ଜୁନରେ ଦେଶରେ ଉପଲବ୍ଧ ହେବ 12 କୋଟି ଟିକା
ଜୁନ୍ ମାସରେ ଦେଶରେ 12 କୋଟି ଡୋଜ୍ ଟିକା ଉପଲବ୍ଧ ହେବ । ଏହା ପରେ ଟୀକାକରଣ ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ ।
ନୂଆଦିଲ୍ଲୀ : ସାରା ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକା ଅଭାବରୁ ଟୀକାକରଣେ ବିଳମ୍ବ ହେଉଥିବା ନେଇ ଅଭିଯୋଗ ହେଉଛି । ଏହି ସବୁ ଭିତରେ ଟିକାକୁ ନେଇ ଆସିଛି ଏକ ଭଲ ଖବର । ଜୁନ୍ ମାସରେ ଦେଶରେ 12 କୋଟି ଡୋଜ୍ ଟିକା ଉପଲବ୍ଧ ହେବ । ଏହା ପରେ ଟୀକାକରଣ ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ ।

ଦେଶରେ ଟିକା ଯୋଗାଉଥିବା ଭେଷଜ କମ୍ପାନି ସେମାନଙ୍କର ଟିକା ନିର୍ମାଣକୁ ତ୍ବରାନ୍ବିତ କରିଥିବାରୁ ବିଭିନ୍ନ ରାଜ୍ୟରେ ସମ୍ପ୍ରତି ଦେଖା ଦେଇଥିବା ଟିକା ଅଭାବ ଦୂରେଇଯିବା ସହ ଅଧିକରୁ ଅଧିକ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।
ଏଥିସହିତ ଖୋଲା ବଜାରରେ ଉପଲବ୍ଧ ହେବ 586 କୋଟି ଡୋଜ୍ । ଯାହାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଖୋଲା ବଜାରରୁ କିଣିପାରିବେ । ତେବେ ମନ୍ତ୍ରାଳୟ ପକ୍ଷରୁ ଟିକାପ୍ରଦାନ ସମ୍ପର୍କିତ ସୂଚନା ଆଗୁଆ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ସୂଚିତ କରାଯିବ ବୋଲି କୁହାଯାଇଛି ।
ଜନସଂଖ୍ୟା, ଟିକା ଅପଚୟ ଓ ଆବଶ୍ୟକତାକୁ ଆଧାର କରି ଏହି ଟିକା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦୋକୁ ପ୍ରଦାନ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଜୁନ୍ ମାସ ପାଇଁ 609 କୋଟି କୋଭିଡ ଟିକାର ଡୋଜ୍ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯାଉଥିବା ଲୋକମାନଙ୍କ ପାଇଁ ପଠାଯିବ । ଯେଉଁଥିରେ ସ୍ୱାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା ଓ 45 ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକେ ରହିବେ ।












Click it and Unblock the Notifications