75th Republic Day: ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ, ଦିଲ୍ଲୀ ରୁ ପଲ୍ଲୀ ଚାରିଆଡ଼େ ଉତ୍ସାହର ମାହୋଲ
75th Republic Day: ଆଜି ସାରା ଦେଶରେ ପଳନ ହେଉଛି 75 ତମ ସାଧାରଣତନ୍ତ୍ର ଦିବସ । ସାରା ଦେଶରେ ଦେଖିବାକୁ ମିଳିଛି ଉତ୍ସାହ ଓ ଉଦ୍ଦୀପନା । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଦିନ ।

ଭାରତ ସ୍ୱାଧୀନ ହେବା ପରେ ସମ୍ବିଧାନ ସଭା ଗଠନ ହୋଇଥିଲା । 1947 ମସିହା ଡିସେମ୍ବର 9 ତାରିଖରୁ ସମ୍ବିଧାନ ସଭା ନିଜର କାମ ଆରମ୍ଭ କରିଥିଲା । ବିଶ୍ୱର ସବୁଠୁ ବଡ଼ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ 2 ବର୍ଷ 11 ମାସ 18 ଦିନ ଲାଗିଥିଲା । ଶେଷରେ 1979 ନଭେମ୍ବର 26 ତାରିଖ ଦିନ ଚିଠା ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ଗୃହୀତ ହେଲା । ଜାନୁଆରୀ 26 ରେ ଏହା ଲାଗୁ ହୋଇଥିଲା ।
1950 ମସିହା ଜାନୁୟାରୀ 26 ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହେବା ସହ ଭାରତ ଏକ ସାର୍ବଭୌମତ୍ୱ ଗଣତନ୍ତ୍ର ରାଷ୍ଟ୍ର ରୂପେ ପରିଗଣିତ ହୋଇଥିଲା । ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି ।
ସାଧାରଣତନ୍ତ୍ର ଦିବସରେ ଦେଶର ସମସ୍ତ ସ୍କୁଲ୍, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଏ । ଏହି ରାଷ୍ଟ୍ରୀୟ ପର୍ବ ଦିନ ଦିଲ୍ଲୀରେ ଆୟୋଜିତ ହୁଏ ସ୍ୱତନ୍ତ୍ର ପ୍ୟାରେଡ୍ । ଏଥିରେ ସ୍ଥଳ,ବାୟୁ ଓ ନୌସେନାର ଯବାନମାନେ ଅଂଶଗ୍ରହଣ କରି ସେମାନଙ୍କ ଅଦମ୍ୟ ସାହସ ପ୍ରଦର୍ଶନ କରିଥାଆନ୍ତି । ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରନ୍ତି । ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିର ଝଲକ ଏହି ପ୍ୟାରେଡ୍ରେ ପ୍ରଦର୍ଶନ କରାଯାଏ । 1954 ପର୍ଯ୍ୟନ୍ତ ସାଧାରଣତନ୍ତ୍ର ଦିବସ ଲାଲକିଲ୍ଲାରେ ଓ ରାମଲୀଲା ମୈଦାନରେ ଆୟୋଜିତ ହେଉଥିଲା । 1955 ପରଠାରୁ ଏହା କର୍ତ୍ତବ୍ୟପଥରେ ଆୟୋଜିତ ହେଉଛି ।












Click it and Unblock the Notifications