ଆଉ ଦେଖିବାକୁ ମିଳିବନି 2000 ଟଙ୍କା ନୋଟ୍, କାଲି ଠୁ ହୋଇଯିବ ଅଚଳ
2000 Rupees Note: ଆଉ ଦେଖିବାକୁ ମିଳିବିନି 2000 ଟଙ୍କା ନୋଟ୍ । ଆଜି ଦାଖଲ କରିବାର ରହିଛି ଶେଷ ଦିନ । ଏହା ପରେ କାଲି ଠାରୁ ଏହା ଅଚଳ ହୋଇଯିବ । କାଲିଠାରୁ ଅର୍ଥାତ୍ ଅକ୍ଟୋବର 1 ତାରିଖରୁ ଭାରତରେ 2000 ଟଙ୍କା ନୋଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ।
2000 ଟଙ୍କିଆ ନୋଟ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ଚାରି ମାସ ସମୟ ଆଜି ଶେଷ ହେଉଛି । ମେ 23 ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୋଟ୍ଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ସମୟ ଦେଇଥିଲା, ଯାହା ଆଜି ଶେଷ ହେଉଛି ।

ସୂଚନାଥାଉକି, 2016 ନଭେମ୍ବର 8 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିବା ପରେ ପୁରୁଣା 500 ଟଙ୍କା ଓ 1000 ଟଙ୍କା ନୋଟ୍ ବନ୍ଦ ହୋଇଯାଇଥିଲା । ଏହା ପରେ ବଜାରକୁ ଆସିଥିଲା 2000 ଟଙ୍କା ନୋଟ୍ ।
କିନ୍ତୁ ଚଳିତ ବର୍ଷ ମେ ମାସରେ ବଜାରରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ନୋଟ୍ ଥିଲା । ଏହାକୁ ଫେରାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା । ଏହା ପରେ ବର୍ତ୍ତମାନ ସୁଦ୍ଧା 93 ପ୍ରତିଶତ ନୋଟ୍ ବ୍ୟାଙ୍କ ପାଖକୁ ଫେରିଆସିଛି । ଏବେବି ପ୍ରାୟ 24 ହଜାର କୋଟି ଟଙ୍କାର 2000 ଟଙ୍କିଆ ଫେରିନାହିଁ ।
ତେବେ 2000 ଟଙ୍କିଆ ବଦଳାଇବା ଓ ଜମା କରିବାର ସମୟ ସୀମାକୁ ଆଉ ଏକ ମାସ ବଢ଼ାଇବା ବିଷୟରେ ରିଜର୍ଭ ବ୍ୟାଙ୍କ ବିଚାର କରୁଥିବା ଆଲୋଚନା ହେଉଛି । ପ୍ରବାସୀ ଭାରତୀୟଙ୍କୁ ଆଉ କିଛି ଦିନର ସମୟ ଦେବା ଲାଗି ଏହି ସୀମାକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ବୋଲି କୁହାଯାଉଛି ।












Click it and Unblock the Notifications