ଯୋଶୀମଠ ଭୂମି ଦବିବା ମାମଲା, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲେ SDRF ର 8 ଟି ଦଳ, ଆଲର୍ଟ ରହିଛି ସେନା
ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ SDRF ର ଆଠଟି ଦଳ ନିୟୋଜିତ ହୋଇଛନ୍ତି । ବୈଦ୍ୟୁତିକ ତାର ଏବଂ ପୋଲର ସୁରକ୍ଷା ପାଇଁ 2.14 କୋଟି ଟଙ୍କା ଜାରି କରାଯାଇଛି । ଏହା ବ୍ୟତୀତ NDRF ର ଦୁଇଟି ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି ।
ଦେହରାଦୁନ୍ : ଉତ୍ତରାଖଣ୍ଡ ଚାମୌଲି ଜିଲ୍ଲାରେ ଯୋଶୀମଠରେ ଭୂମି ଦବିବା ପରେ 700 ରୁ ଅଧିକ ପରିବାରର ଅସ୍ତିତ୍ୱ ବିପଦରେ ପଡିଛି । ଭୂମି ଦବିବା ପରେ ଅନେକ ଘର ଓ ହୋଟେଲରେ ଫାଟ ଦେଖାଦେଇଛି । ଏହା ପରେ ବିପଦରେ ଥିବା ଏହି ଘର ଓ ହୋଟେଲ ଗୁଡ଼ିକୁ ପ୍ରଶାସନ ଭାଙ୍ଗିବା କାମ ଆରମ୍ଭ କରିଛି । ଏହା ବ୍ୟତୀତ ଅସୁରକ୍ଷିତ ଅଞ୍ଚଳ ଭାବେ ଘୋଷଣା ହୋଇଥିବା ସ୍ଥାନରୁ ପ୍ରଶାସନ ଲୋକଙ୍କୁ ସ୍ଥାନାନ୍ତର କରୁଛି । ସ୍ଥାନାନ୍ତର ହୋଇଥିବା ଲୋକଙ୍କୁ ପ୍ରଶାସନ ଭତ୍ତା ଦେଉଛି ।

ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇ ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ରଣଜିତ କୁମାର ସିହ୍ନା କହିଛନ୍ତି ଯେ ଏପର୍ଯ୍ୟନ୍ତ ତିନି ପରିବାରକୁ 4000 ଟଙ୍କାର ଘର ଭଡା ଯୋଗାଇ ଦିଆଯାଇଛି । ଅନ୍ୟ ପରିବାରମାନଙ୍କୁ ମଧ୍ୟ ଅନୁକମ୍ପା ରାଶି ଦିଆଯିବ । ଏଥି ସହିତ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ SDRF ର ଆଠଟି ଦଳ ନିୟୋଜିତ ହୋଇଛନ୍ତି । ବୈଦ୍ୟୁତିକ ତାର ଏବଂ ପୋଲର ସୁରକ୍ଷା ପାଇଁ 2.14 କୋଟି ଟଙ୍କା ଜାରି କରାଯାଇଛି । ଏହା ବ୍ୟତୀତ NDRF ର ଦୁଇଟି ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି ।
ସିହ୍ନା ଏହା ମଧ୍ୟ କହିଛନ୍ତି ଯେ ଯଦି କୌଣସି ପରିସ୍ଥିତି ଉପୁଜେ ତେବେ ସେନା ହେଲିକପ୍ଟର ଷ୍ଟାଣ୍ଡବାଇରେ ଅଛି । ଆମର ହେଲିକପ୍ଟର ମଧ୍ୟ ଷ୍ଟାଣ୍ଡବାଇରେ ଅଛି । ସେନା ୟୁନିଟ୍ ମଧ୍ୟ ପ୍ରସ୍ତୁତ ଅଛି । ଯୋଶୀମଠ ଲୋକଙ୍କୁ ବଞ୍ଚାଇବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହାପୂର୍ବରୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ମୁଁ ବ୍ୟବସାୟିକ ସଂଗଠନ, ନିର୍ବାଚିତ ପ୍ରତିନିଧୀ ଇତ୍ୟାଦିଙ୍କୁ ଭେଟିଛି ଏବଂ ସେମାନଙ୍କୁ ସମସ୍ତ ସାହାଯ୍ୟ ଯୋଗାଇଦେବା କଥା କହିଛି । ମଧ୍ୟବର୍ତ୍ତୀକାଳୀନ ସହାୟତା ଭାବରେ ଆମେ ଲୋକଙ୍କ ଆକାଉଣ୍ଟକୁ 1.5 ଲକ୍ଷ ଟଙ୍କା ପଠାଉଛୁ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications