26/11 ଆତଙ୍କବାଦୀ ଆକ୍ରମଣକୁ 15 ବର୍ଷ, ଆଜି ବି ମନରୁ ଲିଭିନି କାଳରାତିର ଛାତିଥରା କାହାଣୀ
ଭୁବନେଶ୍ୱର: 26/11 । ଏହି ତାରିଖ ଟି ଶୁଣିଲେ ଛାତି ଥରିଉଠେ । ମନରେ ପଶେ ଛନକା । 15 ବର୍ଷ ତଳର ସେହି କାଳ ରାତିର ଛାତିଫଟା ଦୃଶ୍ୟ ଆଖି ଆଗରେ ଭାସିଯାଏ । କିଛି ସମୟ ଭିତରେ ପ୍ରାଣ ହରାଇଥିଲେ ଶହ ଶହ ଲୋକ । ଗୁଳିମାଡ଼ରେ ଥରି ଉଠିଥିଲା ମୁମ୍ବାଇର ଛାତି । ଆଜି ବି ସେ କୋହଭରା ଦୃଶ୍ୟ ମନରୁ ଲିଭିନି ।

ଆଜିର ଦିନରେ ମୁମ୍ବାଇରେ ତାଣ୍ଡବ ରଚିଥିଲେ 10 ଆତଙ୍କବାଦୀ । ସମୁଦ୍ର ପଥ ଦେଇ ପାକିସ୍ତାନରୁ ପଶି ଆସିଥିଲେ ଲସ୍କର-ଏ-ତୋଏବାର ଆତଙ୍କବାଦୀ । ଆଖି ବୁଜା ଗୁଳିବର୍ଷଆ କରି ଥରାଇ ଦେଇଥିଲେ ମୁମ୍ବାଇର ଛାତି । ନଭେମ୍ବର 26 ରୁ 29 ମଧ୍ୟରେ ମୁମ୍ବାଇର 12 ଟି ଜାଗାରେ ବମିଂ ଓ ଗୁଳିମାଡ଼ ହୋଇଥିଲା । ଶତ୍ରୁଦେଶର ଯୋଜନା ସମ୍ପର୍କରେ ସାମାନ୍ୟ ସୁରାକ ପାଇପାରି ନଥିଲା ଭାରତୀୟ ଗୁଇନ୍ଦା ।
ଆତଙ୍କୀ ଆକ୍ରମଣ ପୂରା ବିଶ୍ୱକୁ ଦୋହଲାଇ ରଖି ଦେଇଥିଲା । ଭାରତର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲା । ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ରକ୍ତର ହୋଲିରେ 166 ଜଣଙ୍କ ପ୍ରାଣହାନୀ ହୋଇଥଇଲା । 2008 ମସିହା 26/11 ମୁମ୍ବାଇ ଆତଙ୍କୀ ଆକ୍ରମଣକୁ 15 ବର୍ଷ ବିତି ଗଲାଣି । ହେଲେ ଆଜି ବି ସେ ନାରକୀୟ କାଣ୍ଡ କଥା ମନେ ପଡ଼ିଲେ ଶରୀର ଶୀଥିଳ ପଡ଼ିଯାଏ ।
2008 ମସିହା ଆଜିର ଦିନରେ ସୁରକ୍ଷା ବଳୟ ଭାଙ୍ଗି ପଶି ଆସିଥିଲେ ଆତଙ୍କବାଦୀ । ପ୍ରାଣଭିକ୍ଷା ବଦଳରେ ମୃତ୍ୟୁ ଦେଇ ଯାଇଥିଲେ ପାଶାଣ ହୃଦୟଧାରୀ । ଗୁଳି ଓ ବୋମାମାଡ଼ରେ ଥରହର ହୋଇ ଉଠିଥିଲା ମାୟା ନଗରୀ । 26 ଜଣ ବିଦେଶୀ ନାଗରିକଙ୍କ ଜୀବନ ଯାଇଥିବା ବେଳେ 300 ଅଧିକ ଲୋକ ଆହତ ହୋଇଥିଲେ ।
4 ଦିନ ଧରି ରକ୍ତରେ ଖେଳିଥିଲେ ପିଶାଚରୂପୀ ଆତଙ୍କବାଦୀ । ଗୁଳିଗୋଳା ମାଡ, ବୋମା ବିସ୍ଫୋରଣରେ ଥରି ଉଠିଥିଲା ମାୟାନଗରୀ । ସାଉଥ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍, ଓବରଏ ଟ୍ରାଇଡେଣ୍ଟ, ତାଜ୍ ପ୍ୟାଲେସ୍ ଆଣ୍ଡ ଟାଓ୍ବର, ଲିଓପାର୍ଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜରେ ହୋଇଥିଲା ଆକ୍ରମଣ । ମୁମ୍ବାଇ ପୋର୍ଟ ଏରିଆରେ ଓ ଭାଇଲ ପାରଲେଠାରେ ଏକ ଟ୍ୟାକ୍ସିରେ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ ।
ଏହି ଆକ୍ରମଣରେ ପ୍ରାୟ 175 ଜଣଙ୍କ ମୃତ୍ୟୁ ହୋଇଥିଲା । 300 ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । 9 ଆତଙ୍କବାଦୀ ବି ନିହତ ହୋଇଥିଲେ । ବିସ୍ଫୋରଣର ମାଷ୍ଟର ମାଇଣ୍ଡ 21ବର୍ଷୀୟ ପାକିସ୍ତାନୀ ଆତଙ୍କବାଦୀ ଅଜମଲ ଅମୀର କସବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଟେରର ଆଟାକ ବେଳେ 80 ଲୋକଙ୍କୁ କସାବ ହତ୍ୟା କରିଥିବା ପ୍ରମାଣିତ ହେବା ପରେ ତାକୁ ଫାଶି ଦଣ୍ଡ ଶୁଣାଇଥିଲେ ବମ୍ବେ ହାଇକୋର୍ଟ । ଏହା ପରେ 21 ନଭେମ୍ବର 2012 ରେ କସାବକୁ ୟେରଓ୍ବାଡା ସେଣ୍ଟ୍ରାଲ ଜେଲରେ ଫାଶି ଦିଆଯାଇଥିଲା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications