2000 Rupees note: ଆଜି ସରୁନି ଅବଧି, ଏହି ତାରିଖ ପର୍ଯ୍ୟନ୍ତ ବଢିଲା 2000 ଟଙ୍କା ନୋଟ୍ ବଦଳାଇବା ଅବଧି
2000 Rupees note: ବଢିଲା 2000 ଟଙ୍କା ନୋଟ୍ ବଦଳାଇବା ଓ ଜମା କରିବା ଅବଧି । 2000 ଟଙ୍କା ନୋଟ୍ ଜମା କରିବା କିମ୍ବା ବଦଳାଇବା ନେଇ ଆଜି ଶେଷ ତାରିଖ ଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଏହି ଅବଧିରେ ବୃଦ୍ଧି କରିଛି । ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ବଢାଇଛି ସମୟସୀମା ।
ଏହା ପରେ ଯଦି ଆପଣଙ୍କ ନିକଟରେ 2000 ଟଙ୍କା ନୋଟ୍ ରହିଯାଇଛି, ତେବେ ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଏହାକୁ ବ୍ୟାଙ୍କ ରେ ଜମା କିମ୍ବା ବଦଳାଇପାରିବେ ।

ବିଶେଷ କଥା ହେଉଛି 2,000 ଟଙ୍କିଆ ନୋଟର ବୈଧତା ଅକ୍ଷୁର୍ଣ୍ଣ ରହିବ । ଆପଣ 7 ଅକ୍ଟୋବର ପର୍ଯ୍ୟନ୍ତ ବ୍ୟାଙ୍କରେ ନୋଟ୍ ଜମା କିମ୍ବା ବିନିମୟ କରିପାରିବେ । ଏହା ପରେ ଅକ୍ଟୋବର 8 ରୁ ରିଜର୍ଭ ବ୍ୟାଙ୍କରେ ଏହି ସୁବିଧା ଆରମ୍ଭ ହେବ । ଏହାରଅର୍ଥ ହେଉଛି ଲୋକମାନେ ରିଜର୍ଭ ବ୍ୟାଙ୍କରେ ନୋଟ୍ ବଦଳାଇ ପାରିବେ ।
ଏକ ସୂଚନା ଅନୁସାରେ, 2000 ଟଙ୍କିଆ ନୋଟ୍ ଜମା ଏବଂ ବଦଳ ସମୟସୀମାକୁ ଅନ୍ୟୁନ ମାସେ ବୃଦ୍ଧି କରାଯିବାର ଥିଲା । କିନ୍ତୁ ଆରବିଆଇ ଆଉ ସପ୍ତାହେ ସମୟ ଦେଇଛି । ବିଦେଶରେ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି ।
2000 ଟଙ୍କିଆ ନୋଟ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ଚାରି ମାସ ସମୟ ଆଜି ଶେଷ ହେଉଥିଲା । ମେ 23 ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୋଟ୍ଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ସମୟ ଦେଇଥିଲା, ଯାହା ଆଜି ଶେଷ ହେଉଥିଲା ।
ସୂଚନାଥାଉକି, 2016 ନଭେମ୍ବର 8 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିବା ପରେ ପୁରୁଣା 500 ଟଙ୍କା ଓ 1000 ଟଙ୍କା ନୋଟ୍ ବନ୍ଦ ହୋଇଯାଇଥିଲା । ଏହା ପରେ ବଜାରକୁ ଆସିଥିଲା 2000 ଟଙ୍କା ନୋଟ୍ ।
କିନ୍ତୁ ଚଳିତ ବର୍ଷ ମେ ମାସରେ ବଜାରରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ନୋଟ୍ ଥିଲା । ଏହାକୁ ଫେରାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା । ଏହା ପରେ ବର୍ତ୍ତମାନ ସୁଦ୍ଧା 93 ପ୍ରତିଶତ ନୋଟ୍ ବ୍ୟାଙ୍କ ପାଖକୁ ଫେରିଆସିଛି । ଏବେବି ପ୍ରାୟ 24 ହଜାର କୋଟି ଟଙ୍କାର 2000 ଟଙ୍କିଆ ଫେରିନାହିଁ ।
ତେବେ 2000 ଟଙ୍କିଆ ବଦଳାଇବା ଓ ଜମା କରିବାର ସମୟ ସୀମାକୁ ଆଉ ଏକ ସପ୍ତାହ ବୃଦ୍ଧି କରାଯାଇଛି ।












Click it and Unblock the Notifications