ବର୍ଷ ଆରମ୍ଭରୁ ଅଘଟଣ : ମାତା ବୈଷ୍ଣୋ ଦେବୀ ପୀଠରେ ଦଳାଚକଟା, 12 ମୃତ
ଜାମ୍ମୁ କାଶ୍ମୀର ମାତା ବୈଷ୍ଣୋଦେବୀ ଭବନରେ ଘଟିଛି ଅଭାବନୀୟ ଘଟଣା । ପୀଠରେ ଦଳାଚକଟା ଘଟଣାରେ 12 ଜଣ ତୀର୍ଥଯାତ୍ରୀଙ୍କର ପ୍ରାଣହାନି ହୋଇଥିବା ବେଳେ 20 ଜଣ ଆହତ ହୋଇଥଇବା ସୂଚନା ରହିଛି ।
ଶ୍ରୀନଗର : ନୂଆବର୍ଷ ଆରମ୍ଭରୁ ଆସିଛି ଏକ ଦୁଃଖଦ ଖବର । ଜାମ୍ମୁ କାଶ୍ମୀର ମାତା ବୈଷ୍ଣୋଦେବୀ ଭବନରେ ଘଟିଛି ଅଭାବନୀୟ ଘଟଣା । ପୀଠରେ ଦଳାଚକଟା ଘଟଣାରେ 12 ଜଣ ତୀର୍ଥଯାତ୍ରୀଙ୍କର ପ୍ରାଣହାନି ହୋଇଥିବା ବେଳେ 20 ଜଣ ଆହତ ହୋଇଥଇବା ସୂଚନା ରହିଛି । ଆହତମାନଙ୍କୁ ନାରାୟଣା ହସ୍ପିଟାଲ୍କୁ ନିଆଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ 2 ଟା 45 ମିନିଟରେ ରେ ଏହି ଅଘଟଣ ଘଟିଥିଲା । ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଠେଲାପେଲା ଓ ମାରପିଟ୍ ବେଳେ ଦଳାଚକଟା ସ୍ଥିତି ଉପୁଜିଥିଲା । ଦିଲ୍ଲୀ, ହରିୟାଣା, ପଞ୍ଜାବ ଜଣେ ଜମ୍ମୁ ଓ କଶ୍ମୀରର ବ୍ୟକ୍ତି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପାଇଁ 2 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଆହତଙ୍କ ପାଇଁ 50 ହଜାର ଟଙ୍କାର ସହାୟତା ମିଳିବ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ ଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ମାତା ବୈଷ୍ଣୋ ଦେବୀ ମନ୍ଦିର ପରିସରରେ ଘଟିଥିବା ଉକ୍ତ ଦୁଃଖଦ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ଧ୍ୟାନ ଦେଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଆହତମାନଙ୍କୁ ସବୁ ପ୍ରକାର ସମ୍ଭାବ୍ୟ ଡାକ୍ତରୀ ଚିକିତ୍ସା ଏବଂ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications