Get Updates
Get notified of breaking news, exclusive insights, and must-see stories!

ପ୍ରବଳ ବର୍ଷା ଯୋଗୁଁ ଉତ୍ତରପ୍ରଦେଶରେ 12 ଜଣଙ୍କ ମୃତ୍ୟୁ, 650 ରୁ ଅଧିକ ଗାଁ ବନ୍ୟା ପ୍ରଭାବିତ

ଉତ୍ତର ଭାରତରେ ବିଶେଷ କରି ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବର୍ଷା ସମ୍ବନ୍ଧୀୟ ଅଲଗା ଅଲଗା ଘଟଣାରେ ଅତି କମରେ 13 ଜଣଙ୍କର ପ୍ରାଣହାନି ହୋଇଛି । ସେଥିମଧ୍ୟରୁ 12 ଜଣ ଉତ୍ତରପ୍ରଦେଶରେ ଏବଂ ଜଣେ ଉତ୍ତରଖଣ୍ଡର ଅଛନ୍ତି ।

ଲକ୍ଷ୍ନୌ : ଉତ୍ତର ଭାରତରେ ବିଶେଷ କରି ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବର୍ଷା ସମ୍ବନ୍ଧୀୟ ଅଲଗା ଅଲଗା ଘଟଣାରେ ଅତି କମରେ 13 ଜଣଙ୍କର ପ୍ରାଣହାନି ହୋଇଛି । ସେଥିମଧ୍ୟରୁ 12 ଜଣ ଉତ୍ତରପ୍ରଦେଶରେ ଏବଂ ଜଣେ ଉତ୍ତରଖଣ୍ଡର ଅଛନ୍ତି । ଲଗାତାର ଦ୍ୱିତୀୟ ଦିନ ଧରି ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ 12 ଜଣଙ୍କର ମୃତ୍ୟୁ ହୋଇଥିବା ଅଧିକାରୀ କହିଛନ୍ତି । ପ୍ରବଳ ବର୍ଷା ହେତୁ ୟୁପିର ଅନେକ ଜିଲ୍ଲା ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

rain

ଉତ୍ତରପ୍ରଦେଶରେ 12 ଜଣଙ୍କର ପ୍ରାଣହାନି ହେବା ପରେ ଲକ୍ଷ୍ନୌ, ଆଲିଗଡ, ମେରଟ, ଗୌତମ ବୁଦ୍ଧ ନଗର ଏବଂ ଗାଜିଆବାଦରେ ସ୍କୁଲ ବନ୍ଦ କରାଯାଇଛି ।

ଉତ୍ତରପ୍ରଦେଶ ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ଅନୁଯାୟୀ, 16 ଟି ଜିଲ୍ଲାର 650 ରୁ ଅଧିକ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଫଲରେ ପ୍ରାୟ 5 ଲକ୍ଷ 80 ହଜାର ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି ।

ସେହିପରି ଉତ୍ତରାଖଣ୍ଡର ଆଲମୋଡ଼ା ଜିଲ୍ଲାରେ ବର୍ଷାରେ ଭୂସ୍ଖଳନ ହୋଇ ଘର ଉପରେ ପଡ଼ିବାରୁ 55 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଶେଷ କରି କୁମାଓନ୍ ଅଞ୍ଚଳରେ ଜଳ ସ୍ତର ବୃଦ୍ଧି ହୋଇଛି ଏବଂ ରାସ୍ତା ଅବରୋଧ ହୋଇଛି ।

ଏକ ବିବୃତ୍ତିରେ, ଭାରତ ପାଣିପାଗ ବିଭାଗ ଅକ୍ଟୋବର 14 ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ହିମାଚଳ ପ୍ରଦେଶରେ ୟେଲୋ ଆଲର୍ଟ ଜାରି କରିଛନ୍ତି । ଏହା ପ୍ରଭାବରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି । ଏଥି ସହିତ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ଉଚ୍ଚ ସ୍ଥାନରେ ତୁଷାରପାତ ହେବା ପରେ ସୋମବାର ସମଗ୍ର ଉତ୍ତର ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+