ଉତ୍ତର ପ୍ରଦେଶ ହମିରପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 8 ଜଣଙ୍କର ମୃତ୍ୟୁ
ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବର୍ଷର ଶିଶୁ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଛି । 7 ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ଲକ୍ଷ୍ନୌ : ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବର୍ଷର ଶିଶୁ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଛି । 7 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ କାନପୁରକୁ ପଠାଯାଇଛି । ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି ।

ସୂଚନାନୁସାରେ, ଏହି ଦୁର୍ଘଟଣା ମୌଦହା ପୋଲିସ୍ ଷ୍ଟେସନ ଅଞ୍ଚଳର ମକରାଓଁ ଗ୍ରାମ ନିକଟ ହାମିରପୁରର ଜାତୀୟ ରାଜପଥ 34 ରେ ଘଟିଛି । ପିକଅପ୍ ଏବଂ ଅଟୋ ମଧ୍ୟରେ ପ୍ରବଳ ଧକ୍କା ହୋଇଥିବା ବେଳେ 8 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ଅଧିକାରୀ କହିଛନ୍ତି ।
ହମିରପୁର ଡିଏମ ଚନ୍ଦ୍ର ଭୂଷଣ ତ୍ରିପାଠୀ କହିଛନ୍ତି ଯେ ପିକଅପ୍ ଏବଂ ଅଟୋରେ 15 ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି । ଏଥିମଧ୍ୟରୁ 3 ଜଣଙ୍କୁ କାନପୁରକୁ ସ୍ତାନାନ୍ତର କରାଯାଇଛି । ମୃତ ବ୍ୟକ୍ତି ମାନେ ଇମିଲିଆ ଗାଁର ଶ୍ୟାମବାବୁ (55) ପୁଅ ତିଜୱା, ଝିଅ ରାଗିଣୀ, ଦୀପଞ୍ଜଳି, ରାଜେଶ ଭର୍ମାଙ୍କ ପ୍ରହଲ୍ଲାଦ ବୋଲି ଜଣାପଡ଼ିଛି । ଅନ୍ୟ ମୃତ ବ୍ୟକ୍ତିଙ୍କ ଚିହ୍ନଟ କରାଯାଉଛି ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହମିରପୁର ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସିଏମ୍ କାର୍ଯ୍ୟାଳୟରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମା ଶାନ୍ତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।












Click it and Unblock the Notifications