Get Updates
Get notified of breaking news, exclusive insights, and must-see stories!

ଭାଗଲପୁର : ବାଣ ତିଆରି ବେଳେ ଘରେ ବିସ୍ଫୋରଣ, ଜଣେ ଶିଶୁ ସମେତ 7 ଜଣ ମୃତ

ଏକ ଘରେ ବାଣ ତିଆରି କରିବା ସମୟରେ ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ 7 ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି ।

ଭାଗଲପୁର : ବିହାରର ଭାଗଲପୁର ଜିଲ୍ଲାରୁ ଦୁଃଖଦ ଖବର ଆସିଛି । ଏଠାରେ ଏକ ଘରେ ବାଣ ତିଆରି କରିବା ସମୟରେ ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ 7 ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି ।

ବିସ୍ଫୋରଣର ଖବର ପାଇବା ପରେ DID ଏବଂ SSP ସହିତ ବହୁ ସଂଖ୍ୟକ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

bhagalpur

ଭାଗଲପୁରର ତାତାରପୁର ପୋଲିସ ଷ୍ଟେସନ ଅଞ୍ଚଳର କାଜଭାଲିଚକ ୟତିମଖାନା ନିକଟରେ ଏହି ବିସ୍ଫୋରଣ ହୋଇଛି । ଆପଣଙ୍କୁ କହି ରଖୁଛୁ ଗତକାଲି (ମାର୍ଚ୍ଚ 03, ଗୁରୁବାର) ରାତିରେ ଯେତେବେଳେ ଲୋକମାନେ ଶୋଇବାକୁ ପ୍ରସ୍ତୁତ ହେଉଥିଲେ, ସେତେବେଳେ ଭାଗଲପୁରର ସହରାଞ୍ଚଳରେ ପ୍ରବଳ ବିସ୍ଫୋରଣ ହୋଇଥିଲା ଏବଂ ଲୋକମାନେ ଭୟଭୀତ ହୋଇଯାଥିଲେ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । କେବଳ ଏତିକି ନୁହେଁ, ଏହାର ପ୍ରଭାବରେ ଆଖପାଖରେ ଆଉ ଦୁଇଟି ଘର ମଧ୍ୟ ନଷ୍ଟ ହୋଇଯାଇଛି ।

ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ତାତାରପୁର ପୋଲିସ ଷ୍ଟେସନରୁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଧିକାରୀମାନେ ତୁରନ୍ତ ଜେସିବି ସାହାଯ୍ୟରେ ଆବର୍ଜନା ସଫା କରିବା କାର୍ଯ୍ୟ ଆରମ୍ଭ କଲେ ଏବଂ ମାଟି ତଲେ ଫସି ରହିଥିବା ଲୋକଙ୍କୁ ବାହାର କରିଥିଲେ ।
ଏହି ବିଷୟରେ ସୂଚନା ଦେଇ ଭାଗଲପୁର ଜିଲ୍ଲା ମାଜିଷ୍ଟ୍ରେଟ ସୁବ୍ରତ କୁମାର ସେନ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ସମାନହ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡିଏମ କହିଛନ୍ତି ଯେ "ଏହି ଘଟଣା ଯୋଗୁଁ 2-3-ଘର ନଷ୍ଟ ହୋଇଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପୁରା ପରିବାର ବାଣ ତିଆରି କରୁଥିଲେ, ଅଧିକ ତଦନ୍ତ ଚାଲିଛି ।"
ମନ୍ତ୍ରୀ ଶାହନାୱାଜ ହୁସେନ୍ କହିଛନ୍ତି ଯେ ଭାଗଲପୁର ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 11 ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୋଲିସ ସବୁ ଦିଗକୁ ଯାଞ୍ଚ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+