ବିହାରରେ ବିଷାକ୍ତ ମଦ ମୃତ୍ୟୁର ତାଣ୍ଡବ : ଦୁଇ ଦିନରେ 32 ଜଣଙ୍କ ପ୍ରାଣହାନି
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କେବଳ ଭାଗଲପୁର ଜିଲ୍ଲାରେ 17 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ବାଙ୍କାରେ 12 ଜଣ ଏବଂ ମଧେପୁରାରେ ତିନି ଜଣଙ୍କ ପ୍ରାଣହାନି ହୋଇଛି ।
ପାଟନା : ବିହାରରେ ତାଣ୍ଡବ ରଚିଛି ମଦମୃତ୍ୟୁ । ସାରା ରାଜ୍ୟରେ ହୋଲିର ଖୁସି ମାହୋଲକୁ ଫିକା କରିଛି ମଦ ମୃତ୍ୟୁ ମାମଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କେବଳ ଭାଗଲପୁର ଜିଲ୍ଲାରେ 17 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ବାଙ୍କାରେ 12 ଜଣ ଏବଂ ମଧେପୁରାରେ ତିନି ଜଣଙ୍କ ପ୍ରାଣହାନି ହୋଇଛି । ଏହା ବ୍ୟତୀତ ଅନେକ ଲୋକ ଚିକିତ୍ସିତ ହେଉଛନ୍ତି ।

ଭାଗଲପୁର ଜିଲ୍ଲାର ସାହେବଗଞ୍ଜ ଅଞ୍ଚଳରେ 4 ଜଣ, ନାରାୟଣପୁରରେ 4 ଜଣ, ଗୋରାଡିହରେ 3 ଜଣ, କଜରୈଲୀରେ 3 ଜଣ, ମାରୁଫଚକ, ଶାହାକୁଣ୍ଡ ଏବଂ ନବଗଛଇିଆର ସାହୁ ପରବତ୍ତା ଅନ୍ତର୍ଗତ ବୋଡ଼ୱା ଗ୍ରାମରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । ମୃତ ବିନୋଦ ରାୟଙ୍କ ପୁଅ ଚନ୍ଦନ ରାୟ କହିଛନ୍ତି ଯେ ମଦ୍ୟପାନ ହେତୁ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଭାଗଲପୁରରେ ଅଭିଷେକ କହିଛନ୍ତି ଯେ ସେ ମଦ୍ୟପାନ କରିବା ପରେ ସେ କିଛି ଦେଖି ପାରୁ ନାହାଁନ୍ତି । ସେ ନିଜେ ଗାଁର ମିଥୁନ ଯାଦବଙ୍କ ସହ ବସି ବିଦେଶୀ ମଦ ପିଇଥିଲେ । ଏହା ପରେ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ମିଥୁନଙ୍କର ମୃତ୍ୟୁ ହୋଇଥିବାବେଳେ ଛୋଟୁ ବର୍ତ୍ତମାନ କିଛି ଦେଖିବାକୁ ଅସମର୍ଥ ।
ଏଥିସହିତ ବାଙ୍କାର ଅମରପୁର ପୋଲିସ ଷ୍ଟେସନ ଅଞ୍ଚଳର 6 ଟି ଗାଁର 12 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ମାଧେପୁରାର ମୁର୍ଲିଗଞ୍ଜ ବ୍ଲକରେ 2 ଦିନରେ 3 ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ପ୍ରାୟ ଏକ ଡଜନ ଲୋକ ଚିକିତ୍ସିତ ହେଉଛନ୍ତି । ଏଥିମଧ୍ୟରୁ 2 ଜଣ ଲୋକ ଦୃଷ୍ଟି ଶକ୍ତି ହରାଇଛନ୍ତି । ସମସ୍ତେ ପେଟରେ ଯନ୍ତ୍ରଣା, ବାନ୍ତି, ନିଶ୍ୱାସ ନେବାରେ ଅସୁବିଧା, ମୁଣ୍ଡ ବୁଲାଇବା ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି ।












Click it and Unblock the Notifications