ହରିୟାଣାରେ 4ଲକ୍ଷରୁ ଅଧିକ କୁକୁଡ଼ାଙ୍କର ମୃତ୍ୟୁ, କାରଣ ଅସ୍ପଷ୍ଟ

ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ଥିବା ଏସିଆର ବୃହତ୍ତମ କୁକୁଡ଼ା ବେଲ୍ଟରେ 4 ଲକ୍ଷରୁ ଅଧିକ କୁକୁଡ଼ାଙ୍କର ମୃତ୍ୟୁ ହୋଇଛି । ଘଟଣା ପରେ ରାଜ୍ୟ ପଶୁପାଳନ ଏବଂ ଦୁଗ୍ଧ ବିଭାଗ ମଙ୍ଗଳବାର ଦିନ କହିଛି ଏହି କୁକୁଡ଼ାଙ୍କର ମୃତ୍ୟୁ ପାଇଁ ବାର୍ଡ ଫ୍ଲୁର କୌଣସି ଲକ୍ଷଣ ନାହିଁ ।

ଚଣ୍ଡିଗଡ଼ : ଗତ 10 ଦିନରେ ମରିଲେଣି 10 ଲକ୍ଷ କୁକୁଡ଼ା । ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ଥିବା ଏସିଆର ବୃହତ୍ତମ କୁକୁଡ଼ା ବେଲ୍ଟରେ 4 ଲକ୍ଷରୁ ଅଧିକ କୁକୁଡ଼ାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ରାଜ୍ୟ ପଶୁପାଳନ ଏବଂ ଦୁଗ୍ଧ ବିଭାଗ ମଙ୍ଗଳବାର ଦିନ କହିଛି ଯେ ଏହି କୁକୁଡ଼ାଙ୍କର ମୃତ୍ୟୁ ପାଇଁ ବାର୍ଡ ଫ୍ଲୁର କୌଣସି ଲକ୍ଷଣ ନାହିଁ । ସେଠାରୁ ନମୁନା ସଂଗ୍ରହ କରି ଜଳନ୍ଧରର ଆଞ୍ଚଳିକ ରୋଗ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀକୁ ପଠାଯାଇଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଜଣେ ସରକାରୀ ମୁଖପାତ୍ର ସୂଚନା ଦେଇଛନ୍ତି ।

କୁକୁଡ଼ାଙ୍କର ପୁନଃ ନମୁନା ପରୀକ୍ଷା ପାଇଁ ବାରୱାଲା ଅଞ୍ଚଳରେ ଲାବୋରେଟୋରୀରୁ ଏକ ଟିମ୍ ପହଞ୍ଚିଛନ୍ତି । କୁକୁଡ଼ାଗୁଡ଼ିକ ରାଣୀକ୍ଷେତ କିମ୍ବା ସଂକ୍ରାମକ ଲାରିଞ୍ଜିଓ-ଟ୍ରାକ୍ଟିସରେ ଆକ୍ରାନ୍ତ ହୋଇଥାଇପାରନ୍ତି ।

poultry

ମୁଖପାତ୍ର କହିଛନ୍ତି ଯେ ପଞ୍ଚକୁଲା ଜିଲ୍ଲାରେ କୁକୁଡ଼ା ଫାର୍ମରେ 77ଲକ୍ଷ 87 ହଜାର 450 କୁକୁଡ଼ା ଅଛନ୍ତି ଏବଂ 4ଲକ୍ଷ 9ହଜାର 970 କୁକୁଡାଙ୍କର ମୃତ୍ୟୁ ହୋଇଛି । ସେ କହିଛନ୍ତି ଯେ ପୂର୍ବ ମାସ ତୁଳନାରେ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ କୁକୁଡ଼ା ଖାଇ କୌଣସି ବ୍ୟକ୍ତି ସଂକ୍ରମିତ ହୋଇଥିବାର କୌଣସି ମାମଲା ଆସିନାହିଁ ।

ଅନ୍ୟପକ୍ଷରେ, ଦିଲ୍ଲୀର ଗାଜିପୁରରେ ଏକ ବହୁତ ବଡ କୁକୁଡ଼ା ବଜାର ଅଛି, ଯେଉଁଠାରେ ଦୋକାନୀମାନେ ଏବେ ଚିନ୍ତିତ ଅଛନ୍ତି । ଗାଜିପୁର ସ୍ଥିତ ମୁର୍ଗା ମାଣ୍ଡିରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଥାଏ। ଏହି କୁକୁଡ଼ା ମଣ୍ଡିରେ ପ୍ରାୟ 88 ଟି ଦୋକାନ ଅଛି, ଯେଉଁଠାରେ କୁକୁଡ଼ା ବ୍ୟବସାୟ ପାଇଁ ପ୍ରତିଦିନ ପ୍ରାୟ 100 ଟ୍ରକ୍ କୁକୁଡ଼ା ଆସେ । ଏହିଭଳି ପରିସ୍ଥିତିରେ ବାର୍ଡ ଫ୍ଲୁ ଆକ୍ରାନ୍ତ ଦୋକାନୀମାନଙ୍କୁ ବିବ୍ରତ କରିଛି ।

ବ୍ୟବସାୟୀଙ୍କ କହିବାନୁସାରେ, ଯଦି ଏହି ରୋଗ ନିୟନ୍ତ୍ରଣ ନହୁଏ, ତେବେ ଚିକେନ୍ ବ୍ୟବସାୟରେ ପ୍ରଭାବ ପଡ଼ିବ ଏବଂ ଦାମ୍ କମିଯିବ । ମଧ୍ୟପ୍ରଦେଶ, ରାଜସ୍ଥାନ ପରେ ଏହି ବାର୍ଡ ଫ୍ଲୁ ରୋଗ ବର୍ତ୍ତମାନ ହିମାଚଳ ଏବଂ କେରଳ ରାଜ୍ୟକୁ ବ୍ୟାପିଲାଣି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+