For Quick Alerts
Turn On Notification  
For Daily Alerts
Oneindia App Download

ପଞ୍ଚାୟତ ନିର୍ବାଚନରେ ନିୟୋଜିତ 135 ଶିକ୍ଷକଙ୍କ କରନୋଜନିତ ମୃତ୍ୟୁ, ନିର୍ବାଚନ ଆୟୋଗକୁ ଆହ୍ଲାବାଦ ହାଇକୋର୍ଟଙ୍କ ନୋଟିସ୍

ଉତ୍ତରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ 135 ଜଣ ଶିକ୍ଷକ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଆହ୍ଲାବାଦ ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗର କାର୍ଯ୍ୟକଳାପକୁ ଦୃଢ ନିନ୍ଦା କରିଛନ୍ତି ।

|

ଆହ୍ଲାବାଦ : ସାରା ଦେଶରେ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ କେତେକ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ଓ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ ଘେରରେ ରହିବାକୁ ପଡ଼ୁଛି । ନିର୍ବାଚନ ସମୟରେ ସମାବେଶ ଓ ରାଲିରେ କୋଭିଡ୍ ନିୟମର ଖୁଲମଖୁଲା ଉଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଉତ୍ତରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ 135 ଜଣ ଶିକ୍ଷକ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏହାକୁ ଗୁରୁତର ଭାବେ ନେଇ ଆହ୍ଲାବାଦ ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗର କାର୍ଯ୍ୟକଳାପକୁ ଦୃଢ ନିନ୍ଦା କରିଛନ୍ତି ।

Allahabad-High-Court

ପଞ୍ଚାୟତ ନିର୍ବାଚନ ସମୟରେ କମିଶନ କିପରି କୋଭିଡ ଗାଇଡ୍ ଲାଇନକୁ ଅନୁସରଣ କରିବାରେ ବିଫଳ ହେଲେ ସେନେଇ କୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି । ଏଥିସହ ନିର୍ବାଚନ ଆୟୋଗ ଓ 27 ଜଣ ଅଧିକାରୀଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହା ସହିତ ଦେଶରେ ଦେଖାଦେଇଥିବା ଅମ୍ଳଜାନ ସଙ୍କଟକୁ ନେଇ କୋର୍ଟ କହିଛନ୍ତି, ଏହା ଏକ ଲଜ୍ଜାଜନକ ବିଷୟ ଯେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଆମେ ଲୋକମାନଙ୍କୁ ଅମ୍ଳଜାନ ଯୋଗାଇବାରେ ସକ୍ଷମ ହୋଇପାରୁନୁ ।

ଏହାବ୍ୟତୀତ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିନକୁ ଦୁଇଥର ହେଲଥ ବୁଲେଟିନ୍ ଜାରି କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷ୍ନୌ, ପ୍ରୟାଗରାଜ, ବାରାଣାସୀ, ଆଗ୍ରା, କାନପୁର ନାଗର, ଗୋରଖପୁର ଏବଂ ଝାନ୍ସି ଆଦିର ସରକାରୀ ଡାକ୍ତରଖାନା ସମ୍ପର୍କରେ ବୁଲେଟିନ୍ ଜାରି କରାଯିବା ଉଚିତ । ଯାହା ଫଳରେ ଲୋକମାନେ ରୋଗୀଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ପାଇପାରିବେ ।

ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନାରେ ଆଇସିୟୁ ଏବଂ କୋଭିଡ ୱାର୍ଡରେ କେତେ ଶଯ୍ୟା ଅଛି ତାହା ଜିଲ୍ଲା ପୋର୍ଟାଲ ମାଧ୍ୟମରେ ସ୍ପଷ୍ଟ କରିବାକୁ ମଧ୍ୟ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପୂର୍ବରୁ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିଶନକୁ ଦାୟୀ କରିଥିଲେ ଆହ୍ଲାବାଦ ହାଇକୋର୍ଟ । ଆୟୋଗ ସଠିକ୍ ଭାବେ କୋଭିଡ୍ ଗାଇଡଲାଇନର ପାଳନ କରୁନଥିବାରୁ ଏପରି ହୋଇଥିବା ନେଇ ପୂର୍ବରୁ କହିବା ସହ ନିର୍ବାଚନ ପରିଚାଳନା ନେଇ ନିଆଯାଇଥିବା ପଦକ୍ଷେପକୁ ଦାଖଲ କରିବା ନେଇ ତାଗିଦ୍ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
135 Teacher Engaged In Panchayat Election Of UP died Due To Coronavirus.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X