ଜୁଲାଇ ପହିଲାରୁ ପଞ୍ଜାବରେ ମିଳିବ 300 ୟୁନିଟ୍ ମାଗଣା ବିଦ୍ୟୁତ୍
ପଞ୍ଜାବ ନିର୍ବାଚନ ସମୟରେ ମାଗଣା ବିଦ୍ୟୁତ୍ ଯୋଗାଇବା ନେଇ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଆସନ୍ତା ଜୁଲାଇ ପହିଲାରୁ ପ୍ରତି ପରିବାରକୁ 300 ୟୁନିଟ୍ ମଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ ଆଜି ସରକାର ଘୋଷଣା କରିଛନ୍ତି ।
ଚଣ୍ଡିଗଡ଼ : ନିର୍ବାଚନୀ ପ୍ରସ୍ତୁତି ପୂରଣ କରିବ ଆପ୍ ସରକାର । ପଞ୍ଜାବ ନିର୍ବାଚନ ସମୟରେ ମାଗଣା ବିଦ୍ୟୁତ୍ ଯୋଗାଇବା ନେଇ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଆସନ୍ତା ଜୁଲାଇ ପହିଲାରୁ ପ୍ରତି ପରିବାରକୁ 300 ୟୁନିଟ୍ ମଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ ଆଜି ସରକାର ଘୋଷଣା କରିଛନ୍ତି । ଆପ୍ ଶାସନର ଏକ ମାସ ପୂର୍ତ୍ତି ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ।

16 ତାରିଖରେ ଏକ ବଡ଼ ଘୋଷଣା କରାଯିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ପ୍ରସ୍ତାବର କାର୍ଯ୍ୟକାରିତା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ହାଇକମାଣ୍ଡ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସହ ଆଲୋଚନା କରିଥିଲେ ମାନ୍ । ପଞ୍ଜାବ ବିଜୟ ପଛରେ ଯେଉଁ ପ୍ରମୁଖ ପ୍ରତିଶ୍ରୁତି ଥିଲା ସେଥିରୁ ଗୋଟିଏ ଥିଲା 300 ୟୁନିଟ୍ ମାଗଣା ବିଦ୍ୟୁତ୍ ।
ଏହା ସହିତ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, "ଜୁଲାଇ ପହିଲାରୁ ପଞ୍ଜାବର ଲୋକମାନେ 300 ୟୁନିଟ୍ ମାଗଣା ବିଦ୍ୟୁତ୍ ପାଇବେ । ଆମେ ଯାହା ପ୍ରତିଜ୍ଞା କରିଥିଲୁ ତାହା ପୂରଣ କରିଛୁ ଏବଂ ଆମର ସମସ୍ତ ପ୍ରତିଜ୍ଞା ପୂରଣ କରିବୁ । ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି କାରଣ ସେମାନେ ଚାହୁଁ ନାହାଁନ୍ତି ଯେ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାରେ ପରିବର୍ତ୍ତନ ହେଉ । କିନ୍ତୁ ଏହି ସିଷ୍ଟମକୁ ପରିବର୍ତ୍ତନ କରିବୁ ।"












Click it and Unblock the Notifications