ତାଲିବାନ ସମର୍ଥନରେ ଫେସବୁକ ପୋଷ୍ଟ ଲେଖି 14 ଜଣ ଗିରଫ

ଆସାମ ପୋଲିସର ସ୍ୱତନ୍ତ୍ର ଡିଜିପି ଜିପି ସିଂ କହିଛନ୍ତି ଯେ ତାଲିବାନ କାର୍ଯ୍ୟକଳାପ ସମ୍ପର୍କରେ ଆପତ୍ତିଜନକ ସୋଶାଲ ମିଡିଆ ପୋଷ୍ଟ ପାଇଁ ପୋଲିସ 14 ଜଣଙ୍କୁ ଗିରଫ କରିଛି ।

ଦିସପୁର : ସୋଶାଲ ନେଟୱାର୍କିଂ ସାଇଟ୍ ଫେବୁକରେ ତାଲିବାନ ସମର୍ଥନରେ ପୋଷ୍ଟ କରିଥିବା ଅଭିଯୋଗରେ ଆସାମ ପୋଲିସ 14 ଜଣଙ୍କୁ ଗିରଫ କରିଛି । ଆସାମ ପୋଲିସର ସ୍ୱତନ୍ତ୍ର ଡିଜିପି ଜିପି ସିଂ କହିଛନ୍ତି ଯେ ତାଲିବାନ କାର୍ଯ୍ୟକଳାପ ସମ୍ପର୍କରେ ଆପତ୍ତିଜନକ ସୋଶାଲ ମିଡିଆ ପୋଷ୍ଟ ପାଇଁ ପୋଲିସ 14 ଜଣଙ୍କୁ ଗିରଫ କରିଛି । ପୋଲିସର ସୂଚନାନୁସାରେ, ଏହି ଅଭିଯୁକ୍ତମାନଙ୍କୁ ଦରଙ୍ଗ, କାମରୂପ (ଆର), କଛାର, ବାରପେଟା, ଧୁବରୀ, ହାଇଲାକାଣ୍ଡି, ଦକ୍ଷିଣ ସଲମାରା, ହୋଜଇ, ଗୋଲପାରା ଏବଂ କରିମଗଞ୍ଜ ଜିଲ୍ଲାରୁ ଗିରଫ କରାଯାଇଛି ।

taliban

ଗିରଫ ହୋଇଥିବା ବ୍ୟକ୍ତିମାନେ ଫେସବୁକରେ ତାଲିବାନ ସମର୍ଥନରେ ପୋଷ୍ଟ କରି ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ ମନ୍ତବ୍ୟ ଦେଇଥିଲେ । ଏହି ମନ୍ତବ୍ୟଗୁଡିକ ବିଭିନ୍ନ ଫେସବୁକ୍ ବ୍ୟବହାରକାରୀଙ୍କ ଦ୍ୱାରା ସେୟାର କରାଯାଇଥିଲା । ଗିରଫ ଅଭିଯୁକ୍ତ କାବୁଲକୁ କବଜା ତାଲିବାନ ପ୍ରଶାସନକୁ ପ୍ରଶଂସା କରିଥିବା ଜଣାପଡ଼ିଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତିରୁ ଏହି ଗିରଫଦାରୀ କରାଯାଇଛି ଏବଂ ସେମାନଙ୍କୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ଆଇଟି ଆକ୍ଟ ଏବଂ ସିଆରପିସିର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି ।

ଡିଜିପି ଜିପି ସିଂ କହିଛନ୍ତି ଯେ କୌଣସି ଦଣ୍ଡବିଧାନ କାର୍ଯ୍ୟରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏପରି ପୋଷ୍ଟରେ ଲାଇକ କିମ୍ବା ସେୟାର ନକରିବାକୁ ପରାମର୍ଶ ଦିଆଯାଇଛି । ଏହିପରି ପୋଷ୍ଟଗୁଡିକ ସହିତ ବହୁତ ସତର୍କ ରୁହିବାକୁ ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+