ଉତ୍ତର ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣା, ଖାଇକୁ ଖସି 16 ଯବାନଙ୍କ ମୃତ୍ୟୁ
ସିକ୍କିମରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଭାରତୀୟ ସେନାର ଏକ ଗାଡି ଖଆଇକୁ ଖସିପଡ଼ିଛି । ଫଳରେ 16 ଭାରତୀୟ ଯବାନଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଅନ୍ୟ କିଛି ଯବାନ ଆହତ ହୋଇଛନ୍ତି ।
ନୂଆଦିଲ୍ଲୀ: ସିକ୍କିମରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଭାରତୀୟ ସେନାର ଏକ ଗାଡି ଖଆଇକୁ ଖସିପଡ଼ିଛି । ଫଳରେ 16 ଭାରତୀୟ ଯବାନଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଅନ୍ୟ କିଛି ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହା ସହିତ ସୈନିକମାନଙ୍କୁ ଶୀଘ୍ର ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ବାୟୁସେନା ସହାୟତା ମଧ୍ୟ ନିଆଯାଉଛି ।

ସେନା ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ତିନିଟି ଗାଡିର କନଭେନ ଶୁକ୍ରବାର ସକାଳେ ଥାଙ୍ଗୁ ଅଭିମୁଖେ ଯାତ୍ରା କରୁଥିଲା । ଜେମା ରାସ୍ତାରେ ଏକ ଖାଇ ନିକଟରେ ଗୋଟିଏ ଗାଡ଼ିର ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ତିନିଜଣ ଜୁନିଅର କମିଶନର ଏବଂ 13 ସୈନିକଙ୍କର ମୃତ୍ୟୁ ହୋଇଛି । ଏଥିସହ ଚାରିଜଣ ସୈନିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହେଲିକପ୍ଟର ଯୋଗେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଉତ୍ତର ସିକ୍କିମରେ ଏକ ସଡ଼କ ଦୁର୍ଘଟଣା ଯୋଗୁଁ ଭାରତୀୟ ସେନା ସୈନିକଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ଦୁଃଖିତ ବୋଲି ଟ୍ୱିଟ୍ କରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି, 'ସେମାନଙ୍କର ସେବା ଏବଂ ପ୍ରତିବଦ୍ଧତା ପାଇଁ ଦେଶ କୃତଜ୍ଞ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା । ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ଆଶଉ ଆରୋଗ୍ୟ କାମନା କରୁଛି ।'












Click it and Unblock the Notifications