• search
For Quick Alerts
Turn On Notification  
For Daily Alerts

କାଶ୍ମୀର ପଣ୍ଡିତ ହତ୍ୟା ମାମଲା : ସରକାରୀ ଚାକିରୀରୁ ସମୂହ ଇସ୍ତଫା ଦେଲେ ଉପତ୍ୟକାରେ ଥିବା 350 କାଶ୍ମୀର ପଣ୍ଡିତ

|

ନୂଆଦିଲ୍ଲୀ : କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ଉପତ୍ୟକାରେ ବିରୋଧ ପ୍ରଦର୍ଶନ ବଢିଯାଇଛି । ବହୁ ସଂଖ୍ୟାରେ କାଶ୍ମୀରୀ ପଣ୍ଡିତ ଏବଂ ସରକାରୀ କର୍ମଚାରୀ ଶୁକ୍ରବାର ଦିନ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ ।

kashmir Pandits

ଏହି ସମୟରେ, 350 କାଶ୍ମୀରୀ ପଣ୍ଡିତ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ସାମୂହିକ ଇସ୍ତଫା ପଠାଇଥିଲେ । ଏହି ସମସ୍ତ କାଶ୍ମୀରୀ ପଣ୍ଡିତମାନେ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ର କର୍ମଚାରୀ ଅଟନ୍ତି । କର୍ମଚାରୀମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ ନହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ । ଏହା ବ୍ୟତୀତ ଲାଲ ଚୌକରେ ପ୍ରଦର୍ଶନ ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି ।

ରାହୁଲଙ୍କ ହତ୍ୟା ପରେ କାଶ୍ମୀରୀ ପଣ୍ଡିତଙ୍କ ମଧ୍ୟରେ ବହୁତ ଅସନ୍ତୋଷ ଦେଖାଦେଇଛି, ଯେଉଁ କାରଣରୁ ଅଧିକାଂଶ ଜିଲ୍ଲାରୁ ବିରୋଧ ପ୍ରଦର୍ଶନ କରାଯାଉଛି । ଶୁକ୍ରବାର ସକାଳେ କାଶ୍ମୀରୀ ପଣ୍ଡିତମାନେ ବଡ଼ଗାମରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ପୋଲିସସକୁ ଲୁହବୁହା ଗ୍ୟାସ ବ୍ୟବହାର କରିବାକୁ ପଡିଥିଲା । ଏହା ସହିତ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା । ଯେତେବେଳେ କାଶ୍ମୀର ପଣ୍ଡିତମାନେ ସରକାର ଏବଂ ଜାମ୍ମୁ କାଶ୍ମୀର ସରକାରଙ୍କ ତରଫରୁ କୌଣସି ଠୋସ୍ ନିଶ୍ଚିତତା ପାଇନଥିଲେ, ସେମାନେ ସେମାନଙ୍କର ଇସ୍ତଫା ଘୋଷଣା କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
350 Kashmiri Pandits resignation from government jobs
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X