Get Updates
Get notified of breaking news, exclusive insights, and must-see stories!

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା : ତାପୋଭାନ ଟନେଲରୁ 12 ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା 53କୁ ବୃଦ୍ଧି

ଫେବୃଆରୀ 7 ତାରିଖରେ ଉତ୍ତରାଖଣ୍ଡର ଚାମୋଲିରେ ହୋଇଥିବା ହିମସ୍ଖଳନ ପରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତପୋବନ ଟନେଲରୁ ଗତକାଲି ଆଉ 12 ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା 53କୁ ବୃଦ୍ଧି ହୋଇଛି ।

ଡେରାଡୁନ୍ : ଫେବୃଆରୀ 7 ତାରିଖରେ ଉତ୍ତରାଖଣ୍ଡର ଚାମୋଲିରେ ହୋଇଥିବା ହିମସ୍ଖଳନ ପରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତପୋବନ ଟନେଲରୁ ଗତକାଲି ଆଉ 12 ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା 53କୁ ବୃଦ୍ଧି ହୋଇଛି ।

ଟନେଲରେ ପାଣି ଭରି ରହିଥିବାରୁ ସେଠାରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା । ଏକ ସପ୍ତାହ ଧରି ସେଠାରେ ଫସି ରହିଥିବା 30 ଜଣ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ଧାରକାରୀଦଳ ମାନେ ଟନେଲରେ ବଡ଼ ସୁଢଙ୍ଗ ସୃଷ୍ଟି କରି ଶନିବାର ଟନେଲରେ ପସି ଉଦ୍ଧାର କରୁଛନ୍ତି । ସେଠାରେ ଆହୁରି ଲୋକ ଫସିରହିଥିବା ନେଇ ସନ୍ଦେହ କରାଯାଉଛି ।

Tapoban-Tunnel

ଏନଟିପିସି ପ୍ରୋଜେକ୍ଟ ଜେନେରାଲ ମ୍ୟାନେଜର ଆର.ପି ଅହିରୱାଲ କହିଛନ୍ତି, ଟନେଲରେ ଫସି ରହିଥିବା ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଆମେ ତିନି-ରଣନୀତି ଅନୁଯାୟୀ କାର୍ଯ୍ୟ କରୁଛୁ । ଗତକାଲି ଆମେ କରିଥିବା ସୁଢଙ୍ଗ ଦେଇ କ୍ୟାମେରା ଏବଂ ପାଇପ୍ ଭର୍ତ୍ତି କରି ସେଠାରେ ଫସିରହିଥିବା ଲୋକଙ୍କ ପତ୍ତା ଲଗାଇବାକୁ ଚେଷ୍ଚା କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି , ଟନେଲରେ ଗଚ୍ଛିତ ଜଳ ନିଷ୍କାସନ ପାଇଁ ପାଇପ୍ ଲଗାଯାଇଛି । ସୂଚନାଯୋଗ୍ୟ, ଏନଟିପିସିର ତପୋବନ - ବିଷ୍ଣୁଗଡ ଜଳ ବିଦ୍ୟୁତ୍ ପ୍ରକଳ୍ପରେ ଭୟଙ୍କର ବନ୍ୟା ଆସିବା ପରେ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଠ ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଅଞ୍ଚଳରୁ 53 ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ 160 ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ତାପୋବନ ଟନେଲ ଭିତରେ ଏବେବି 20 ରୁ ଅଧିକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+