କରୋନା ପରେ ବ୍ଲାକ ଫଙ୍ଗସ୍ ଚିନ୍ତା : ଓଡ଼ିଶାରେ 15ଙ୍କୁ ମିଶାଇ ଦେଶରେ 8848 ଆକ୍ରାନ୍ତ ଚିହ୍ନଟ
ବିଭିନ୍ନ ରାଜ୍ୟରୁ ଏପର୍ଯ୍ୟନ୍ତ ମୋଟ 8 ହଜାର 848 ଜଣ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ବ୍ଲାକ ପଙ୍ଗସ ଯୋଗୁଁ 200ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି ।
ନୂଆଦିଲ୍ଲୀ : ସାରା ଦେଶରେ କୋରନାର ଦ୍ୱିତୀୟ ଲହରର ପ୍ରକୋପ କମିବାର ନାଁ ନେଉନଥିବାବେଳେ ବ୍ଲାକ୍ ଫଙ୍ଗସ୍ ଚିନ୍ତା ପୁଣି ଘାରିଛି । କିଛି ଦିନ ହେବ କରୋନା ସଂକଟ କାଳରେ ଦେଶରେ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ଦ୍ରୁତଗତିରେ ବ୍ୟାପୁଥିବାର ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରୁ ଏପର୍ଯ୍ୟନ୍ତ ମୋଟ 8 ହଜାର 848 ଜଣ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ବ୍ଲାକ ପଙ୍ଗସ ଯୋଗୁଁ 200ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି । ବ୍ଲାକ ଫଙ୍ଗସ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଆଣ୍ଟି ଫଙ୍ଗଲ ଇଞ୍ଜେକ୍ସନ୍ ଏମ୍ଫୋଟେରିସିନ-ବିର ଚାହିଦା ବୃଦ୍ଧି ପାଇଛି ।

ଶନିବାର କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ କେନ୍ଦ୍ର ପକ୍ଷରୁ 23 ହଜାର 680 ଅତିରିକ୍ତ ଭାଏଲ୍ ପ୍ରଦାନ କରିଛନ୍ତି । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ଏନେଇ ସୂଚନା ଦେଇଛନ୍ତି । ଚାହିଦା ପୁରା କରିବାକୁ ଅନ୍ତର୍ଜାତୀୟ ସ୍ତରରୁ ଔଷଧ କିଣିବା ନେଇ ଏହା ପୂର୍ବରୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।
After a detailed review of rising no. of cases of #Mucormycosis in various states, a total of 23680 additional vials of #Amphotericin- B have been allocated to all States/UTs today.
The Allocation has been made based on total no. of patients which is approx. 8848 across country. pic.twitter.com/JPsdEHuz0W
— Sadananda Gowda (@DVSadanandGowda) May 22, 2021
କେନ୍ଦ୍ର ସରକାରଙ୍କ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗୁଜରାଟରେ ସର୍ବାଧିକ 2281 ଜଣ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ 2000, ଆନ୍ଧ୍ର ପ୍ରଦେଶରେ 910, ରାଜସ୍ଥାନରେ 700 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ବ୍ଲାକ ପଙ୍ଗସରେ 90 ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଗୁଜରାଟରେ 61, ମଧ୍ୟପ୍ରଦେଶରେ 31 ଜଣଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ 15 ଜଣ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟକୁ 50୦ ଭାଏଲ୍ ଏମ୍ଫୋଟେରିସିନ-ବି ଇଞ୍ଜେକ୍ସନ୍ ଦେଇଛନ୍ତି କେନ୍ଦ୍ର ସରକାର ।












Click it and Unblock the Notifications