42 ପ୍ରତିଶତ ପିଲା ମୋବାଇଲରେ କାଟୁଛନ୍ତି ଦିନକୁ ପ୍ରାୟ 4 ଘଣ୍ଟା
ଆଜିକାଲି ପିଲାଠୁ ବୟସ୍କ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । ଖାସ୍ କରି ପିଲାମାନଙ୍କ ସ୍ମାର୍ଟଫୋନ୍ ବ୍ୟବହାର ବହୁ ଗୁଣରେ ବଢିଯାଇଛି । ଅନଲାଇନ୍ ଗେମ୍ ଠାରୁ ଅନଲାଇନ୍ କ୍ଲାସ୍ ସବୁଆଡ଼େ ସ୍ମାର୍ଟ ଫୋନ୍ ଉପରେ ନିର୍ଭର କରୁଛନ୍ତି ପିଲା । ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି, 12 ବର୍ଷରୁ କମ୍ ପ୍ରାୟ 42 ପ୍ରତିଶତ ପିଲା ଦୈନିକ 2-4 ଘଣ୍ଟା ସ୍ମାର୍ଟ୍ଫୋନ୍ କିମ୍ବା ଟାବ୍ଲେଟ୍ରେ ବ୍ୟସ୍ତ ରହୁଛନ୍ତି । ଅଧିକ ବୟସର ପିଲାମାନେ ଦିନକୁ 47 ପ୍ରତିଶତ ସମୟ ସ୍ମାର୍ଟ୍ଫୋନ୍, ଟାବ୍ଲେଟ୍ରେ ବ୍ୟୟ କରୁଥିବା ସର୍ଭେ ରିପୋର୍ଟରେ କୁହାଯାଇଛି ।
ଏକାଧିକ ଡିଭାଇସ୍ ଥିବା ପରିବାର, ଯେଉଁଠି ପିଲାମାନଙ୍କ ସ୍କ୍ରିନ୍ ଟାଇମକୁ ନିୟନ୍ତ୍ରଣ କରିବା ମାଆବାପାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି, ସେମାନଙ୍କୁ ନେଇ ହାପିନେଜ୍ ନାମକ ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ସର୍ଭେରେ 1500 ମାଆ ବାପା ଭାଗନେଇଥିଲେ । ଏଥିରୁ ଜଣାପଡ଼ିଥିଲା ଯେ,12 ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର 69 ପ୍ରତିଶତ ପିଲାଙ୍କ ପାଖରେ ନିଜସ୍ୱ ସ୍ମାର୍ଟଫୋନ୍ କିମ୍ବା ଟାବ୍ଲେଟ ରହିଛି ।
ସେମାନେ ଅବାଧରେ ଅନ୍ଲାଇନ କ୍ଷେତ୍ରରେ ପ୍ରବେଶ କରୁଛନ୍ତି । ସେମାନଙ୍କ ମଧ୍ୟରୁ 74 ପ୍ରତିଶତ ୟୁଟ୍ୟୁବ୍ ରେ ବେଶୀ ସମୟ ଦେଉଥିବା ବେଳେ 12 ବର୍ଷ ତା ଠାରୁ ଅଧିକ ବୟସର ପିଲା 61 ପ୍ରତିଶତଙ୍କ ପାଇଁ ଅନ୍ଲାଇନ ଗେମିଂ ହେଉଛି ସବୁଠୁ ଭଲ ଡିଜିଟାଲ୍ ଟାଇମ୍ପାସ୍ ।

ପିଲାମାନଙ୍କ ଅସୁରକ୍ଷିତ ଇଣ୍ଟରନେଟ୍ ରୁଚିଜନିତ ସମସ୍ୟାର ସମାଧାନ କେବଳ ଶୃଙ୍ଖଳା ନୁହେଁ ବୋଲି ହାପିନେଜ୍ର ସହପ୍ରତିଷ୍ଠାତା ତଥା ସିଇଓ ରିଚା ସିଂ କହିଛନ୍ତି । ବର୍ତ୍ତମାନ ଶିକ୍ଷାଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ ହୋଇଯାଇଥିବାରୁ ପିଲାମାନଙ୍କ ଦୈନନ୍ଦିନ ଦିନଚର୍ଯ୍ୟାକୁ ନିୟନ୍ତ୍ରଣ କରିବାରେ ସ୍ମାର୍ଟ ଡିଭାଇସ୍ ଏକ ଉପକରଣ ପାଲଟିଛି । ଫଳରେ ପିଲାଏ ସେମାନଙ୍କ ହୋମ୍ଓ୍ବାର୍କ ପାଇଁ ହେଉ କିମ୍ବା ସାଙ୍ଗମାନଙ୍କ ସହ ଚାଟିଂ ଅଥବା ପାଠପଢ଼ାରେ ସହାୟତା ଲାଗି ଅନ୍ୟ ଆପ୍ ବ୍ୟବହାରରେ କିଛି ସମୟ ବିନିଯୋଗ କରୁଛନ୍ତି ।
ସର୍ଭେ ଅନୁଯାୟୀ ସ୍କ୍ରନ୍ ଏବେ ପିଲାମାନଙ୍କ ପାଇଁ ଏକ ବାସ୍ତବତା- ପାଠ ପଢ଼ିବା ଓ ଅବସର ବିନୋଦନର ଏକ ମାଧ୍ୟମ ପାଲଟିଯାଇଛି । ପିଲାଙ୍କ ନିରାପଦ ଇଣ୍ଟରନେଟ୍ ବ୍ୟବହାରକୁ ତଦାରଖ କରିବା ପାଇଁ ମାଆବାପାଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ବାଟ ନାହିଁ ।
ହାପିନେଜ୍ର ପ୍ୟାରେଣ୍ଟାଲ କଣ୍ଟ୍ରୋଲ ଫିଲ୍ଟର ବକ୍ସ ନିୟମିତ ଭାବେ 110 ନିୟୁତରୁ ଅଧିକ ଓ୍ବେବ୍ସାଇଟ୍ ଏବଂ ଆପ୍କୁ ତଦାରଖ କରିବା ସହ ସେଥିରୁ 22 ନିୟୁତ (20 %) କ୍ଷତିକାରକ ପ୍ରାପ୍ତବୟସ୍କ ସାଇଟ୍ ଓ ଆପ୍କୁ ସ୍ଥାୟୀ ଭାବେ ବ୍ଲକ୍ କରାଇଛି । ମାଆବାପା ଚାହିଁଲେ, ସୋସିଆଲ ମିଡିଆ, ଚାଟ୍, ଫୋରମ୍, ଅନ୍ଲାଇନ ଲର୍ନିଂ ଆଦି ୧୩ଟି ବର୍ଗକୁ ବାଛି ସେମାନଙ୍କ ପିଲାଙ୍କ ସୁରକ୍ଷିତ ଇଣ୍ଟରନେଟ୍ ବ୍ୟବହାର ପାଇଁ ଅନୁମତି ଦେଇପାରିବେ ବୋଲି ସିଂ କହିଛନ୍ତି ।












Click it and Unblock the Notifications