ଗଣତନ୍ତ୍ର ଦିବସ ପରେଡ୍ ରେ ସାମିଲ ହେବେ 50 ଏୟାରକ୍ରାଫ୍ଟ
ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡରେ ସ୍ୱତନ୍ତ୍ର ଭାବେ ଅଂଶ ଗ୍ରହଣ କରିବ ବାୟୁସେନା । କର୍ତ୍ତବ୍ୟ ପଥ ଆକାଶରେ 50 ଏୟାରକ୍ରାଫ୍ଟ ନିଦଜର କୌଶଳ ପ୍ରଦର୍ଶ କରିବେ । ଏହା ସହିତ ନୌ ସେନାର IL-38 ମଧ୍ୟ ପ୍ରଦର୍ଶିତ ହେବ ।
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତ ହେଉଛି ସାରା ଦେଶ । ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡରେ ସ୍ୱତନ୍ତ୍ର ଭାବେ ଅଂଶ ଗ୍ରହଣ କରିବ ବାୟୁସେନା । କର୍ତ୍ତବ୍ୟ ପଥ ଆକାଶରେ 50 ଏୟାରକ୍ରାଫ୍ଟ ନିଦଜର କୌଶଳ ପ୍ରଦର୍ଶ କରିବେ । ଏହା ସହିତ ନୌ ସେନାର IL-38 ମଧ୍ୟ ପ୍ରଦର୍ଶିତ ହେବ । ଇଭେଣ୍ଟରେ ପ୍ରଥମ ଏବଂ ବୋଧହୁଏ ଶେଷ ଥର ପାଇଁ ଏହା ପ୍ରଦର୍ଶିତ ହେବ । ଏ ନେଇ ଭାରତୀୟ ବାୟୁସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ପ୍ରଥମ ଥର ପାଇଁ ଏବଂ ବୋଧହୁଏ ଶେଷ ଥର ପାଇଁ ଗଣତନ୍ତ୍ର ଦିବସ ପାଳନ ସମୟରେ ଆଇଏଲ -38 ପ୍ରଦର୍ଶିତ ହେବ ବୋଲି ଜଣେ ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା 50 ବିମାନ ମଧ୍ୟରେ ଏହା ରହିବ । ଅଧିକାରୀଙ୍କ କହିବାନୁସାରେ, ଆଇଏଲ -38 ହେଉଛି ଭାରତୀୟ ନୌସେନାର ଏକ ସାମୁଦ୍ରିକ ବିମାନ ଯାହାକି ପ୍ରାୟ 42 ବର୍ଷ ଧରି କାର୍ଯ୍ୟ କରିଛି ।












Click it and Unblock the Notifications