ବଢୁଛି ବାଘ ମୃତ୍ୟୁ ସଂଖ୍ୟା, 9 ମାସରେ ମଲେଣି 146

ଦେଶରେ ବଢୁଛି ବାଘ ମୃତ୍ୟୁ ସଂଖ୍ୟା । କମୁଛି ବାଘ ସଂଖ୍ୟା । ଗତ 9 ମାସରେ ମଲେଣି 146 ବାଘ । ଏ ନେଇ ବୋଲି ଏନଟିସିଏ ତଥ୍ୟାରୁ ଜଣାପଡ଼ିଛି ।

ଗତ 11 ବର୍ଷ ମଧ୍ୟରେ ଏହା ସର୍ବାଧିକ । ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ରିପୋର୍ଟ ଅନୁସାରେ 9 ମାସ ମଧ୍ୟରେ ମୋଟ 146 ଟି ବାଘଙ୍କର ମୃତ୍ୟୁ ହୋଇଛି । ଚଳିତ ବର୍ଷ ଜାନୁଆରି ମାସରୁ ସେପ୍ଟେମ୍ବର 28 ତାରିଖ ମଧ୍ୟରେ ଭାରତ 146 ଟି ବାଘମୃତ୍ୟୁ ପଞ୍ଜିକୃତ କରିଛି । ତେବେ ବୃଦ୍ଧି ପାଉଥିବା ବାଘ ମୃତ୍ୟୁ ସଂଖ୍ୟା ପଛରେ ପ୍ରକୃତ କାରଣ ଜଣା ପଡ଼ିନାହିଁ । ଚଳିତ ବର୍ଷ ରିପୋର୍ଟ ହୋଇଥିବା ସର୍ବାଧିକ ବାଘ ମୃତ୍ୟୁ ମଧ୍ୟପ୍ରଦେଶରୁ ଆସିଛି । ଏହାପରେ ରହିଛି ମହାରାଷ୍ଟ୍ର ।

tiger death

ମଧ୍ୟପ୍ରଦେଶରେ 34 ବାଘଙ୍କର ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ 32 ବାଖଙ୍କର ମୃତ୍ୟୁ ହୋଇଛି । 146 ମୃତ ବାଘଙ୍କ ମଧ୍ୟରେ 24 ଟି ଛୁଆ ବାଘ ରହିଛନ୍ତି । ଏହା ସିଧାସଳଖ ବାଘ ଜନସଂଖ୍ୟାର ପ୍ରଜନନ ସମ୍ଭାବନାକୁ ପ୍ରଭାବିତ କରିପାରେ । ଉତ୍ତର ପ୍ରଦେଶରୁ ପ୍ରାୟ 17 ଟି ବାଘ ମୃତ୍ୟୁ ହୋଇଥିବାବେଳେ ଆସାମରୁ 11, କର୍ଣ୍ଣାଟକର 9 ଏବଂ ରାଜସ୍ଥାନରେ 5 ବାଘର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

2022 ମସିହାରେ ଭାରତ 121 ଟି ବାଘ ମୃତ୍ୟୁ ରିପୋର୍ଟ କରିଥିଲା । 2021 ମସିହାରେ 127, 2020 ମସିହାରେ 106, 2019 ମସିହାରେ 96, 2018 ମସିହାରେ 101, 2017 ମସିହାରେ 117, 2016 ମସିହାରେ 121, 2015 ମସିହାରେ 82, 2014 ମସିହାରେ 78, 2013 ମସିହାରେ 68, ଏବଂ 2012 ମସିହାରେ 88 ବାଘ ଙ୍କର ମୃତ୍ୟୁ ହୋଇଥିବା ଏନଟିସିଏ ତଥ୍ୟ ଦର୍ଶାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+