ସ୍ୱାଧୀନତା ଦିବସରେ ଏଥର ସଶସ୍ତ୍ର ବାହିନୀକୁ ମିଳିବ ମେଡାଲ

ସ୍ୱାଧୀନତା ଦିବସର 75 ତମ ବାର୍ଷିକୀ ଅବସରରେ ଭାରତୀୟ ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAFP) ର ସଦସ୍ୟମାନଙ୍କୁ ନୂତନ ଭାବେ ନିର୍ମିତ ସ୍ୱତନ୍ତ୍ର ପଦକ ପ୍ରଦାନ କରାଯିବ ।

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସର 75 ତମ ବାର୍ଷିକୀ ଅବସରରେ ଭାରତୀୟ ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAFP) ର ସଦସ୍ୟମାନଙ୍କୁ ନୂତନ ଭାବେ ନିର୍ମିତ ସ୍ୱତନ୍ତ୍ର ପଦକ ପ୍ରଦାନ କରାଯିବ । ନୂତନ ପଦକ ଆଗରେ ଅଶୋକା ସ୍ତମ୍ଭ ଏବଂ ପଛରେ ଅଶୋକା ଚକ୍ର ରହିବ । ସରକାରୀ ବିଜ୍ଞପ୍ତି ଅନୁଯାୟୀ ଏହି ସ୍ୱତନ୍ତ୍ର ପଦକଗୁଡିକ ତମ୍ବା ଏବଂ ନିକେଲ ମିଶ୍ରିତ ଧାତୁରେ ନିର୍ମିତ । ପଦକ ପିଛା 96 ଟଙ୍କା ଖର୍ଚ୍ଚ ସଂପୃକ୍ତ ରାଜ୍ୟ ସରକାର ବହନ କରିବେ ।

armed forces

ଭାରତରେ ପ୍ରତି 25 ବର୍ଷରେ ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀକୁ ଏଭଳି ପଦକ ପ୍ରଦାନ କରିବାର ପରମ୍ପରା ରହିଛି । ଭାରତ ସ୍ୱାଧୀନତାର 50 ତମ ବାର୍ଷିକୀରେ ଶେଷ ଥର 15 ଅଗଷ୍ଟ 1997 ରେ ଏହି ପଦକ ଦିଆଯାଇଥିଲା ।

1997 ରେ ସଶସ୍ତ୍ର ବାହିନୀକୁ ପ୍ରଦାନ କରାଯାଇଥିବା ପଦକରେ ଲାଲକିଲ୍ଲାର ପ୍ରତୀକ ଥିଲା । ଯେଉଁଥିରେ 'ସ୍ୱାଧୀନତାର 50 ତମ ବାର୍ଷିକୀ 1947-1997' ଲେଖାଥିଲା । ପଛ ଭାଗରେ ଭାରତର ମାନଚିତ୍ର ରହିଥିଲା । ସେନା, ନୌସେନା ଏବଂ ବାୟୁସେନା, ଟେରିଟେରାଲ୍ ଆର୍ମି, ଅନ୍ୟାନ୍ୟ ରିଜର୍ଭ ଫୋର୍ସ, ରେଳ ପୋଲିସ୍ ଫୋର୍ସ, ପାରାମିଲିଟାରୀ ଫୋର୍ସ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ସଂଗଠନ ଏବଂ ଅଗ୍ନିଶମ ସେବା ସମେତ ସମସ୍ତ କର୍ମୀଙ୍କୁ ଏହି ପଦକ ପ୍ରଦାନ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+