ତାମିଲନାଡୁର ଏକ ବିଦ୍ୟାଳୟରେ 25 ଜଣ ଛାତ୍ରଛାତ୍ରୀ କରୋନା ଚିହ୍ନଟ, ଓମିକ୍ରନ୍ ଭାରିଆଣ୍ଟ ପାଇଁ କରାଯିବ ନମୁନା ପରୀକ୍ଷା
ତାମିଲନାଡୁର ତିରୁପୁରର ଏକ ବିଦ୍ୟାଳୟରେ 25 ଜଣ ଛାତ୍ର କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡିଛି । ଦକ୍ଷିଣ ଆଫ୍ରିକାରେ ମିଳୁଥିବା କରୋନାର ଏକ ନୂଆ ଭାରିଆଣ୍ଟ ଓମିକ୍ରନ୍ ମଧ୍ୟରେ 25 ଜଣ ଛାତ୍ରଙ୍କ କରୋନା ସଂକ୍ରମଣ ଖବର ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି
ତିରୁପୁର : ତାମିଲନାଡୁର ତିରୁପୁରର ଏକ ବିଦ୍ୟାଳୟରେ 25 ଜଣ ଛାତ୍ର କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡିଛି । ଦକ୍ଷିଣ ଆଫ୍ରିକାରେ ମିଳୁଥିବା କରୋନାର ଏକ ନୂଆ ଭାରିଆଣ୍ଟ ଓମିକ୍ରନ୍ ମଧ୍ୟରେ 25 ଜଣ ଛାତ୍ରଙ୍କ କରୋନା ସଂକ୍ରମଣ ଖବର ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଅଧିକାରୀମାନେ କହିଛନ୍ତି ଯେ ଓମିକ୍ରନ୍ ଭାରିଆଣ୍ଟ ପରୀକ୍ଷା କରିବାକୁ କୋଭିଡ -19 ପଜିଟିଭ ଥିବା 25 ଜଣ ଛାତ୍ରଙ୍କ ନମୁନା ପଠାଯିବ । ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ ତାମିଲନାଡୁର ତିରୁପୁର ଜିଲ୍ଲାର ଏକ ଘରୋଇ ବିଦ୍ୟାଳୟର 25 ଜଣ ଛାତ୍ର COVID-19 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଭୟ ପରେ ଭାରିଏଣ୍ଟକୁ ଚିହ୍ନିବା ପାଇଁ ସେମାନଙ୍କର ନମୁନା ଜେନୋମିକ୍ ସିକ୍ୱେନ୍ସିଂ ପାଇଁ ପଠାଯିବ ।

ଅଧିକାରୀ କହିଛନ୍ତି ଛାତ୍ର କର୍ମଚାରୀ ଏବଂ ପରିବାର ସଦସ୍ୟଙ୍କ ସମେତ 300 ଲୋକଙ୍କ ଯେ COVID-19 ପରୀକ୍ଷା କରାଯିବ । ଏଥିସହିତ ସଂକ୍ରମିତ ହୋଇଥିବା 25 ଜଣ ଛାତ୍ରଙ୍କ ମଧ୍ୟରୁ ଦୁଇଜଣ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ବାକିମାନଙ୍କୁ ଘରେ ଆଇସୋଲେନରେ ରଖାଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ତିରୁପୁର ଜିଲ୍ଲାର ଧରାପୁରାମର ଏକ ଘରୋଇ ବିଦ୍ୟାଳୟରେ ପଢୁଥିବା ମୋଟ 27 ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନଭେମ୍ବର 27 ରେ, କରୁର ମେନ୍ ରୋଡସ୍ଥିତ ବିଦ୍ୟାଳୟର ଦଶମ ଶ୍ରେଣୀର ଦୁଇ ଛାତ୍ରଙ୍କ ଠାରେ କରୋନା ଲକ୍ଷଣ ଦେଖାଇବା ପରେ ଧାରାପୁରାମ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଉଭୟ ଛାତ୍ର କରୋନା ସଂକ୍ରମିତ ହେବା ପରେ ବିଦ୍ୟାଳୟର ଅଧିକ ପିଲାଙ୍କ ଯାଞ୍ଚ ପାଇଁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ ।
ନଭେମ୍ବର 29 ରେ, ବିଦ୍ୟାଳୟରୁ 374 ଟି ନମୁନା ନିଆଯାଇଥିଲା, ସେଥିମଧ୍ୟରୁ 25 ଜଣ ଛାତ୍ରଙ୍କ ନମୁନା କୋଭିଡ -19 ପଜିଟିଭ୍ ଆସିଥିଲା । ଅଧିକାରୀଙ୍କ ଅନୁଯାୟୀ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ପଢୁଥିବା 12 ଜଣ ଛାତ୍ର, 12 ଛାତ୍ରୀ ଏବଂ ନବମ ଶ୍ରେଣୀର ଜଣେ ଛାତ୍ରୀ ଅନ୍ତର୍ଭୁକ୍ତ । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ସାନିଟାଇଜ୍ ପାଇଁ ଏହି ସପ୍ତାହ ସ୍କୁଲ ବନ୍ଦ ରହିବ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications