ଗୁରୁ ଦିବସ : 46 ଶିକ୍ଷକଙ୍କୁ ଜାତୀୟ ପୁରସ୍କାର, ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଗୁରୁ ଦିବସର ଶୁଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 46 ଶ୍ରେଷ୍ଠ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବେ । ଏହି ଶିକ୍ଷକମାନଙ୍କୁ ବିଭିନ୍ନ ରାଜ୍ୟରୁ ଚୟନ କରାଯାଇଛି ।
ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତି ଡ଼ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରତିବର୍ଷ 5 ସେପ୍ଟେମ୍ବରକୁ ଗୁରୁ ଦିବସ ପାଳନ କରାଯାଏ । ଗୁରୁ ଦିବସର ଶୁଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 46 ଶ୍ରେଷ୍ଠ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବେ । ଏହି ଶିକ୍ଷକମାନଙ୍କୁ ବିଭିନ୍ନ ରାଜ୍ୟରୁ ଚୟନ କରାଯାଇଛି । ଅନଲାଇନ୍ ପ୍ରକ୍ରିୟା ମାଧ୍ୟମରେ ସେମାନଙ୍କୁ ଚୟନ କରାଯାଇଛି ।

ମନୋନୀତ ଶିକ୍ଷକଙ୍କ ତାଲିକା -
- ଅଞ୍ଜୁ ଦାହିୟା - ହରିୟାଣା
- ରଜନୀ ଶର୍ମା - ଦିଲ୍ଲୀ
- ସୀମା ରାନୀ- ଚଣ୍ଡିଗଡ଼
- ମାରିୟା ମୁରେନା ମିରାଣ୍ଡା- ଗୋଆ
- ଉମେଶ ଭାରତଭାଇ ୱାଲା - ଗୁଜୁରାଟ
- ମମତା ଅହାର - ଛତିଶଗଡ
- ଇଶ୍ୱର ଚନ୍ଦ୍ର ନାୟକ - ଓଡିଶା
- ବୁଦ୍ଧଦେବ ଦତ୍ତା - ପଶ୍ଚିମବଙ୍ଗ
- ଜାଭିଦ୍ ଅହମ୍ମଦ ରାୟର - ଜାମ୍ମୁ କାଶ୍ମୀର
- ମହମ୍ମଦ ଜାବିର - ଲଦାଖ
- ଖୁରସିଦ ଅହମ୍ମଦ - ଉତ୍ତରପ୍ରଦେଶ
- ମିମି ଯୋଶୀ - ନାଗାଲାଣ୍ଡ
- ନୋଙ୍ଗମୌଥେମ୍ ଗୌତମ ସିଂହ - ମଣିପୁର
- ଗମଚୀ ଟିମରେ ଆର ମାରକ - ମେଘାଳୟ
- ସନ୍ତୋଶ ନାଥ - ତ୍ରିପୁରା
- ମୀନାକ୍ଷୀ ଗୋସ୍ୱାମୀ- ଆସାମ
- ଶିପ୍ରା- ଝାଡ଼ଖଣ୍ଡ
- ରଂଜନ କୁମାର ବିଶ୍ୱାସ - ଆଣ୍ଡାମାନ ଏବଂ ନିକୋବର
- ଅରବିନ୍ଦ ରାଜା - ପୁଡୁଚେରୀ
- ରାମଚନ୍ଦ୍ରନ୍ - ତାମିଲନାଡୁ
- ରବି ଅରୁଣା - ଆନ୍ଧ୍ରପ୍ରଦେଶ
- ପ୍ରଦୀପ ନେଗୀ ଏବଂ କୌସ୍ତୁଭ ଚନ୍ଦ୍ର ଯୋଶୀ - ଉତ୍ତରାଖଣ୍ଡ
- ସୁନୀତା ଏବଂ ଦୁର୍ଗା ରାମ ମୁୱାଲ - ରାଜସ୍ଥାନ
- ନୀରଜ ସକ୍ସେନା ଏବଂ ଓମ୍ ପ୍ରକାଶ ପାଟିଦାର - ମଧ୍ୟପ୍ରଦେଶ
- ସୌରଭ ସୁମନ ଏବଂ ନିଶି କୁମାରୀ - ବିହାର
- ଜି ପୋନ୍ସକରୀ ଏବଂ ଉମେଶ ଟିପି - କର୍ଣ୍ଣାଟକ
- ମାଲା ଜିଗଦଲ ଦୋରର୍ଜୀ ଏବଂ ସିଦ୍ଧାର୍ଥ ୟୋନଜୋନ୍ - ସିକ୍କିମ୍
- ଯୁଦ୍ଧବୀର, ବୀରେନ୍ଦ୍ର କୁମାର ଏବଂ ଅମିତ କୁମାର - ହିମାଚଳ ପ୍ରଦେଶ
- ହରପ୍ରୀତ ସିଂହ, ଅରୁଣା କୁମାର ଗର୍ଗ ଏବଂ ବନ୍ଦନା ଶାହି - ପଞ୍ଜାବ
- ଶଶିକାନ୍ତ ସମ୍ଭାଜୀରାଓ କୁଲଠେ, ସୋମନାଥ ୱାମନ ୱାକେ ଏବଂ କବିତା ସାଙ୍ଗଭି - ମହାରାଷ୍ଟ୍ର
- କଣ୍ଡାଲା ରାମୈୟା, ଟିଏନ୍ ଶ୍ରୀଧର ଏବଂ ସୁନୀତା ରାଓ - ତେଲେଙ୍ଗାନା
ସୋମବାର ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଶିକ୍ଷକମାନଙ୍କ ସହ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ ।












Click it and Unblock the Notifications