Get Updates
Get notified of breaking news, exclusive insights, and must-see stories!

ମକ୍ ଡ୍ରିଲ ନେଲା 22 ରୋଗୀଙ୍କ ଜୀବନ : ରାହୁଲ ଗାନ୍ଧୀ କହିଲେ, 'ବିଜେପି ଶାସନରେ ଅମ୍ଳଜାନ ଏବଂ ମାନବିକତାର ଅଭାବ'

ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ପାରସ ହସ୍ପିଟାଲରେ ଏକ ମକ୍ ଡ୍ରିଲ୍ ସମୟରେ ଅମ୍ଳଜାନ ଯୋଗାଣ ବନ୍ଦ ଯୋଗୁଁ 22 ରୋଗୀଙ୍କ ମୃତ୍ୟୁ ଖବରକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ପାରସ ହସ୍ପିଟାଲରେ ଏକ ମକ୍ ଡ୍ରିଲ୍ ସମୟରେ ଅମ୍ଳଜାନ ଯୋଗାଣ ବନ୍ଦ ଯୋଗୁଁ 22 ରୋଗୀଙ୍କ ମୃତ୍ୟୁ ଖବରକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ବାସ୍ତବରେ ସୋସାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଡାକ୍ତରଖାନାର ସଞ୍ଚାଳକ ଡ଼ ଅରିଞ୍ଜୟ ଜୈନ ମକ୍ ଡ୍ରିଲ ସମୟରେ 5 ମିନିଟ ପାଇଁ ଅମ୍ଳଜାନ ଯୋଗାଣ ବନ୍ଦ ହୋଇଯାଇଥିବା ସ୍ୱୀକାର କରିଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ଘଟଣା ସମ୍ପର୍କରେ ବିଜେପି ସରକାର ଉପରେ ଆକ୍ରମଣ କରିଛନ୍ତି ।

corona-virus

1.32 ସେକେଣ୍ଡ ଏକ ଭିଡ଼ିଓ ଭାଇରାଲ ହେବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି । ଘଟଣା ଦିନ ଅର୍ଥାତ୍ 26 ଅପ୍ରେଲରେ ହସ୍ପିଟାଲରେ 96 ଜଣ କରୋନା ରୋଗୀ ଭର୍ତ୍ତି ହୋଇଥିଲେ । ଅକ୍ସିଜେନର ଘୋର ସଙ୍କଟ ଯୋଗୁ ରୋଗୀଙ୍କୁ ଅନ୍ୟତ୍ର ନେଇଯିବାକୁ ସମ୍ପର୍କୀୟଙ୍କୁ କୁହାଯାଇଥିଲା । ହେଲେ କେହି ଏଥିପାଇଁ ରାଜି ନହୋଇ ନଥିଲେ । ତେବେ ଅକ୍ସିଜେନ ଅଭାବରୁ କେତେଜଣ ରୋଗୀ ବଞ୍ଚିରହୁଛନ୍ତି ଅର୍ଥାତ କେଉଁ ମାନଙ୍କୁ ଅକ୍ସିଜେନର ଆବଶ୍ୟକତା ନାହିଁ ଜାଣିବା ପାଇଁ ସପ୍ଲାଇ ବନ୍ଦ କରିଦିଆଯାଇଥିଲା । ଫଳରେ କୋଭିଡ୍‌ ଓ ନନ୍ କୋଭିଡ୍ ଓ୍ବାର୍ଡରେ ଥିବା 26 ଜଣ ରୋଗୀଙ୍କ ଶରୀର ନୀଳ ପଡ଼ିବା ଆରମ୍ଭ 5 ମିନିଟ୍‌ ଭିତରେ 22୨ ଜଣଙ୍କ ମୃତ୍ୟୁ ହୋଇଥିଲା । ବଞ୍ଚି ଯାଇଥିବା 74 ରୋଗୀଙ୍କ ସମ୍ପର୍କୀୟଙ୍କୁ ଅକ୍ସିଜେନ ଆଣିବାକୁ କୁହାଯାଇଥିଲା ।

ରାହୁଲ ଗାନ୍ଧୀ କହିଛନ୍ତି - ବିଜେପି ସରକାରରେ ଅମ୍ଳଜାନ ଏବଂ ମାନବିକତାର ଅଭାବ

ମଙ୍ଗଳବାର ଦିନ ଆଗ୍ରା ଘଟଣା ସହ ଜଡିତ ଏକ ଖବରର ସ୍କ୍ରିନ ସଟ ସେୟାର କରି ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, 'ବିଜେପି ଶାସନରେ ଉଭୟ ଅମ୍ଳଜାନ ଏବଂ ମାନବିକତାର ଘୋର ଅଭାବ ରହିଛି । ଏହି ବିପଜ୍ଜନକ ଅପରାଧ ପାଇଁ ଦାୟୀ ସମସ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ଏହି ଦୁଃଖରେ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ।'

ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି

ଉତ୍ତରପ୍ରଦେଶ ସରକାର ମଧ୍ୟ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଉତ୍ତରପ୍ରଦେଶର ମନ୍ତ୍ରୀ ଜୟ ପ୍ରତାପ ସିଂ ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ଆଗ୍ରା ପାରସ ହସ୍ପିଟାଲରେ ଅମ୍ଳଜାନକୁ ନେଇ ସମସ୍ୟା ରହିଛି । ଘଟଣାର ଅନୁସନ୍ଧାନ କରାଯାଉଛି ଏବଂ ତଦନ୍ତ ଶେଷ ହେବା ପରେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପ୍ରଧାନମନ୍ତ୍ରୀ ମୋଦି ଏବଂ ଯୋଗୀ ସରକାରଙ୍କ ଉପରେ ପ୍ରିୟଙ୍କା ଗାନ୍ଧୀଙ୍କ ଆକ୍ରମଣ

ଏଥି ସହ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୋଗୀ ସରକାରଙ୍କୁ ଏହି ଘଟଣାରେ ଟ୍ୱିଟ୍ କରି ଟାର୍ଗେଟ କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'ପ୍ରଧାନମନ୍ତ୍ରୀ : 'ମୁଁ ଅମ୍ଳଜାନର ଅଭାବ ହେବାକୁ ଦେଇ ନାହିଁ '। ମୁଖ୍ୟମନ୍ତ୍ରୀ : 'ଅମ୍ଳଜାନର ଅଭାବ ନାହିଁ, ଅଭାବର ଗୁଜବ ପ୍ରଚାର କରୁଥିବା ଲୋକଙ୍କ ସମ୍ପତ୍ତି ଜବତ କରାଯିବ' । ମନ୍ତ୍ରୀ: 'ଆବଶ୍ୟକ ଅନୁଯାୟୀ ରୋଗୀଙ୍କୁ ଅମ୍ଳଜାନ ଦିଅନ୍ତୁ, ଅଧିକ ଅମ୍ଳଜାନ ଦିଅନ୍ତୁ ନାହିଁ' । ଆଗ୍ରା ହସ୍ପିଟାଲ: 'ଅମ୍ଳଜାନ ଅଭାବ ଥିଲା, 22 ରୋଗୀଙ୍କ ଅମ୍ଳଜାନକୁ ବନ୍ଦ କରି ଏକ ମକ୍ ଡ୍ରିଲ୍ କରିଥିଲେ ।' କିଏ ଦାୟୀ ?'

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+