ମୃତ୍ୟୁଦଣ୍ଡ ଉପରେ ଗାଇଡଲାଇନ ସ୍ଥିର କରିବେ ସୁପ୍ରିମକୋର୍ଟ, 5 ଜଣିଆ ବିଚାରପତିଙ୍କ ବେଞ୍ଚକୁ ପଠାଇଲେ ମାମଲା
ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡ ଉପରେ ବିଚାର କରୁଛନ୍ତି । ଏଥିପାଇଁ ସୁପ୍ରିମକୋର୍ଟ ସୋମବାର ଦିନ ଏହି ମାମଲାକୁ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚକୁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ପାଇଁ ପଠାଇଛନ୍ତି ।
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡ ଉପରେ ବିଚାର କରୁଛନ୍ତି । ଏଥିପାଇଁ ସୁପ୍ରିମକୋର୍ଟ ସୋମବାର ଦିନ ଏହି ମାମଲାକୁ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚକୁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ପାଇଁ ପଠାଇଛନ୍ତି । କେଉଁ ପରିସ୍ଥିତିରେ ଏବଂ କେବେ ମୃତ୍ୟୁଦଣ୍ଡକୁ କମ୍ କରିବା ପାଇଁ ବିଚାର କରାଯାଇପାରିବ ବୋଲି କୋର୍ଟ କହିଛନ୍ତି । ବର୍ତ୍ତମାନ 5 ଜଣ ବିଚାରପତିଙ୍କ ଏକ ବେଞ୍ଚ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ ।

ଜଷ୍ଟିସ୍ ୟୁୟୁ ଲଲିତଙ୍କ ନେତୃତ୍ୱରେ ଏକ ବେଞ୍ଚ ମୃତ୍ୟୁଦଣ୍ଡର ପ୍ରକ୍ରିୟା ଯାଞ୍ଚ ପାଇଁ ନିର୍ଦ୍ଦେଶାବଳୀ ସ୍ଥିର କରିବାକୁ ନିଷ୍ପତ୍ତି ନେଇଛି । ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ ଏହି ମାମଲାରେ ସ୍ୱଚ୍ଛତା ଏବଂ ସମାନ ଆଭିମୁଖ୍ୟ ପାଇଁ ଏକ ବୃହତ ବେଞ୍ଚ ଦ୍ୱାରା ଶୁଣାଣି ହେବା ଆବଶ୍ୟକ, ଯେଉଁଥିରେ ଜଣେ ଅଭିଯୁକ୍ତ ସର୍ବାଧିକ ଦଣ୍ଡ ଭାବରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହୁଏ କେଉଁ ପରିସ୍ଥିତିରେ ଏହା ହ୍ରାସ କରାଯାଇପାରିବ ତା ଉପରେ ଶୁଣାଣି ଆବଶ୍ୟକ ।
ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ବେଞ୍ଚ ଅଗଷ୍ଟ 17 ରେ ଏହାର ରାୟ ସଂରକ୍ଷଣ କରିଥିଲା । ଜଷ୍ଟିସ ଏସ ରବୀନ୍ଦ୍ର ଭଟ ଏହି ରାୟ ଘୋଷଣା କରିବାବେଳେ କହିଥଇଲେ ଯେ ଏହି ମାମଲାରେ ନିର୍ଦ୍ଦେଶ ପାଇଁ ସିଜେଆଇ ସମ୍ମୁଖରେ ରଖାଯିବା ଉଚିତ । ସେ କହିଥିଲେ ଯେ ମୃତ୍ୟୁଦଣ୍ଡ ଅପରିବର୍ତ୍ତନୀୟ ଏବଂ ଅଭିଯୁକ୍ତକୁ ଦଣ୍ଡାଦେଶ କମ୍ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବା ଉଚିତ ଯାହା ଦ୍ୱାରା କୋର୍ଟ ଏହି ସିଦ୍ଧାନ୍ତରେ କହିପାରିବେ ଯେ ମୃତ୍ୟୁଦଣ୍ଡ ଆବଶ୍ୟକ ନୁହେଁ ।
ସୁପ୍ରିମକୋର୍ଟ ଏହି ଘଟଣାରେ ସ୍ୱତଃ ସଜ୍ଞାନ ନେଇ କହିଥିଲେ ଯଏ ମୃତ୍ୟୁ ଦଣ୍ଡ ଘୋଷଣା ହଇଥିବା ଅପରାଧର ଦଣ୍ଡକୁ ହ୍ରାସ କରିବା ନେଇ ଶୁଣାଣି ସମୟରେ ବିଚାର କରିବା ଆବଶ୍ୟକ, ଯେଉଁଥିରେ ମୃତ୍ୟୁଦଣ୍ଡର ପ୍ରାବଧାନ ରହିଛି ।












Click it and Unblock the Notifications