ନୂତନ ସଂସଦ ଉଦଘାଟନକୁ ଯିବେନି 19 ବିରୋଧୀ ଦଳ, ଜାରି କଲେ ମିଳିତ ବିବୃତ୍ତି

new parliament house

ନୂଆଦିଲ୍ଲୀ: ଦେଶର ନୂତନ ସଂସଦ ଉଦଘାଟନକୁ ନେଇ ତେଜିଛି ରାଜନୀତି । ଏହାର ଉଦଘାଟନ ସମାରୋହରେ ସାମିଲ ହେବେ ନାହିଁ ବିରୋଧୀ ଦଳ । ମେ 28 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ହେବାକୁ ଥିବା ଉଦଘାଟନୀ ସମାରୋହରେ ସାମିଲ ନ ହେବାକୁ 19 ବିରୋଧୀ ଦଳ କହିଛନ୍ତି । ଏ ନେଇ ସେମାନେ ଏକ ମିଳିତ ବିବୃତ୍ତି ମଧ୍ୟ ଜାରି କରିଛନ୍ତି ।

ବିରୋଧୀଙ୍କ ମିଳିତ ବିବୃତ୍ତିରେ କୁହାଯାଇଛି ଯେ, "ନୂତନ ସଂସଦ ଗୃହର ଉଦଘାଟନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀଙ୍କୁ ସମ୍ପୂର୍ଣ୍ଣ ଭାବେ ପୃଥକ କରିବା କେବଳ ତାଙ୍କ ମହିମା ପ୍ରତି ଅପମାନ ନୁହେଁ ବରଂ ଗଣତନ୍ତ୍ର ଉପରେ ପ୍ରତ୍ୟକ୍ଷ ଆକ୍ରମଣ । ଗଣତନ୍ତ୍ରର ଆତ୍ମା ସଂସଦରୁ ବହିଷ୍କୃତ ହେଲେ ଆମେ ଏକ ନୂତନ ବିଲ୍ଡିଂରେ କୌଣସି ମୂଲ୍ୟ ଦେଖୁନାହୁଁ । ନୂତନ ସଂସଦ ଭବନର ଉଦଘାଟନରେ ସାମିଲ ହେବୁ ନାହୁଁ ।"

କଂଗ୍ରେସ, 'ଆପ୍‌', ଶିବସେନା (ୟୁବିଟି), ତୃଣମୂଳ କଂଗ୍ରେସ ଏବଂ ଜନତା ଦଳ (ୟୁନାଇଟେଡ୍‌) ସମେତ 19 ବିରୋଧୀ ଦଳ ନୂତନ ସଂସଦ ଭବନ ଉଦ୍‌ଘାଟନ ସମାରୋହ ବର୍ଜନ କରିବେ ବୋଲି ଆଜି ଘୋଷଣା କରିଛନ୍ତି ।

ଏହି ସମାରୋହକୁ ବର୍ଜନ କରୁଥିବା 19 ବିରୋଧୀ ଦଳ ମାନେ ହେଲେ କଂଗ୍ରେସ, 'ଡିଏମ୍‌କେ', 'ଆପ୍‌', 'ଟିଏମ୍‌ସି', ଶିବସେନା (ୟୁବିଟି), ସମାଜବାଦୀ ପାର୍ଟି, କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କେରଳ କଂଗ୍ରେସ (ମଣି), ବିଦୁତାଲାଇ ଚିରୁତୈଗଲ୍‌ କାତ୍‌ଚି, ରାଷ୍ଟ୍ରୀୟ ଲୋକ ଦଳ, 'ଜେଡି (ୟୁ)' ।

ସେହିପରି, 'ଏନ୍‌ସିପି', 'ସିପିଆଇ(ଏମ୍‌)', 'ଆର୍‌ଜେଡି', 'ଆଇୟୁଏମ୍‌ଏଲ୍‌', 'ଏନ୍‌ସି', 'ଆର୍‌ଏସ୍‌ପି' ଏବଂ 'ଏମ୍‌ଡିଏମ୍‌କେ' ମଧ୍ୟ ନୂତନ ସଂସଦ ଭବନ ଉଦ୍‌ଘାନଟରେ ଯୋଗ ଦେବେ ନାହିଁ ବୋଲି ବିବୃତ୍ତିରେ ଉଲ୍ଲେଖ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+