ଫୁଟପାଥରେ ଚଢିଗଲା ଟ୍ରକ୍ : 14 ଜଣଙ୍କର ପ୍ରାଣହାନୀ
ଗୁଜରାଟର ସୁରଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିଲମ୍ବିତ ରାତିରେ ଫୁଟପାଥ ଉପରେ ଏକ ଟ୍ରକ୍ ଚଢିଯିବାରୁ ସେଠାରେ ଶୋଇଥିବା ୧୪ଜଣ ଶ୍ରମିକଙ୍କ ମୃତ୍ୟୁ ହେଇଛି ।
ସୁରଟ : ଗୁଜରାଟର ସୁରଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିଲମ୍ବିତ ରାତିରେ ଫୁଟପାଥ ଉପରେ ଏକ ଟ୍ରକ୍ ଚଢିଯିବାରୁ ସେଠାରେ ଶୋଇଥିବା ୧୪ଜଣ ଶ୍ରମିକଙ୍କ ମୃତ୍ୟୁ ହେଇଛି । ସୁରଟର ପଲୋଡ଼ ଗ୍ରାମ ନିକଟ କିମ୍ ମାଣ୍ଡବୀ ରୋଡ଼ ଫୁଟପାଥରେ ସୋମବାର ବିଳମ୍ବିତ ରାତିରେ ଶୋଇଥିଲେ ୧୮ ଜଣ ଶ୍ରମିକ । ଏକ ଟ୍ରକ ଦ୍ରୁତ ଗତିରେ ଆସି ଏହି ଶ୍ରମିକଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ 13 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ପରେ ଡାକ୍ତରଖାନାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଦୁଃଖର ବିଷୟ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣା ପଡ଼ିଛି । ଘଟଣାରେ ଅନ୍ୟ କେତେକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା
ମୁତାବକ,
ଗତ
ବିଳମ୍ବିତ
ରାତିରେ
ଘନ
କୁହୁଡ଼ି
ଯୋଗୁଁ
ଟ୍ରକ୍ଟି
ଓଭରଟେକ୍
କରିବାକୁ
ଯାଇ
ଏକ
ଆଖୁ
ବୋଝେଇ
ଟ୍ରକକୁ
ଧକ୍କା
ଦେଇଥିଲା
।
ଧକ୍କା
ଦେବା
ପରେ
ଭାରସାମ୍ୟ
ହରାଇ
ଫୁଟପାଥ୍ରେ
ଶୋଇଥିବା
ଶ୍ରମିକଙ୍କ
ଉପରେ
ଚଢ଼ିଯାଇଥିଲା
।
ମୃତାହତ
ଶ୍ରମିକମାନେ
ରାଜସ୍ଥାନର
ବାସଓ୍ୱାଡା
ଜିଲ୍ଲାର
କୁଶଲଗଡ଼ର
ବାସିନ୍ଦା
ବୋଲି
ପୁଲିସ
ସୂଚନା
ଦେଇଛି
।
ଘଟଣାସ୍ଥଳରେ
ପୁଲିସ
ପହଞ୍ଚି
ଟ୍ରକ୍କୁ
ଜବତ
କରିବା
ସହ
ତଦନ୍ତ
ଜାରି
ରଖିଛି
।
ଦୁର୍ଘଟଣାରେ ଡ୍ରାଇଭର ଏବଂ କ୍ଲିନର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସୁରଟ୍ ପଠାଇ ଦିଆଯାଇଛି । ପୋଲିସ ସମସ୍ତ ମୃତଦେହର ବ୍ୟବଚ୍ଛେଦ କରିବା ପାଇଁ କୋସମ୍ବା ପଠାଇ ଦେଇଛି ।
ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।