ପଞ୍ଚାୟତ ନିର୍ବାଚନରେ ନିୟୋଜିତ 135 ଶିକ୍ଷକଙ୍କ କରନୋଜନିତ ମୃତ୍ୟୁ, ନିର୍ବାଚନ ଆୟୋଗକୁ ଆହ୍ଲାବାଦ ହାଇକୋର୍ଟଙ୍କ ନୋଟିସ୍
ଉତ୍ତରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ 135 ଜଣ ଶିକ୍ଷକ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଆହ୍ଲାବାଦ ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗର କାର୍ଯ୍ୟକଳାପକୁ ଦୃଢ ନିନ୍ଦା କରିଛନ୍ତି ।
ଆହ୍ଲାବାଦ : ସାରା ଦେଶରେ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ କେତେକ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ଓ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ ଘେରରେ ରହିବାକୁ ପଡ଼ୁଛି । ନିର୍ବାଚନ ସମୟରେ ସମାବେଶ ଓ ରାଲିରେ କୋଭିଡ୍ ନିୟମର ଖୁଲମଖୁଲା ଉଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଉତ୍ତରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ 135 ଜଣ ଶିକ୍ଷକ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏହାକୁ ଗୁରୁତର ଭାବେ ନେଇ ଆହ୍ଲାବାଦ ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗର କାର୍ଯ୍ୟକଳାପକୁ ଦୃଢ ନିନ୍ଦା କରିଛନ୍ତି ।

ପଞ୍ଚାୟତ ନିର୍ବାଚନ ସମୟରେ କମିଶନ କିପରି କୋଭିଡ ଗାଇଡ୍ ଲାଇନକୁ ଅନୁସରଣ କରିବାରେ ବିଫଳ ହେଲେ ସେନେଇ କୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି । ଏଥିସହ ନିର୍ବାଚନ ଆୟୋଗ ଓ 27 ଜଣ ଅଧିକାରୀଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହା ସହିତ ଦେଶରେ ଦେଖାଦେଇଥିବା ଅମ୍ଳଜାନ ସଙ୍କଟକୁ ନେଇ କୋର୍ଟ କହିଛନ୍ତି, ଏହା ଏକ ଲଜ୍ଜାଜନକ ବିଷୟ ଯେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଆମେ ଲୋକମାନଙ୍କୁ ଅମ୍ଳଜାନ ଯୋଗାଇବାରେ ସକ୍ଷମ ହୋଇପାରୁନୁ ।
ଏହାବ୍ୟତୀତ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିନକୁ ଦୁଇଥର ହେଲଥ ବୁଲେଟିନ୍ ଜାରି କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷ୍ନୌ, ପ୍ରୟାଗରାଜ, ବାରାଣାସୀ, ଆଗ୍ରା, କାନପୁର ନାଗର, ଗୋରଖପୁର ଏବଂ ଝାନ୍ସି ଆଦିର ସରକାରୀ ଡାକ୍ତରଖାନା ସମ୍ପର୍କରେ ବୁଲେଟିନ୍ ଜାରି କରାଯିବା ଉଚିତ । ଯାହା ଫଳରେ ଲୋକମାନେ ରୋଗୀଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ପାଇପାରିବେ ।
ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନାରେ ଆଇସିୟୁ ଏବଂ କୋଭିଡ ୱାର୍ଡରେ କେତେ ଶଯ୍ୟା ଅଛି ତାହା ଜିଲ୍ଲା ପୋର୍ଟାଲ ମାଧ୍ୟମରେ ସ୍ପଷ୍ଟ କରିବାକୁ ମଧ୍ୟ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାପୂର୍ବରୁ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିଶନକୁ ଦାୟୀ କରିଥିଲେ ଆହ୍ଲାବାଦ ହାଇକୋର୍ଟ । ଆୟୋଗ ସଠିକ୍ ଭାବେ କୋଭିଡ୍ ଗାଇଡଲାଇନର ପାଳନ କରୁନଥିବାରୁ ଏପରି ହୋଇଥିବା ନେଇ ପୂର୍ବରୁ କହିବା ସହ ନିର୍ବାଚନ ପରିଚାଳନା ନେଇ ନିଆଯାଇଥିବା ପଦକ୍ଷେପକୁ ଦାଖଲ କରିବା ନେଇ ତାଗିଦ୍ କରିଥିଲେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications