କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର, ଡିଏ ବୃଦ୍ଧି ନେଇ ଆଜି ଆସିପାରେ ନିଷ୍ପତ୍ତି
ମାର୍ଚ୍ଚ 17 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇପାରେ । ଯେଉଁଥିରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅନୁମୋଦନ ମିଳିପାରେ ।

ନୂଆଦିଲ୍ଲୀ : ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀ ମାନେ ଗତ କିଛି ମାସ ହେବ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧିକୁ ଅପେକ୍ଷା କରିଛନ୍ତି । ଏହା ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ କେନ୍ଦ୍ର ସରକାର ଡିଏକୁ ଚାରି ପ୍ରତିଶତ ବୃଦ୍ଧି କରି ହୋଲି ଉପହାର ଦେଇପାରନ୍ତି । କିନ୍ତୁ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ତେବେ ବର୍ତ୍ତମାନ ଖବର ଆସୁଛି ଯେ ଆଜି ହେବାକୁ ଥିବା କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧିକୁ କେନ୍ଦ୍ର ସରକାର ଅନୁମୋଦନ କରିପାରନ୍ତି ।
ଖବର ଅନୁଯାୟୀ ମାର୍ଚ୍ଚ 17 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇପାରେ । ଯେଉଁଥିରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅନୁମୋଦନ ମିଳିପାରେ । କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏକୁ 4 ପ୍ରତିଶତ ବୃଦ୍ଧି କରିପାରିବେ ବୋଲି ବିଶ୍ୱାସ ରହିଛି । ମାର୍ଚ୍ଚ ପହିଲାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି ସମ୍ପର୍କରେ ସହମତି ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ସରକାରୀ ଭାବେ ଘୋଷଣା କରାଯାଇ ନାହିଁ ।
ଆଜିର କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି ସମ୍ପର୍କରେ ଯଦି ଘୋଷଣା କରାଯାଏ, ତେବେ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଡିଏ 42 ପ୍ରତିଶତକୁ ବୃଦ୍ଧି ପାଇବ । ବର୍ତ୍ତମାନ କର୍ମଚାରୀମାନେ 38 ପ୍ରତିଶତ ଡିଏ ପାଉଛନ୍ତି । ଯଦି ଆଜି ଏ ନେଇ ନିଷ୍ପତ୍ତି ପ୍ରକାଶ ପାଏ ତେବେ 47 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ 68 ଲକ୍ଷ ପେନସନଭୋଗୀ ସିଧାସଳଖ ଲାଭ ପାଇବେ । ତାଙ୍କର ଦରମା ଏବଂ ପେନସନ୍ ବୃଦ୍ଧି ପାଇବ ।
ଶେଷ ଥର 28 ସେପ୍ଟେମ୍ବର 2022 ରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରିଥିଲେ । ଏହା 1 ଜୁଲାଇ 2022 ରୁ କାର୍ଯ୍ୟକାରୀ ହୋଇଥିଲା । ଯଦି ଆଜି 4 ପ୍ରତିଶତ DA ବୃଦ୍ଧି ଘୋଷଣା କରାଯାଉଛି, ତେବେ ଜାନୁଆରୀ ପହିଲା 2023 ରୁ ଏହା ଲାଗୁ ହେବ । କର୍ମଚାରୀମାନେ ଅପ୍ରେଲରେ ବେତନରେ ତିନି ମାସର ବକେୟା ରାଶି ପାଇବେ ।
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI-IW ଇଣ୍ଡେକ୍ସ) ଆଧାରରେ ଡିଏ ବୃଦ୍ଧି କରାଯାଏ । ସୂତ୍ର ଅନୁଯାୟୀ, ବୃଦ୍ଧଇ ପରେ ଡିଏ 42.37 ପ୍ରତିଶତ ହୋଇପାରେ ।












Click it and Unblock the Notifications