ଅହମ୍ମଦାବାଦ ଆଇଆଇଏମରେ 70 କରୋନା ଆକ୍ରାନ୍ତ ଚିହ୍ନଟ
ଅହମ୍ମଦାବାଦର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ରେ 70 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଅହମ୍ମଦାବାଦ : ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଶର ମହାରାଷ୍ଟ୍ର ସହରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପରେ ଏବେ ଗୁଜୁରାଟ ରାଜ୍ୟରେ ସଂକ୍ରମଣ ଉଗ୍ର ରୂପ ନେଉଥିବା ଦେଖିବାକୁ ମିଳୁଛି । ଅହମ୍ମଦାବାଦର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ରେ 70 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ପଟିଆଲାର ନାଭା ଓପନ୍ ଜେଲରେ 40 ଜଣ ମହିଳା କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏବେ ସୁଦ୍ଧା ମୋଟ 47 କଏଦୀଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ସ୍ୱାସ୍ଥ୍ୟ ବିଭାଗ ମୁତାବକ ମହିଳା ୱାର୍ଡରୁ ନିୟମିତ ଭାବେ ନମୁନା ସଂଗ୍ରହ କରାଯାଉଛି, ଏବଂ ପଜିଟିଭ୍ ଚିହ୍ନଟ ହେଉଥିବା ଅନ୍ତେବାସୀଙ୍କୁ ରାଜ୍ୟର ସ୍ୱତନ୍ତ୍ର କୋଭିଡ-19 ଜେଲକୁ ସ୍ଥାନାନ୍ତର କରାଯାଉଛି ।
ଏନ୍ୟପଟେ ଦେଶରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସହ ହଜାର ହଜାର କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଗତ କିଛି ଦିନ ହେବ ପ୍ରତିଦିନ 50 ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି । ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରେ 56 ହଜାର 200 କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟାରେ 37 ହଜାର ଆକ୍ରାନ୍ତ ସୁସ୍ଥ ହୋଇଥିବା ସହ 271 ଜଣଙ୍କର କରୋନାଜିତ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ 1 କୋଟି 20 ଲକ୍ଷ 95 ହଜାର 855 ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ ରହିଛି । ସେହିପରି ଏପର୍ଯ୍ୟନ୍ତ 1 କୋଟି 13 ଲକ୍ଷ 93 ହଜାର 21ଜଣ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications