ରାମ ମନ୍ଦିର ନିର୍ମାଣ ପାଇଁ 30 ଦିନରେ ସଂଗ୍ରହ ହେଲା 1511 କୋଟି ଟଙ୍କା, 27 ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ପାଣ୍ଠି ସଂଗ୍ରହ

ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ଭକ୍ତମାନେ ସ୍ୱଇଚ୍ଛାରେ ଭକ୍ତିର ସହ ଦାନ କରୁଛନ୍ତି । ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ରାମ ମନ୍ଦିର ନିର୍ମାଣ ପାଇଁ ଭକ୍ତମାନେ ଦାନ କରିଥିବା ପାଣ୍ଠି ଦେଢ ହଜାର କୋଟି ଟଙ୍କା ଅତିକ୍ରମ କରିଛି ।

ନୂଆଦିଲ୍ଲୀ : ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ଭକ୍ତମାନେ ସ୍ୱଇଚ୍ଛାରେ ଭକ୍ତିର ସହ ଦାନ କରୁଛନ୍ତି । ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ରାମ ମନ୍ଦିର ନିର୍ମାଣ ପାଇଁ ଭକ୍ତମାନେ ଦାନ କରିଥିବା ପାଣ୍ଠି ଦେଢ ହଜାର କୋଟି ଟଙ୍କା ଅତିକ୍ରମ କରିଛି । ଏନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗୁରୁବାର ସନ୍ଧ୍ୟା ସୁଦ୍ଧା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆକାଉଣ୍ଟରେ 1511 କୋଟି ଟଙ୍କା ଜମା ହୋଇସାରିଛି ।

Swami-Govind-Dev-Giri

ଚାରି ଲକ୍ଷ ଗ୍ରାମ, 11 କୋଟି ପରିବାରରେ ପହଞ୍ଚିବାକୁ ରହିଛି ଲକ୍ଷ୍ୟ

ଖବର ସରବରାହ ସଂସ୍ଥା ANIକୁ ସୂଚନା ଦେଇ ଶ୍ରୀ ରାମ ଜନ୍ମଭୂମି ତିର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ଦେବ ଗିରି କହିଛନ୍ତି, ଅଯୋଧ୍ୟାରେ ମହାନ ରାମ ମନ୍ଦିର ନିର୍ମାଣ ପାଇଁ ସମଗ୍ର ଦେଶବାସୀ ଦାନ ଦେଉଛନ୍ତି । ଏହି ପାଣ୍ଠି ସଂଗ୍ରହ ଅଭିଯାନକୁ ଦେଶର ଚାରି ଲକ୍ଷ ଗ୍ରାମ ଏବଂ 11 କୋଟି ପରିବାର ନିକଟରେ ପହଞ୍ଚାଇବା ନେଇ ଆମେ ଲକ୍ଷ୍ୟ ରଖିଛୁ । ଜାନୁଆରୀ 15 ରୁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛୁ ଯାହାକି ଫେବୃଆରୀ 27 ପର୍ଯ୍ୟନ୍ତ ଚାଲିବ ବୋଲି ସେ ସୂଚନା ଦେଇଛନ୍ତି ।

30 ଦିନରେ ସଂଗ୍ରହ ହୋଇଛି 1511 କୋଟି

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିଲା । ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଆରମ୍ଭ ହୋଇଥିବା ଏହି ଦେଶବ୍ୟାପୀ ଅଭିଯାନ ମାଧ୍ୟମରେ 30 ଦିନରେ 1 ହଜାର 511 କୋଟି ଟଙ୍କା ସଂଗ୍ରହ କରାଯାଇଛି । ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ପରିଚାଳନାକୁ ତଦାରଖ କରିବା ପାଇଁ ଗଠିତ ଟ୍ରଷ୍ଟ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଆକାଉଣ୍ଟରେ 1,511 କୋଟି ଟଙ୍କା ଜମା ହୋଇଛଇ ବୋଲି ଟ୍ରଷ୍ଟର କୋଷାଧ୍ୟକ୍ଷ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+