ମୁମ୍ବାଇ-ପୁନେ ଏକ୍ସପ୍ରେସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 5 ମୃତ

ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ଠାରେ ମୁମ୍ବାଇ-ପୁନେ ଏକ୍ସପ୍ରେସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 5ଜଣ ଗୁରୁତର ଆହତ ହୋଇଛନ୍ତି ।

ମୁମ୍ବାଇ : ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ଠାରେ ମୁମ୍ବାଇ-ପୁନେ ଏକ୍ସପ୍ରେସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 5ଜଣ ଗୁରୁତର ଆହତ ହୋଇଛନ୍ତି । ସୋମବାର ରାତିରେ (15 ଫେବୃଆରୀ) ଖୋପୋଲି ନିକଟ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଅନେକ ଗାଡି ମଧ୍ୟରେ ଧକ୍କା ହୋଇଥିଲା । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁଯାୟୀ, ଏହି ସଡ଼କ ଦୁର୍ଘଟଣା ପୁଣେ ରୁ ମୁମ୍ବାଇ ଯିବା ରାସ୍ତାର ଫୁଦମାଲା ନିକଟରେ ହୋଇଛି ।

Mumbai-Accident

ସୂଚନା ଅନୁସାରେ, ଆହତ ମଧ୍ୟରୁ ଦୁଇଜଣଙ୍କୁ ଅଷ୍ଟଭିନୟାକ (ପନଭେଲ) ଏବଂ ଅନ୍ୟ ଦୁଇ ଆହତଙ୍କୁ ବାସିର ମନପା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ଅନ୍ୟ ଜଣେ ଆହତଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା 5ଜଣ ମୃତକଙ୍କ ଶବକୁ ଖୋପୋଲି ଡାକ୍ତରଖାନାରେ ରଖାଯାଇଛି ।

ସୂଚନାଯୋଗ୍ୟ, ଏହି ସଡକ ଦୁର୍ଘଟଣା ପୂର୍ବରୁ ରବିବାର ଦିନ ମହାରାଷ୍ଟ୍ରର ଜାଲଗାଓଁରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଥିଲା । ଏଥିରେ 15 ଜଣଙ୍କର ମୃତ୍ୟୁ ହୋଇଥିଲା । ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ଜାଲଗାଓଁରେ ରବିବାର (ଫେବୃଆରୀ 14) ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ 15 ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାବ୍ୟତୀତ ଏହି ଦୁର୍ଘଟଣାରେ ଅନେକ ଲୋକ ମଧ୍ୟ ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ପୀଡ଼ିତ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+