Get Updates
Get notified of breaking news, exclusive insights, and must-see stories!

ମହାରାଷ୍ଟ୍ରରେ ପୋଲିସି-ନକ୍ସଲ ଗୁଳିବିନିମୟ, 13 ନକ୍ସଲ ନିହତ

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 13 ନକ୍ସଲ ନିହତ ହୋଇଛନ୍ତି । ମହାରାଷ୍ଟ୍ରର ଗଡଚିରୌଲୀ ଜଙ୍ଗଲରେ ନକ୍ସଲ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆଜି ସକାଳୁ ସୁରକ୍ଷାକର୍ମୀମାନେ ନକ୍ସଲ କ୍ୟାମ୍ପ ଉପରେ ହମଲା କରିଥିଲେ ।

ନାଗପୁର : ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 13 ନକ୍ସଲ ନିହତ ହୋଇଛନ୍ତି । ମହାରାଷ୍ଟ୍ରର ଗଡଚିରୌଲୀ ଜଙ୍ଗଲରେ ନକ୍ସଲ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆଜି ସକାଳୁ ସୁରକ୍ଷାକର୍ମୀମାନେ ନକ୍ସଲ କ୍ୟାମ୍ପ ଉପରେ ହମଲା କରିଥିଲେ । ସଭା କରିବା ଲାଗି ନକ୍ସଲମାନେ କୋତମି ଫାଣ୍ଡି ନିକଟବର୍ତ୍ତୀ ପୈଠି ଜଙ୍ଗଲରେ ସମବେତ ହୋଇଥିବା ବେଳେ ଭୋର୍‌ ପ୍ରାୟ 5.30 ‌ରେ ଗୁଳିବିନିମୟ ଆରମ୍ଭ ହୋଇଥିଲା ବୋଲି ଗଢ଼ଚି‌ରୌଲୀ 'ଡିଆଇଜି' ସନ୍ଦୀପ ପାଟିଲ ଗଣମାଧ୍ୟମକୁ ସୂଚନାୀ ଦେଇଛନ୍ତି ।

godchiroli

ଏହି ସମୟରେ 13 ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ୟାମ୍ପରୁ କେତେକ ମାରଣାସ୍ତ୍ର, ବନ୍ଧୁକ, ଗୁଳି ଆଦି ଜବତ କରାଯାଇଛି । କାସାନସୁର ଦଲାମର ନକ୍ସଲମାନେ ଗ୍ରାମବାସୀଙ୍କ ସହ ଏକ ବୈଠକ ଆୟୋଜନ କରୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ତେବେ ବୈଠକ ପୂର୍ବରୁ ସୁରକ୍ଷାକର୍ମୀମାନେ ଆକ୍ରମଣ କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି 'ସି-60'ଙ୍କୁ ନେଇ ଗଠିତ ପୁଲିସ ଦଳ ପୈଠି ଜଙ୍ଗଲରେ ତଲାସ ଅଭିଯାନ ଆରମ୍ଭ କରିଥିଲେ । କିନ୍ତୁ, ନକ୍ସଲମାନେ ପୁଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲେ ।

ପ୍ରାୟ ଏକ ଘଣ୍ଟା ଧରି ପୁଲିସ ଓ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଏହାପରେ ଅନ୍ୟ ନକ୍ସଲ ମାନେ ଜଙ୍ଗଲ ଭିତରକୁ ପଳାଇଥିଲେ ବୋଲି ଗଢ଼ଚିରୌଲୀ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଙ୍କିତ ଗୋୟାଲ ଗଣମାଧ୍ୟମକୁ କହିଛନ୍ତି । ଘଟଣାସ୍ଥଳରୁ ନିହତ ନକ୍ସଲଙ୍କର ଶବ ଉଦ୍ଧାର କରାଯାଇଛି । ଏବେ ମଧ୍ୟ ଆଖପାଖ ଅଞ୍ଚଳରେ ତଲାସ ଅଭିଯାନ ଚାଲୁ ରହିଥିବା ସେ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+