ : ଗତ 2 ଦିନରେ ପରୀକ୍ଷା ହୋଇଥିବା ନମୁନାର 84% ଓମିକ୍ରନ୍

ଗତ ଦୁଇ ଦିନ ମଧ୍ୟରେ ଦିଲ୍ଲୀରେ ପରୀକ୍ଷା କରାଯାଇଥିବା ସମସ୍ତ କରୋନା ନମୁନା ମଧ୍ୟରୁ 84 ପ୍ରତିଶତ ନମୁନାରେ ଓମିକ୍ରନ୍ ଭାରିଆଣ୍ଟ ବୋଲି ଚିହ୍ନଟ ହୋଇଛି ।

ନୂଆଦିଲ୍ଲୀ : ସାରା ଦେଶରେ ବର୍ତ୍ତମାନ କରୋନା ଭାଇରସର ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ହେଉଥିବା ପରିଲକ୍ଷିତ ହେଉଛି । ଏହା ସହିତ କରୋନାର ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ର ମଧ୍ୟ ବିପଦ ବଢିବାରେ ଲାଗିଛି । ଏଥି ମଧ୍ୟରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୋମବାର କହିଛନ୍ତି ଯେ ଗତ ଦୁଇ ଦିନ ମଧ୍ୟରେ ଦିଲ୍ଲୀରେ ପରୀକ୍ଷା କରାଯାଇଥିବା ସମସ୍ତ କରୋନା ନମୁନା ମଧ୍ୟରୁ 84 ପ୍ରତିଶତ ନମୁନାରେ ଓମିକ୍ରନ୍ ଭାରିଆଣ୍ଟ ବୋଲି ଚିହ୍ନଟ ହୋଇଛି । ସେ କହିଛନ୍ତି ଯେ ଡିସେମ୍ବର 30-31 ର ଜିନୋମ ସିକ୍ୱେନ୍ସିଂ ରିପୋର୍ଟରେ 84 ପ୍ରତିଶତ ମାମଲା ଓମିକ୍ରନ୍ ଭାରିଆଣ୍ଟ ।

Satyendra Kumar Jain

ଆପଣଙ୍କୁ କହି ରଖୁଛୁ ଯେ ଓମିକ୍ରନ୍ ଭାରିଆଣ୍ଟ ଭାରତ ସମେତ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି । ଓମିକ୍ରନ୍ ଭାରିଆଣ୍ଟ ଭାରତର 23 ଟି ରାଜ୍ୟରେ ବିସ୍ତାର କରିଛି । ଓମିକ୍ରନ୍ ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର ଯେଉଁଠାରେ ଏପର୍ଯ୍ୟନ୍ତ ଏହି ଭାରିଆଣ୍ଟର 510 ଟି ମାମଲା ରେକର୍ଡ କରାଯାଇଛି, ତା'ପରେ ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ, ଯେଉଁଠାରେ 351 ଟି ମାମଲା ରୁଜୁ ହୋଇଛି ।

ବିଧାନସଭାରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ରାଜଧାନୀର ଡାକ୍ତରଖାନାଗୁଡ଼ିକରେ ଡାକ୍ତରୀ କର୍ମଚାରୀଙ୍କ ଅଭାବ ନାହିଁ । ସେ କହିଛନ୍ତି ଯେ ଡିସେମ୍ବର 30 ଏବଂ 31 ର ଜିନୋମ ସ୍ୱିକ୍ୱେନ୍ସିଂ ରିପୋର୍ଟରେ, ଯାହା ତିନୋଟି ଲାବୋରେଟୋରୀରୁ ବାହାରିଛି, 84% ନମୁନାରେ ଓମିକ୍ରନ୍ ଭାରିଆଣ୍ଟ ଥିବା ଜଣାପଡିଛି ।

ଉଲ୍ଲେଖନୀୟ ବିଷୟ ହେଉଛି, ରବିବାର ଦିନ ଦିଲ୍ଲୀରେ 3,194 ଟି କରୋନା ମାମଲା ରିପୋର୍ଟ ହୋଇଛି, ଯାହା ଶନିବାର ଦିନ ତୁଳନାରେ 15 ପ୍ରତିଶତ ଅଧିକ । ଏହି ସମୟରେ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏହା ସହ ଦିଲ୍ଲୀର କରୋନାରୁ ମୃତ୍ୟୁ ସଂଖ୍ୟା 25,109 କୁ ବୃଦ୍ଧି ପାଇଛି ।

ସତ୍ୟନ୍ଦ୍ର ଜୈନ ଗୃହକୁ କହିଛନ୍ତି ଯେ ଯଦିଓ ଦିଲ୍ଲୀରେ କରୋନା ମାମଲା ବଢୁଛି, କିନ୍ତୁ ଏହାର ଲକ୍ଷଣ ସାଂଘାତିକ ନ ଥିବାରୁ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଏହି ଭାରିଆଣ୍ଟରେ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନାହିଁ । ସୋମବାର ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ, ଦିଲ୍ଲୀରେ 4000 ନୂତନ କରୋନା ମାମଲା ଏବଂ ରାଜ୍ୟରେ କରୋନାଭାଇରସ୍ ପଜିଟିଭିଟି ହାର 6.5 ପ୍ରତିଶତ ରହିଛି । ଜୈନ କହିଛନ୍ତି ଯେ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀରେ କରୋନା ମାମଲା ଶିଖରରେ ପହଞ୍ଚିବ, କିନ୍ତୁ ଏପର୍ଯ୍ୟନ୍ତ ଏହା କେବଳ ଏକ ଆକଳନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+