For Quick Alerts
Turn On Notification  
For Daily Alerts
Oneindia App Download

ଚିକ୍କାବାଲାପୁରରେ ଜେଲାଟିନ୍ ଷ୍ଟିକ୍ ବିସ୍ପୋରଣ, 5 ଜଣଙ୍କର ମୃତ୍ୟୁ

କର୍ଣ୍ଣାଟକର କର୍ଣ୍ଣାଟକର ଚିକବଲପୁରରେ ଗତକାଲି ରାତିରେ ଜେଲାଟିନ୍ ଷ୍ଟିକ୍ ବିସ୍ପୋରଣ ହୋଇଛି। ଏହି ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

|

ବେଙ୍ଗାଲୁରୁ : କର୍ଣ୍ଣାଟକର କର୍ଣ୍ଣାଟକର ଚିକବଲପୁରରେ ଗତକାଲି ରାତିରେ ଜେଲାଟିନ୍ ଷ୍ଟିକ୍ ବିସ୍ପୋରଣ ହୋଇଛି। ଏହି ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଘଟଣାକୁ ସମବେଦନା ଜଣାଇବା ସହ ସରକାର ଏହି ଘଟଣାର ତଦନ୍ତ କରିବେ ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି ।

Karnataka-Blast

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୌଣସି ଏକ ଘରେ ବେଆଇନ ଭାବେ ଜେଲାଟିନ୍ ରଖାଯାଇଥିଲା । ସେହି ଘର ଉପରେ ଚଢାଉ ହେବାର ଖବର ପାଇ ଘର ମାଲିକ ସେଗୁଡ଼ିକୁ ନଷ୍ଟ କରିବାକୁ ଚେଷ୍ଟା କରିବା ସମୟରେ ବିସ୍ପୋରଣ ହୋଇଥିଲା । ଯେଉଁଥିରେ 5 ଜଣ ପ୍ରାଣ ହରାଇଛନ୍ତି ।

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Narendra-Modi

ଏହି ଘଟଣା ସମ୍ପର୍କରେ କର୍ଣ୍ଣାଟକର ଖଣି ଏବଂ ଭୂବିଜ୍ଞାନ ମନ୍ତ୍ରୀ ମୁରୁଗେଶ ନିରାନୀ ଏହି ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି, ଶିବମୋଗା ବିସ୍ଫୋରଣ ପରେ ଏଭଳି ଦୁର୍ଘଟଣା ଦୁର୍ଭାଗ୍ୟଜନକ । ସରକାର ଏହି ଘଟଣାର ଅନୁସନ୍ଧାନ କରିବେ ଏବଂ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

କର୍ଣ୍ଣାଟକ ମନ୍ତ୍ରୀଙ୍କ ତରଫରୁ କୁହାଯାଇଛି ଯେ ଖଣି ଅଞ୍ଚଳରେ ବେଆଇନ ଭାବେ ହେଉଥିବା କାର୍ଯ୍ୟକଳାପ ଉପରେ ଆମର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଯାହା ଘଟିଛି ତାହା ଅତ୍ୟନ୍ତ ଦୁଃଖଦାୟକ କିନ୍ତୁ ବେଆଇନ କାର୍ଯ୍ୟକଳାପ ବନ୍ଦ କରିବାକୁ ସରକାର ଯଥାସମ୍ଭବ ଉଦ୍ୟମ ଜାରି ରଖିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Five Persons dead in Quarry Blast In Chikkaballapur Last night.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X