ଲକ୍ଷ୍ମୀପୁର ଖେରୀରେ ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କାରେ 8 ଜଣଙ୍କର ମୃତ୍ୟୁ, 25 ଆହତ
: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 08 ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷରେ 25 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
ଲକ୍ଷ୍ମୀପୁର ଖେରୀ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 08 ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷରେ 25 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ରାଜ୍ୟ ମୁଖ୍ୟ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯାଇ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଦେବାକୁ ପରାମର୍ଶ ଦେଇଛନ୍ତି ।
ବୁଧବାର ସକାଳେ ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ଇସାନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ଶାରଦା ନଦୀ ବ୍ରିଜରେ ଏହି ଦୁର୍ଘଟଣା ଘଟିଛି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ପ୍ରାୟ 50 ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ୍ ବୁଧବାର ସକାଳ ପ୍ରାୟ 7.30 ସମୟରେ ଧୌରାହରାରୁ ଲକ୍ଷ୍ମୀପୁରକୁ ଆସୁଥିଲା । ଏହି ସମୟରେ ଲକ୍ଷ୍ମୀପୁର ପାର୍ଶ୍ୱରୁ ବହରାଇଚ ଅଭିମୁଖେ ଯାଉଥିବା ଏକ ଟ୍ରକ ସହିତ ଶାରଦା ନଦୀର ସେତୁ ଉପରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ଲକ୍ଷ୍ମୀପୁର ଖେରୀ ଏଡିଏମ ସଞ୍ଜୟ କୁମାର ସିଂହ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଘରୋଇ ବସ୍ରେ ଯାତ୍ରା କରୁଥିବା 8 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । 25 ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏଥି ସହ ଦୁର୍ଘଟଣାର ସୂଚନା ପାଇଥିବା ପୋଲିସ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।












Click it and Unblock the Notifications