ପ୍ରତିବନ୍ଧକ ହ୍ରାସ ହେବା ସହିତ ବୃଦ୍ଧି ପାଉଛି ଅବହେଳା, ମାସ୍କ ବ୍ୟବହାରରେ 74% ହ୍ରାସ ପାଇଥିବା ଅନୁମାନ
ମାସ୍କ ବ୍ୟବହାରରେ ଆମେ 74 ପ୍ରତିଶତ ହ୍ରାସକୁ ସିଧାସଳଖ ଆଶା କରୁଛୁ । କରୋନା ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ମାସ୍କ ବ୍ୟବହାରରେ ହୋଇଥିବା ହ୍ରାସକୁ ରୋକିବା ସହ ଲୋକମାନେ ଏହାକୁ ପୂର୍ବ ପରି ବ୍ୟବହାର କରିବା ଉଚିତ୍ ।
ନୂଆଦିଲ୍ଲୀ : କରୋନା ଭାଇରସରୁ ରକ୍ଷା କରିବା ପାଇଁ ପ୍ରତିବନ୍ଧକ କୋହଳ ହେବା ସହିତ ସଂକ୍ରମଣ ସମ୍ବନ୍ଧରେ ଲୋକଙ୍କ ମଧ୍ୟରେ ଅନେକ ଅସାବଧାନତା ଦେଖାଦେଇଛି । ଶୁକ୍ରବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ସହିତ ଏହି ଅବହେଳାର ଚିତ୍ର ଉପସ୍ଥାପନ କରିଛି । ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କରୋନା ପ୍ରତିବନ୍ଧକରେ କୋହଳ ହେବା ପରେ ଦେଶରେ ମାସ୍କର ସାମଗ୍ରିକ ବ୍ୟବହାରରେ ତୀବ୍ର ହ୍ରାସ ଘଟିଛି । ଏ ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍ ହଟାଯିବା ପରେ ଦେଶରେ ମାସ୍କର ବ୍ୟବହାର ପ୍ରାୟ 74 ପ୍ରତିଶତ ହ୍ରାସ ପାଇଥିବା ନେଇ ଆଶା କରାଯାଉଛି ।

ଲବ ଅଗ୍ରୱାଲ ଆହୁରି ମଧ୍ୟ କହିଛନ୍ତି, 'ଯଦି ଆମେ ବିଶ୍ଳେଷଣକୁ ଦେଖିବା, ତେବେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହେବା ସହିତ ମାସ୍କ ବ୍ୟବହାରରେ ମଧ୍ୟ ଏକ ବଡ଼ ହ୍ରାସ ହୋଇଛି । କରୋନା ମହାମାରୀକୁ ରୋକିବା ପାଇଁ ଆମେ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ଭାବରେ ମାସ୍କକୁ ଗ୍ରହଣ କରିବା ଉଚିତ୍ । ମାସ୍କ ବ୍ୟବହାରରେ ଆମେ 74 ପ୍ରତିଶତ ହ୍ରାସକୁ ସିଧାସଳଖ ଆଶା କରୁଛୁ । କରୋନା ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ମାସ୍କ ବ୍ୟବହାରରେ ହୋଇଥିବା ହ୍ରାସକୁ ରୋକିବା ସହ ଲୋକମାନେ ଏହାକୁ ପୂର୍ବ ପରି ବ୍ୟବହାର କରିବା ଉଚିତ୍ ବୋଲି ସେ କହିଛନ୍ତି ।
ପୁଣି ବଢିପାରେ ସଂକ୍ରମଣ
କରୋନା ଭାଇରସରୁ ରକ୍ଷା କରିବା ପାଇଁ ଥିବା ନିୟମରେ କୋହଳ ପ୍ରତି ସଚେତନ କରି ଲବ ଅଗ୍ରୱାଲ କହିଛନ୍ତି, 'ଗୁଗୁଲର ମୋବିଲିଟି ଇଣ୍ଡେକ୍ସ ତଥ୍ୟରୁ ଏହା ପଡ଼ିଛି ଯେ, ଯେ ମେ ଏବଂ ଜୁଲାଇ ମଧ୍ୟରେ ଜନସାଧାରଣଙ୍କ ଗତିବିଧିରେ ବୃଦ୍ଧି ଘଟିଛି । ଏଥିସହ, ଏହି ତଥ୍ୟରୁ ଜଣାପଡିଛି ଯେ ଅନେକ କ୍ଷେତ୍ରରେ କରୋନା ଆସିବା ପୂର୍ବ ଭଳି ଲୋକମାନେ ଚଳୁପ୍ରଚଳ କରୁଛନ୍ତି । ଲୋକଙ୍କ ଏହି ଆଚରଣ ପୁନର୍ବାର କରୋନା ସଂକ୍ରମଣକୁ ବଢାଇପାରେ । ଏହା ବୁଝିବା ଅତ୍ୟନ୍ତ ଜରୁରୀ ଯେ ଅର୍ଥନୈତିକ କାର୍ଯ୍ୟକଳାପରେ କୋହଳ ବଢୁଥିବାରୁ ଆମକୁ ପୂର୍ବ ପରି ମାସ୍କର ବ୍ୟବହାର ଏବଂ ସାମାଜିକ ଦୂରତାକୁ ଗ୍ରହଣ କରିବାକୁ ପଡିବ ।












Click it and Unblock the Notifications