Get Updates
Get notified of breaking news, exclusive insights, and must-see stories!

143 ବର୍ଷ ପୁରୁଣା ମୋର୍ବି ଝୁଲା ପୋଲ, ମରାମତି ପରେ ଚାରି ଦିନ ପୂର୍ବେ ଖୋଲିଥିଲା

ଗୁଜୁରାଟ ମଚ୍ଛୁ ନଦୀ ଉପରେ ନିର୍ମିତ ପୋଲ ପ୍ରାୟ 143 ବର୍ଷ ପୁରୁଣା । ଗତକାଲି ଏହି ପୋଲ ଭୁଶୁଡ଼ିବା କାରଣରୁ 132 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଶତାଧିକ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗାନ୍ଧୀନଗର : ଗୁଜୁରାଟ ମଚ୍ଛୁ ନଦୀ ଉପରେ ନିର୍ମିତ ପୋଲ ପ୍ରାୟ 143 ବର୍ଷ ପୁରୁଣା । ଗତକାଲି ଏହି ପୋଲ ଭୁଶୁଡ଼ିବା କାରଣରୁ 132 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଶତାଧିକ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମୋର୍ବି ବଂଶର ଶାସକ ସାର୍‌ ବାଘଜୀ ଠାକୋରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଏହି ପୋଲର ଲମ୍ବ 233 ମିଟର ଏବଂ ଚଉଡ଼ା 4.6 ଫୁଟ । 20 ପେବୃଆରୀ 1879ରେ ଏହିଲ ପୋଲ ଉଦଘାଟନ ହୋଇଥିଲା ।

morbi bridge collapse

ଏହି ଘଟଣାର ଦୁଇ ବର୍ଷ ପୂର୍ବରୁ ବ୍ରିଜ୍ ବନ୍ଦ ରହିଥିଲା ଏବଂ ଗୁଜୁରାଟୀ ନୂଆ ବର୍ଷ ଅବସରରେ 26 ଅକ୍ଟୋବରରେ ନବୀକରଣ ପରେ ପୁଣି ଖୋଲାଯାଇଥିଲା । ପ୍ରାୟ 7 ମାସ ଧରି ମରାମତି ପରେ 4 ଦିନ ତଳେ ଏହା ଖୋଲା ଯାଇଥିଲା ।

ତେବେ ଚକିତ କରିବା ଭଳି ବିଷୟ ହେଲା ମରାମତି ଓ ନବୀକରଣ ପରେ ଉକ୍ତ ପୋଲକୁ ଫିଟନେସ୍‌ ବା ଯାତାୟାତ ପାଇଁ ଯୋଗ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇ ନଥିଲା । ମୋର୍ବି ମୁନିସପାଲିଟିର ସିଇଓ ଏସ୍‌ଭି ଜାଲା ସୂଚନା ଦେଇଛନ୍ତି । ବିନା ଫିଟନେସ ପ୍ରମାଣପତ୍ରରେ ଲୋକଙ୍କ ପାଇଁ ଉକ୍ତ ପୋଲକୁ ଖୋଲି ଦିଆଯାଇଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମକୁ ‌ସେ କହିଛନ୍ତି । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଇଞ୍ଜିନିୟରିଂ ସଂସ୍ଥାଠାରୁ କମ୍ପାନି ଫିଟ‌ନେସ୍ ପ୍ରମାଣପତ୍ର ହାସଲ କରିଥାଇପାରେ । କିନ୍ତୁ ଆଜି ସୁଦ୍ଧା ମୁନସିପାଲିଟିରେ ତାହାକୁ ଜମା କରାଯାଇନାହିଁ। ସ୍ଥାନୀୟ ପ୍ରଶାସନକୁ ନଜଣାଇ କମ୍ପାନି ସର୍ବସାଧାରଣଙ୍କ ପାଇଁ ପୋଲକୁ ଖୋଲି ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+