Get Updates
Get notified of breaking news, exclusive insights, and must-see stories!

ଧାରା 370 ରଦ୍ଦ ହେବା ପରେ 2,105 ପ୍ରବାସୀ କାଶ୍ମୀରକୁ ଫେରିଛନ୍ତି, ରାଜ୍ୟସଭାରେ ଗୃହମନ୍ତ୍ରୀଙ୍କ ସୂଚନା

ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ ହେବା ପରେ ପ୍ରାୟ 2,105 ପ୍ରବାସୀ ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ୍ ଅଧୀନରେ ଚାକିରି ନେବାକୁ କାଶ୍ମୀର ଉପତ୍ୟକାକୁ ଫେରିଛନ୍ତି । ବୁଧବାର ରାଜ୍ୟସଭାରେ ଗୃହରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ଦେଇଛନ୍ତି ।

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ ହେବା ପରେ ପ୍ରାୟ 2,105 ପ୍ରବାସୀ ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ୍ ଅଧୀନରେ ଚାକିରି ନେବାକୁ କାଶ୍ମୀର ଉପତ୍ୟକାକୁ ଫେରିଛନ୍ତି । ବୁଧବାର ରାଜ୍ୟସଭାରେ ଗୃହରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ଦେଇଛନ୍ତି । ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ 2020-2021 ମସିହାରେ ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ୍ ଅଧୀନରେ ମୋଟ 841 ଟି ନିଯୁକ୍ତି ଦିଆଯାଇଛି, ତା'ପରେ 2021-2022 ରେ 1,264 ଜଣ ନିଯୁକ୍ତ ହୋଇଛନ୍ତି ।

home ministry

2019 ରେ ଧାରା 370 ରଦ୍ଦ ହେବା ପରେ କେନ୍ଦ୍ର ସରକାର ଦ୍ୱାରା କାଶ୍ମୀର ଉପତ୍ୟକାରେ ପୁନଃ ଥଇଥାନ ହୋଇଥିବା କାଶ୍ମୀରୀ ପଣ୍ଡିତଙ୍କ ସଂଖ୍ୟା ବିଷୟରେ ପଚରାଯାଇଥିବା ପ୍ରଶ୍ନରେ ନିତ୍ୟାନନ୍ଦ ରାୟ ଉପରୋକ୍ତ ବିବରଣୀ ଦେଇଛନ୍ତି । ଅଗଷ୍ଟ 2019 ଠାରୁ କାଶ୍ମୀରୀ ପଣ୍ଡିତଙ୍କ ସହ ହିନ୍ଦୁଙ୍କ ହତ୍ୟା ଉପରେ ରାୟ କହିଛନ୍ତି ଯେ 5 ଅଗଷ୍ଟ 2019 ରୁ 24 ମାର୍ଚ୍ଚ 2022 ମଧ୍ୟରେ ଆତଙ୍କବାଦୀଙ୍କ ଦ୍ୱାରା 4 ଜଣ କାଶ୍ମୀରୀ ପଣ୍ଡିତ ଏବଂ ଅନ୍ୟ 10 ଜଣ ହିନ୍ଦୁଙ୍କ ହତ୍ୟା କରାଯାଇଛି ।

ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ଅଗଷ୍ଟ 5, 2009 ରୁ ଡିସେମ୍ବର 31, 2019 ମଧ୍ୟରେ ତିନିଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା । 2020 ରେ କାଶ୍ମୀରୀ ପଣ୍ଡିତଙ୍କ ସମେତ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିଲା । 2021 ମସିହାରେ ତିନି ଜଣ କାଶ୍ମୀରୀ ପଣ୍ଡିତ ଏବଂ ଅନ୍ୟ 6 ଜଣ ହିନ୍ଦୁଙ୍କ ସମେତ ନଅ ଜଣଙ୍କ ହତ୍ୟା କରାଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚ 24 ତାରିଖ ପର୍ଯ୍ୟନ୍ତ କାଶ୍ମୀର ଉପତ୍ୟକାରେ କୌଣସି ଆତଙ୍କବାଦୀ ଆକ୍ରମଣରେ କାଶ୍ମୀର ପଣ୍ଡିତ ଏବଂ ଅନ୍ୟ ହିନ୍ଦୁଙ୍କର ମୃତ୍ୟୁ ହୋଇ ନାହିଁ ।

ଏହା ପରେ ମନ୍ତ୍ରୀ କହିଛନ୍ତି ଯେ ଉପତ୍ୟକାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଏଥିରେ ଏକ ଦୃଢ ସୁରକ୍ଷା ଏବଂ ଗୁପ୍ତଚର ଗ୍ରୀଡ୍, ସ୍ଥିର ଗାର୍ଡ ରୂପରେ ଗୋଷ୍ଠୀ ସୁରକ୍ଷା, ଦିନରାତି ଅଞ୍ଚଳରେ ଚେକିଂ ଜରିଆରେ ସଂଖ୍ୟାଲଘୁ ସମ୍ପ୍ରଦାୟ ରହୁଥିବା ଅଞ୍ଚଳରେ ପାଟ୍ରୋଲିଂ କରାଯିବା ସହ ଆତଙ୍କବାଦୀ ବିରୋଧୀ ଅଭିଯାନ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+