ଆଗାମୀ 7 ରୁ 8 ବର୍ଷ ମଧ୍ୟରେ ପ୍ରତିରକ୍ଷା ଆଧୁନିକୀକରଣ ପାଇଁ ଖର୍ଚ୍ଚ ହେବ 130 ବିଲିୟନ : ରାଜନାଥ ସିଂ

ଦେଶର ପ୍ରମୁଖ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ପ୍ରଦର୍ଶନୀ ଏରୋ ଇଣ୍ଡିଆ 2021 ବୁଧବାର ବେଙ୍ଗାଲୁରୁରେ ଆରମ୍ଭ ହୋଇଛି । COVID-19 ସମୟରେ ପ୍ରଥମ ଆନ୍ତର୍ଜାତୀୟ ବିମାନ ଚଳାଚଳ କାର୍ଯ୍ୟକ୍ରମ ବାଙ୍ଗାଲୁରୁର ବାୟୁସେନା ଷ୍ଟେସନ 'ୟେଲାହଙ୍କା' ଠାରେ ଆୟୋଜିତ ହୋଇଛି ।

ବେଙ୍ଗାଲୁରୁ : ଦେଶର ପ୍ରମୁଖ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ପ୍ରଦର୍ଶନୀ ଏରୋ ଇଣ୍ଡିଆ 2021 ବୁଧବାର ବେଙ୍ଗାଲୁରୁରେ ଆରମ୍ଭ ହୋଇଛି । COVID-19 ସମୟରେ ପ୍ରଥମ ଆନ୍ତର୍ଜାତୀୟ ବିମାନ ଚଳାଚଳ କାର୍ଯ୍ୟକ୍ରମ ବାଙ୍ଗାଲୁରୁର ବାୟୁସେନା ଷ୍ଟେସନ 'ୟେଲାହଙ୍କା' ଠାରେ ଆୟୋଜିତ ହୋଇଛି ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ବିଶ୍ୱ ମହାମାରୀ ଯୋଗୁଁ ହୋଇଥିବା ପ୍ରତିବନ୍ଧକ ସତ୍ତ୍ୱେ ଏହି ବର୍ଷର କାର୍ଯ୍ୟକ୍ରମରେ ଏତେ ସଂଖ୍ୟକ ଅଂଶଗ୍ରହଣକାରୀଙ୍କୁ ଦେଖି ମୁଁ ଆନନ୍ଦିତ । ସାମରିକ ଏବଂ ବିମାନ ଚଳାଚଳ କ୍ଷେତ୍ରରେ ଏହା ବିଶ୍ୱର ଅଗ୍ରଣୀ ଦେଶମାନେ ଅଂଶଗ୍ରହଣ କରିଛନ୍ତି । ଏହି ଏରୋ ଇଣ୍ଡିଆ 21ରେ ଭାରତ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ପ୍ରତିରକ୍ଷା କ୍ଷେତ୍ରରେ ନିଜ ଶକ୍ତିର ପରାକାଷ୍ଠା ଦେଖାଇବ । ଏଥିସହିତ ଏହା ବିଶ୍ୱର ପ୍ରଥମ ହାଇବ୍ରିଡ ଏରୋ ଆଣ୍ଡ ଡିଫେନ୍ସ ପ୍ରଦର୍ଶନୀ ହେବ ବୋଲି ସେ କହିଛନ୍ତି ।

Aero-India

'ଏହି କାର୍ଯ୍ୟକ୍ରମକୁ ବୃହତ୍ତର କରିବା ପାଇଁ ଭାର୍ଚୁଆଲ୍ ମୋଡ଼ରେ ମଧ୍ୟ ଆୟୋଜନ କରାଯାଇଛି । ଏଥିରେ 540 ପ୍ରଦର୍ଶନୀ ସହ 80 ରୁ ଅଧିକ ବିଦେଶୀ କମ୍ପାନୀ, ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିନିଧୀ, ସେବା ମୁଖ୍ୟ ତଥା 55ରୁ ଅଧିକ ଦେଶରୁ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି । ଏହା ବିଶ୍ୱ ସମୁଦାୟର ବଢୁଥିବା ଆଶାବାଦୀତାକୁ ପ୍ରତିଫଳିତ କରେ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଏହିସହିତ ସେ ମାଳଦ୍ୱୀପ, ୟୁକ୍ରେନ୍, ଇରାନ୍, କୋମୋରସ୍ ଏବଂ ମଦଗାସ୍କାରର ପ୍ରତିରକ୍ଷାମନ୍ତ୍ରୀ ଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇବା ସହ ଅନ୍ୟ କେତେକ ଦେଶର ପ୍ରତିନିଧି ଭାର୍ଚୁଆଲ୍ ମୋଡରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ସେ କହିଛନ୍ତି, ଆମର ସୁରକ୍ଷା ଉପକରଣକୁ ମଜବୁତ କରିବା ପାଇଁ ଆମେ ପଦକ୍ଷେପ ନେଇଛୁ । 'ଆତ୍ମନିର୍ଭର ଭାରତ ଅଭିଯାନ' ଅଧୀନରେ ବଡ ଏବଂ ଜଟିଳ ପ୍ରତିରକ୍ଷା ପ୍ଲାଟଫର୍ମର ଘରୋଇ ଉତ୍ପାଦନର କେନ୍ଦ୍ରବିନ୍ଦୁ ପାଲଟିଛି । ଆସନ୍ତା 7-8 ବର୍ଷ ମଧ୍ୟରେ ସାମରିକ ଆଧୁନିକୀକରଣ ପାଇଁ ଆମେ 130 ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଯୋଜନା କରୁଛୁ ବୋଲି ସିଂ କହିଛନ୍ତି ।

ଭାରତୀୟ ବାୟୁସେନା (IAF), ଭାରତୀୟ ସେନା, ଭାରତୀୟ ନୌସେନା, ହିନ୍ଦୁସ୍ତାନ ଏରୋନେଟିକ୍ସ (HAL) ଏବଂ ତଟରକ୍ଷୀ ବାହିନୀର ଅନେକ ବିମାନ ଅଂଶଗ୍ରହଣ କରିଥିବା ଏହା ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର 13 ତମ ସଂସ୍କରଣ ।

ଏହି ସଂସ୍କରଣରେ 601 ପ୍ରଦର୍ଶକଙ୍କ ପ୍ରଦର୍ଶନୀ ଦେଖିବାକୁ ମିଳିବ, ସେମାନଙ୍କ ମଧ୍ୟରେ ଭାରତରୁ 523 ଏବଂ 14 ଟି ବିଦେଶୀ ଦେଶରୁ 78ଟି ପ୍ରଦର୍ଶନୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଭାରତୀୟ ବାୟୁସେନା (ଆଇଏଏଫ୍) ପାଇଁ 83 ଲାଇଟ୍ କମ୍ବାଟ୍ ବିମାନ 'ତେଜସ୍' ପାଇଁ 47,000 କୋଟି ଟଙ୍କାର ଚୁକ୍ତି ସହିତ ଏହି ଶୋ ଆରମ୍ଭ ହେବ । ଏପରିକି ଚଳିତ ବର୍ଷର ଏରୋ ଇଣ୍ଡିଆର ଲୋଗୋ ମଧ୍ୟ LCA ଦ୍ୱାରା ଅନୁପ୍ରାଣିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+