ଦେଶରେ ରହିଛି 131 ଚୀନ୍ ନାଗରିକଙ୍କ ସମ୍ପତ୍ତି, ମେଘାଳୟରେ ଚିହ୍ନଟ ହେଲା 4 ସମ୍ପତ୍ତି, ଜାଣନ୍ତୁ ମୋଟ ଶତ୍ରୁ ସମ୍ପତ୍ତିର ମୂଲ୍ୟ
ଭାରତ ସରକାର ମେଘାଳୟରେ ଆଉ ଚାରିଟି ସମ୍ପତ୍ତି ଚିହ୍ନଟ କରିଛନ୍ତି । ଏହାର ମାଲିକାନା ଚାଇନାର ନାଗରିକଙ୍କ ପାଖରେ ଅଛି । ଏହାକୁ ମିଶାଇ ଦେଶରେ ମୋଟ 131 ଶତ୍ରୁ ସମ୍ପତ୍ତି ରହିଛି ।

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ରହିଛି ଶତ୍ରୁ ଦେଶ ଚୀନ୍ ର ସମ୍ପତ୍ତି । ମେଘାଳୟରେ ଚୀନ୍ ନାଗରିକଙ୍କ 4 ଟି ସମ୍ପତ୍ତି ଚିହ୍ନଟ ହୋଇଛି । 1962 ଯୁଦ୍ଧ ସମୟରେ ଚାନ୍ ନାଗରିକ ମାନେ ଏହି ସବୁ ସମ୍ପତ୍ତି ଛାଡ଼ିଯାଇଥିଲେ । ବର୍ତ୍ତମାନ ଏହି ସବୁର ଖୁଲାସା ହେଉଛି ।
ଭାରତରେ ଶତ୍ରୁ ଦେଶର ସମ୍ପତ୍ତି ଦୃଷ୍ଟିରୁ ପାକିସ୍ତାନୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ଉତ୍ତର ପ୍ରଦେଶରେ ଶତ୍ରୁ ଦେଶର ବହୁ ସମ୍ପତ୍ତି ଉପରେ ଅବୈଧ ଦଖଲ କରାଯାଇଛି ।
ଏହି ସବୁ ମଧ୍ୟରେ ବର୍ତ୍ତମାନ ଭାରତ ସରକାର ମେଘାଳୟରେ ଆଉ ଚାରିଟି ସମ୍ପତ୍ତି ଚିହ୍ନଟ କରିଛନ୍ତି । ଏହାର ମାଲିକାନା ଚାଇନାର ନାଗରିକଙ୍କ ପାଖରେ ଅଛି । ସେହିପରି ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ମଧ୍ୟ ଚାଇନା ଲୋକଙ୍କର ଗୋଟିଏ-ଗୋଟିଏ ସମ୍ପତ୍ତି ରହିଛି । ଏହି ସବୁକୁ ମିଶାଇ ଦେଶରେ ମୋଟ 'ଶତ୍ରୁ ସମ୍ପତ୍ତି'ର ସଂଖ୍ୟା 131 କୁ ବୃଦ୍ଧି ପାଇଛି । ଅଧିକାରୀମାନେ କହିଛନ୍ତି ଯେ 1962 ମସିହାରେ ଭାରତ-ଚୀନ୍ ଯୁଦ୍ଧ ସମୟରେ ଚୀନ୍ ନାଗରିକମାନେ ଏହା ଛାଡିଯାଇଛନ୍ତି, କିନ୍ତୁ ଏହା ଉପରେ ଆଇନଗତ ଲଢେଇ ଜାରି ରହିଛି ।
କଷ୍ଟୋଡିଆନ୍ ଅଫ୍ ଏନିମି ପ୍ରପର୍ଟିଜ୍ ଫର୍ ଇଣ୍ଡିଆ (CEPI) ଦେଶରେ ଶତ୍ରୁ ସମ୍ପତ୍ତିର ଦେଖାଶୁଣା କରିଥାଏ । ସରକାରୀ ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ 9,406 ଶତ୍ରୁ ସମ୍ପତ୍ତି ଥିବା ନେଇ ଅନୁମାନ କରାଯାଉଛି । ଏଥି ମଧ୍ୟରୁ ଅଧିକାଂଶ ପାକିସ୍ତାନୀଙ୍କର ଅଟେ । 1965 ଏବଂ 1971 ଯୁଦ୍ଧ ପରେ ଏହା ଚିହ୍ନଟ ହୋଇଥିଲା । ଦେଶ ଛାଡି ପଳାଇଥିବା ପାକିସ୍ତାନୀ ଏବଂ ଚୀନ୍ ନାଗରିକଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ 1 ଲକ୍ଷ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । କେବଳ ସ୍ଥାବର ସମ୍ପତ୍ତି ନୁହଁ, ଶତ୍ରୁ ଦେଶର ନାଗରିକମାନଙ୍କର ଏଠାରେ କେବଳ ଅସ୍ଥାବର ସମ୍ପତ୍ତି ଅଛି । ସେମାନଙ୍କ ନାମରେ ସେୟାର, ସୁନା ଏବଂ ରୂପା ଅଳଙ୍କାର ରହିଛି ।
ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କ ଅନୁଯାୟୀ, କଷ୍ଟୋଡିଆନ୍ ଅଫ୍ ଏନିମି ପ୍ରପର୍ଟିଜ୍ ଅଫ୍ ଇଣ୍ଡିଆ ପ୍ରାୟ 996 କମ୍ପାନୀରେ ଶତ୍ରୁ ଦେଶର ନାଗରିକଙ୍କ ପ୍ରାୟ 6.50 କୋଟି ସେୟାର ପାଇଛି । 2022-23 ମସିହାରେ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ 24 ଲକ୍ଷ ଟଙ୍କା ମୂଲ୍ୟର ସେୟାର ବିକ୍ରି କରିଥିବାବେଳେ 2021 ମସିହାରେ 60 ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ବିକ୍ରି କରାଯାଇଥିଲା ।
ସରକାରୀ ଆକଳନ ଅନୁଯାୟୀ, ଚୀନ୍ ନାଗରିକ ମାନେ ସର୍ବାଧିକ ସମ୍ପତ୍ତି ମେଘାଳୟରେ ଛାଡ଼ିଛନ୍ତି । ମେଘାଳୟରେ 61 ଟି, ପଶ୍ଚିମବଙ୍ଗ 52 ଏବଂ ଆସାମ 15 ଟି ସମ୍ପତ୍ତି ରହିଛି । ସେହିପରି ଦିଲ୍ଲୀ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ ସମ୍ପତ୍ତି ଅଛି ।












Click it and Unblock the Notifications