26/11 ଆତଙ୍କବାଦୀ ଆକ୍ରମଣ : ମୁମ୍ବାଇ ଆକ୍ରମଣର 13 ବର୍ଷ ପରେ ମଧ୍ୟ ନ୍ୟାୟ ଦେବାରେ ସଚ୍ଚୋଟତା ଦେଖାଇ ନାହିଁ ପାକିସ୍ତାନ
ମୁମ୍ବାଇ ଆକ୍ରମଣର 13 ବର୍ଷ ପରେ ମଧ୍ୟ ପାକିସ୍ତାନ ନ୍ୟାୟ ଦେବାରେ କୌଣସି ଆନ୍ତରିକତା ଦେଖାଇ ନାହିଁ । ପାକିସ୍ତାନ ସ୍ଥିତ ଜିହାଦି ସଂଗଠନ ଲଶ୍କର-ଏ-ତୋଏବାର ଦଶଜଣ ସଦସ୍ୟ ମୁମ୍ବାଇର 12 ଟି ସ୍ଥାନରେ ଚାରି ଦିନ ଧରି ଆତଙ୍କବାଦୀ ଆକ୍ରମଣ କରିଥିଲେ ।
ମୁମ୍ବାଇ : ଆଜି 26 ନଭେମ୍ବର 2021 ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ 13 ବର୍ଷ ପୁରିଛି । 26 ନଭେମ୍ବର 2008 ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ 166 ଜଣଙ୍କର ପ୍ରାଣହାନୀ ହୋଇଥିଲା । ମୁମ୍ବାଇ ଆକ୍ରମଣର 13 ବର୍ଷ ପରେ ମଧ୍ୟ ପାକିସ୍ତାନ ନ୍ୟାୟ ଦେବାରେ କୌଣସି ଆନ୍ତରିକତା ଦେଖାଇ ନାହିଁ । ପାକିସ୍ତାନ ସ୍ଥିତ ଜିହାଦି ସଂଗଠନ ଲଶ୍କର-ଏ-ତୋଏବାର ଦଶଜଣ ସଦସ୍ୟ ମୁମ୍ବାଇର 12 ଟି ସ୍ଥାନରେ ଚାରି ଦିନ ଧରି ଆତଙ୍କବାଦୀ ଆକ୍ରମଣ କରିଥିଲେ । ଯେଉଁଥିରେ ପ୍ରତିଷ୍ଠିତ ତାଜମହଲ ପ୍ୟାଲେସ ହୋଟେଲ, ନରିମନ ହାଉସ, ମେଟ୍ରୋ ସିନେମା ଏବଂ ଛତ୍ରପତି ଶିବାଜୀ ଟର୍ମିନାଲ ଉପରେ ହୋଇଥିବା ଆକ୍ରମଣରେ 15 ଟି ଦେଶର 166 ଜଣଙ୍କର ଜୀବନହାନୀ ହୋଇଥିଲା ।

ନଭେମ୍ବର 2008 ର ମୁମ୍ବାଇ ଆକ୍ରମଣ, ଯାହାକି 26/11 ଆକ୍ରମଣ ଭାବରେ ଜଣାଶୁଣା । ଏହି ଆକ୍ରମଣ ପରେ ପ୍ରଥମ ଥର ପାଇଁ ଆତଙ୍କବାଦୀ ଘଟଣାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଥିଲା । ଏହି ଆକ୍ରମଣ ହିଁ କେନ୍ଦ୍ର ସରକାରଙ୍କୁ ଆତଙ୍କବାଦୀ ବିରୋଧୀ କାର୍ଯ୍ୟକଳାପକୁ ଗୁରୁତର ଭାବେ ବୃଦ୍ଧି କରିବାକୁ ବାଧ୍ୟ କରିଥିଲା । ଏଥି ସହିତ ପାକିସ୍ତାନ ସହ ସମ୍ପର୍କକୁ ନେଇ ଭାରତକୁ ପୁଣି ଥରେ ଗମ୍ଭୀର ହେବାକୁ ପଡିଲା । ସୁରକ୍ଷା ବାହିନୀ ଦ୍ୱାରା ଗିରଫ ହୋଇଥିବା ଏକମାତ୍ର ଜୀବନ୍ତ ଆକ୍ରମଣକାରୀ ଥିଲା ଅଜମଲ କସବ । ସେ ଏହା ନିଶ୍ଚିତ କରିଥିଲା ଯେ ଏହି ଆକ୍ରମଣର ଯୋଜନା, ସମନ୍ୱୟ ଏବଂ ଅପରେସନ୍ ଲଶ୍କର ଏବଂ ପାକିସ୍ତାନର ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ଅଜମଲ କସାବ ଗୁପ୍ତଚର ଏଜେନ୍ସି ଏବଂ ସୁରକ୍ଷା ବାହିନୀ ନିକଟରେ ସ୍ୱୀକାର କରିଥିଲା ଯେ ସମସ୍ତ ଆକ୍ରମଣକାରୀ ପାକିସ୍ତାନରୁ ଆସିଥିଲେ ଏବଂ ସେମାନଙ୍କ ନିୟନ୍ତ୍ରକମାନେ ମଧ୍ୟ ସେହି ଦେଶରୁ କାର୍ଯ୍ୟ କରୁଥିଲା । ଆକ୍ରମଣର ଦଶ ବର୍ଷ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଥିଲେ ଯେ 2008 ମୁମ୍ବାଇ ଆକ୍ରମଣରେ ଇସଲାମାବାଦ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଭାରତ ନିକଟରେ ଥିବା ପ୍ରମାଣରୁ ଜଣାପଡିଛି ଯେ 26/11 ଆକ୍ରମଣରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ । ଅଜମଲ କସାବ, ଡେଭିଡ ହେଡଲି ଏବଂ ଜବୀଉଦ୍ଦିନ ଅନସାରୀକୁ ପଚରାଉଚରା ବେଳେ ଏହା ମଧ୍ୟ ପ୍ରମାଣିତ ହୋଇଥିଲା ।
ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନର ସାର୍ବଜନୀନ ସ୍ୱୀକୃତି ଏବଂ ସମସ୍ତ ପ୍ରମାଣ ଭାରତ ଦେବା ପରେ ଏବଂ 26/11 ଆକ୍ରମଣକୁ 13 ବର୍ଷ ପୁରିବା ପରେ ପୀଡିତଙ୍କ ପରିବାରକୁ ନ୍ୟାୟ ଦେବାରେ ପାକିସ୍ତାନ ଏପର୍ଯ୍ୟନ୍ତ ଆନ୍ତରିକତା ଦେଖାଇ ନାହିଁ । ନଭେମ୍ବର 7 ରେ, ପାକିସ୍ତାନୀ କୋର୍ଟ 6 ଜଣ ଆତଙ୍କବାଦୀଙ୍କୁ ମୁକ୍ତ କରିଥିଲା, ଯେଉଁମାନେ କି ଏହି ଭୟଙ୍କର ଆକ୍ରମଣ କରିବାକୁ ଯୋଜନା କରିଥିଲେ । ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ଏବଂ ଏହାର ଚାରିଟି ୱିଙ୍ଗର ପ୍ରତିଷ୍ଠାତା ଜମାତ-ଉଦ-ଦାୱା ମଧ୍ୟ ଅଛି ।












Click it and Unblock the Notifications