ଆକାଶରେ ଦେଖିବାକୁ ମିଳିବ ବିରଳ ଦୃଶ୍ୟ, ନିକଟତର ହେବେ 5 ଗ୍ରହ

ଆଜି ଆକାଶରେ ଦେଖିବାକୁ ମିଳିବ ବିରଳ ଦୃଶ୍ୟ । ପାଞ୍ଚଟି ଗ୍ରହ ପରସ୍ପରର ଅତି ନିକଟତର ହେବେ । ଏହା ସହ ବକ୍ର ରେଖାରେ ଅବସ୍ଥାନ କରୁଥିବା ଦେଖିବାକୁ ମିଳିବ ।
ପରସ୍ପରର ନିକଟତର ହେଉଥିବା ଏହି ପାଞ୍ଚଟି ଗ୍ରହ ହେଲେ ବୃହସ୍ପତି, ବୁଧ, ଶୁକ୍ର, ୟୁରାନସ ଓ ମଙ୍ଗଳ । ସୂର୍ଯ୍ୟାସ୍ତ ପରେ ପରେ ପଶ୍ଚିମ ଦିଗରେ ଏହି ବିରଳ ଦୃଶ୍ୟ ଦେଖାଯିବ ।
ନାସାର ଆଞ୍ଚଳିକ ପରିବେଶ କାର୍ଯ୍ୟାଳୟର ନେତୃତ୍ୱ ନେଉଥିବା ବିଲ୍ କୁକ କହିଛନ୍ତି, "ଠିକ୍ ସୂର୍ଯ୍ୟାସ୍ତ ସମୟରେ କିମ୍ବା ସୂର୍ଯ୍ୟ ଅସ୍ତ ହେବା ପରେ ପଶ୍ଚିମ ଦିଗରେ ଆପଣ ଏହି ଗ୍ରହମାନଙ୍କୁ ପରସ୍ପରର ପ୍ରାୟ 50 ଡିଗ୍ରୀରେ ଥିବା ଦେଖିବାକୁ ପାଇବେ ।
କୁକ କହିଛନ୍ତି ବୃହସ୍ପତି, ଶୁକ୍ର ଏବଂ ମଙ୍ଗଳ ସହଜରେ ଦେଖାଯିବ । ବୁଧ ଏବଂ ବିଶେଷକରି ୟୁରାନସ୍ ଦେଖିବାକୁ ବାଇନୋକୁଲାର ଆବଶ୍ୟକ ହେବ ।
ବୃହସ୍ପତି ଏବଂ ବୁଧ ଗ୍ରହ ନିକଟତର ହୋଇଥିବାବେଳେ ମଙ୍ଗଳ ଚନ୍ଦ୍ର ପାଖରେ ରହିବ । ଶୁକ୍ର ନିକଟବର୍ତ୍ତୀ ହେବ ଏବଂ ୟୁରାନସ୍ ଚନ୍ଦ୍ର ଉପରେ ଏକ "ସବୁଜ ତାରା" ଭାବରେ ଦେଖାଯିବ ।
ଗତ 2022 ଜୁନରେ ସମଧରଣର ମହାଜାଗତିକ ଦୃଶ୍ୟ ପରିଲକ୍ଷିତ ହୋଇଥିଲା । ଏହି ବିରଳ ଅବସ୍ଥାନ ଖାଲି ଆଖିରେ ଦେଖାଯାଇପାରିବ । ବାଇନୋକୁଲାରରେ ଏହି ବିରଳ ଦୃଶ୍ୟ ଅତି ସ୍ପଷ୍ଟ ଭାବେ ଦେଖାଯାଇପାରିବ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications