ବିନା ନିଷ୍କର୍ସରେ ସରିଲା କୃଷକ-ସରକାରଙ୍କ ସପ୍ତମ ପର୍ଯ୍ୟାୟ ଆଲୋଚନା : ପରବର୍ତ୍ତୀ ବୈଠକ ଜାନୁଆରୀ 8ରେ

ଶେଷ ହୋଇଛି କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ଆଲୋଚନା । ଏହା ଏକ ପ୍ରକାର ବିଫଳ ହୋଇଛି । ସୋମବାର ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କୌଣସି ଠୋସ୍ ଫଳାଫଳ ବାହାରିପାରି ନାହିଁ ।

ନୂଆଦିଲ୍ଲୀ : ଶେଷ ହୋଇଛି କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ଆଲୋଚନା । ଏହା ଏକ ପ୍ରକାର ବିଫଳ ହୋଇଛି । ସୋମବାର ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କୌଣସି ଠୋସ୍ ଫଳାଫଳ ବାହାରିପାରି ନାହିଁ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ସମ୍ପର୍କରେ ଆଜିର ଏହି ବୈଠକରେ ଦୁଇ ପକ୍ଷର ଆଲୋଚନା ମାଧ୍ୟମରେ କୌଣସି ନିଷ୍କର୍ସ ବାହାରିବା ନେଇ ଆଶା କରାଯାଉଥିଲା । କିନ୍ତୁ ଏହା ବିଫଳ ହୋଇଛି । ଏହାର ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଜାନୁଆରୀ 8 ତାରିଖ ଅପରାହ୍ନ 2ଟାରେ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, କୃଷକ ସଙ୍ଗଠନ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଅଟଳ ରହିଥିଲେ । ଏହା ପରେ କେନ୍ଦ୍ରସରକାରଙ୍କ ମନ୍ତ୍ରୀମାନେ ଆଉ ଥରେ କୃଷକ ସଙ୍ଗଠନର ପ୍ରତିନିଧିମାନଙ୍କ ସହ କଥା ହେବେ ବୋଲି କହିଛନ୍ତି ।

Farmer-Govt-7th-round

ସୋମବାର ବୈଠକରେ ୩ଟି ଯାକ କୃଷି ଆଇନରେ ସଂଶୋଧନ ଆଣିବା ଲାଗି ସରକାରଙ୍କ ପକ୍ଷରୁ ମିଳିତ କମିଟି ଗଠନ ପାଇଁ କୃଷକ ପ୍ରତିନିଧିମାନଙ୍କୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସେମାନେ ଏହାକୁ ଖାରଜ କରିଦେଇଥିଲେ । ମିଳିତ କମିଟି ଗଠନ ଦିଗରେ କୃଷକ ପ୍ରତିନିଧିମାନେ ସହମତି ପ୍ରକାଶ କରି ନ ଥିଲେ। ଆଇନ ପ୍ରତ୍ୟାହାର ହିଁ ସେମାନଙ୍କର ଏକମାତ୍ର ଜିଦ୍ ଥିଲା । ତେଣୁ ବୈଠକରେ କୌଣସି ନିଷ୍କର୍ସ ବାହାରିପାରି ନାହିଁ ।

ସରକାରଙ୍କ ମନ୍ତ୍ରୀଙ୍କ ସହ ଆଲୋଚନା ପରେ କୃଷକ ନେତା ରାକେଶ ଟିକୈତ୍ କହିଛନ୍ତି, ଜାନୁୟାରୀ 8ତାରିଖରେ ପୁଣିଥରେ ସରକାରଙ୍କ ସହ ଆଲୋଚନା କରାଯିବ । ସେହି ବୈଠକରେ ତିନୋଟି କୃଷି ଆଇନ ପ୍ରତ୍ୟାହାର ଏବଂ ଏମଏସପି ପ୍ରସଙ୍ଗରେ ପୁଣି ଆଲୋଚନା ହେବ । ଆଇନର ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଘରକୁ ଫେରିବୁ ନାହିଁ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଥିବା ନେଇ ରାକେଶ କହିଛନ୍ତି ।

Farmer-govt-7th-round

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂତୋମାର କହିଛନ୍ତି ଯେ ଆମେ ଏହି ତିନୋଟି ନିୟମ ବିଷୟରେ କୃଷକମାନଙ୍କ ସହ ସମ୍ପୂର୍ଣ୍ଣ ଆଲୋଚନା କରିବାକୁ ଚାହୁଁଛୁ । କିନ୍ତୁ କୃଷକମାନେ ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିବାକୁ ଆମେ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିଲୁ ନାହିଁ । ଆଜିର ଆଲୋଚନା ପରେ ଆମେ ଆଶା କରୁଛୁ ଯେ ପରବର୍ତ୍ତୀ ଆଲୋଚନା ସମୟରେ ଆମେ ଏକ ସିଦ୍ଧାନ୍ତରେ ପହଞ୍ଚିବୁ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ।

ଏହି ବୈଠକରେ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଆମକୁ ଦେଶର ଅନ୍ୟ ରାଜ୍ୟର କୃଷକମାନଙ୍କ ସହ କଥାବାର୍ତ୍ତା କରିବାକୁ ପଡିବ କାରଣ ଆମକୁ ଦେଶର ଅନ୍ୟ ଚାଷୀଙ୍କ ଆଗ୍ରହ ମଧ୍ୟ ଦେଖିବାକୁ ପଡ଼ିବ । ଅନେକ ରାଜ୍ୟର କୃଷକ ଏବଂ ସଂଗଠନ ଏହି ତିନୋଟି ନିୟମକୁ ସମର୍ଥନ କରୁଛନ୍ତି । ଏହା କୃଷକମାନଙ୍କୁ ଉପକୃତ କରିବ ବୋଲି ସେମାନଙ୍କ ବିଶ୍ୱାସ ରହିଛି । ସେମାନଙ୍କ ସହିତ ଆଲୋଚନା କରିବା ପରେ ଏହାର ନିଷ୍ପତ୍ତି ନିଆଯାଇପାରିବ । ତେଣୁ ଜାନୁଆରୀ 8 ରେ ଅନ୍ୟ ଏକ ବୈଠକ ରଖାଯାଇଛି । ଅପରପକ୍ଷରେ ଚାଷୀମାନେ କହିଛନ୍ତି, 'ଦୁଇ ହାତରେ ତାଳି ବାଜେ ।'

'ତୁମ ତୁମ ଖାଦ୍ୟ ଖାଅ, ଆମେ ଆମ ଖାଦ୍ୟ ଖାଇବୁ '

ବୈଠକର ମଧ୍ୟାହ୍ନ ଭୋଜନ ବିରତି ସମୟରେ ଉପସ୍ଥିତ ମନ୍ତ୍ରୀମାନେ ମଧ୍ୟାହ୍ନ ଭୋଜନ ପାଇଁ କୃଷକସଙ୍ଗଠନର ପ୍ରତିନିଧମାନଙ୍କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ କୃଷକ ସଙ୍ଗଠନ ସରକାରଙ୍କ ଖାଦ୍ୟଖାଇବାକୁ ସିଧା ସିଧା ମନା କରିଦେଇଥିଲେ । କୃଷକ ସଙ୍ଗଠନ କହିଥିଲେ, 'ତୁମ ତୁମ ଖାଦ୍ୟ ଖାଅ, ଆମେ ଆମ ଖାଦ୍ୟ ଖାଇବୁ ।'

ଆନ୍ଦୋଳନରେ ପାରାଣ ହରାଇଥିବା ଚାଷୀଙ୍କ ପାଇଁ ନୀରବ ପ୍ରାର୍ଥନା

ବୈଠକ ଆରମ୍ଭରୁ ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କୁ ମନ୍ତ୍ରୀ, ଅଧିକାରୀ ଏବଂ କୃଷକ ପ୍ରତିନିଧିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାଣ ହରାଇଥିବା କୃଷକଙ୍କ ଉଦ୍ଦେଶ୍ୟରେ 2 ମିନିଟ୍‌ ନୀରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା । ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+