For Quick Alerts
Turn On Notification  
For Daily Alerts
Oneindia App Download

ଆସନ୍ତାକାଲି ସିଙ୍ଗୁ ସୀମାରୁ ଜନ୍ତର ମନ୍ତରକୁ ଯିବେ 200 କୃଷକ

ଭାରତ କିଷାନ ୟୁନିଅନର ନେତା ରାକେଶ ଟିକାୟିତ୍ କହିଛନ୍ତି ଯେ ଆମର 200 ଲୋକ ଆସନ୍ତାକାଲି ବିଭିନ୍ନ ଧାରଣା ସ୍ଥଳରୁ ଜନ୍ତ ମନ୍ତର ଯିବେ ।

|

ନୂଆଦିଲ୍ଲୀ : କୃଷକଙ୍କ ଆନ୍ଦୋଳନ ଗୁରୁବାର ପୁଣି ଥରେ ଦିଲ୍ଲୀ ସୀମାରେ ପ୍ରବେଶ କରୁଛି । ଆସନ୍ତା କାଲିଠାରୁ 200 କୃଷକ ଜନ୍ତର ମନ୍ତରରେ ବିରୋଧ କରିବେ । ଏଥିପାଇଁ ପୋଲିସ ପ୍ରଶାସନ ଏବଂ ସରକାରଙ୍କଠାରୁ ଅନୁମତି ମଧ୍ୟ ନିଆଯାଇଛି । ଏହି ଅନୁମତି ପରେ ଭାରତ କିଷାନ ୟୁନିଅନର ନେତା ରାକେଶ ଟିକାୟିତ୍ କହିଛନ୍ତି ଯେ ଆମର 200 ଲୋକ ଆସନ୍ତାକାଲି ବିଭିନ୍ନ ଧାରଣା ସ୍ଥଳରୁ ଜନ୍ତ ମନ୍ତର ଯିବେ । ଆସନ୍ତାକାଲି 4 -5 ବସ୍ ଯୋଗେ ସିଙ୍ଗୁ ସୀମାରୁ ବାହାରି ଯନ୍ତର ମନ୍ତ୍ରରେ ପହଞ୍ଚିବା ପରେ ସଂସଦର ମୌସୁମୀ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଆମର ବିରୋଧ ଚାଲିବ ବୋଲି ସେ କହିଛନ୍ତି ।

farmer Protest

ସଂସଦ ଘେରଉ ପାଇଁ ପ୍ରସ୍ତୁତ ହେଉଛନ୍ତି କୃଷକ

ଆପଣଙ୍କୁ କହି ରଖୁଛୁ, ମୌସୁମୀ ଅଧିବେଶନରେ ସଂସଦକୁ ଘେରାଉ କରିବାକୁ କୃଷକ ନେତାମାନେ ପ୍ରସ୍ତୁତି ଚଳାଇଛନ୍ତି । ଯଦିଓ ସଂସଦ ଆଖପାଖରେ ଚାଷୀଙ୍କ ଭିଡ଼କୁ ଅନୁମତି ଦିଆଯିବ ନାହିଁ ବୋଲି ପୋଲିସ ପ୍ରଶାସନ କଡା ନିର୍ଦ୍ଦେଶ ଦେଇଛି, ସେଥିପାଇଁ ପ୍ରଶାସନ ସେମାନଙ୍କୁ ଜନ୍ତର ମନ୍ତର ଯିବାକୁ କହିଛି, କିନ୍ତୁ କୃଷକମାନେ ସଂସଦକୁ ଘେରିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିବା ଦେଖିବାକୁ ମିଳିଥିଲା ।

ବୁଧବାର ଦିଲ୍ଲୀ ପୋଲିସ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ମଧ୍ୟରେ ହୋଇଥିବା ଏକ ବୈଠକରେ କୃଷକମାନେ କହିଛନ୍ତି ଯେ ସଂସଦ ବାହାରେ ତଥା ଜନ୍ତର ମନ୍ତର ଠାରେ ତିନିଟି କୃଷି ଆଇନ ବିରୋଧରେ ଧାରଣା ଦେବେ । କିନ୍ତୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଜନ୍ତର ମନ୍ତରରେ କୃଷକଙ୍କ ବିରୋଧ ଅନୁଷ୍ଠିତ ହେବ ଏବଂ ସଂସଦ ପାଖରୁ କୃଷକଙ୍କୁ ଯିବାକୁ ଅନୁମତି ମିଳିବ ନାହିଁ ।

ଜନ୍ତର ମନ୍ତରରେ ପୋଲିସର କଡା ସୁରକ୍ଷା

ଦିଲ୍ଲୀ ପୋଲିସ ମଧ୍ୟ ଜନ୍ତର ମନ୍ତରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଏଠାରେ ମଧ୍ୟ କୃଷକଙ୍କ ଆନ୍ଦୋଳନ ସଂପୂର୍ଣ୍ଣ ଭାବେ ପୋଲିସର ତତ୍ତ୍ୱାବଧାନରେ ରହିବ । ସିଙ୍ଗୁ ସୀମାରୁ ଜନ୍ତର ମନ୍ତରକୁ ଆସୁଥିବା କୃଷକ ବସ୍ କେବଳ ପୋଲିସର ତତ୍ତ୍ୱାବଧାନରେ ଏଠାରେ ପହଞ୍ଚିବ । କୃଷକମାନେ ସକାଳ 10.30 ରେ ଜନ୍ତର ମନ୍ତରରେ ପହଞ୍ଚିବେ । ସେମାନଙ୍କୁ ଜନ୍ତର ମନ୍ତରରେ ଚର୍ଚ୍ଚ ପାର୍ଶ୍ୱରେ ଶାନ୍ତିରେ ବସିବାକୁ ଦିଆଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
200 Farmer Will Protest Against New Farm Law At Jantar Mantar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X