ପିଭି ସିନ୍ଧୁ, ଅଦନାନ ସାମିଙ୍କ ସମେତ 119 ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର

ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ପଦ୍ମ ପୁରସ୍କାର ସମାରୋହରେ ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ, ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ, ଗାୟକ ଅଦନନ୍ ସାମିଙ୍କ ସମେତ 119 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ନୂଆଦିଲ୍ଲୀ : ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ପଦ୍ମ ପୁରସ୍କାର ସମାରୋହରେ ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ, ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ, ଗାୟକ ଅଦନନ୍ ସାମିଙ୍କ ସମେତ 119 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ପଦ୍ମ ପୁରସ୍କାର ବିତରଣ ଉତ୍ସବରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସମସ୍ତଙ୍କୁ ସମ୍ମାନିତ କରିଛନ୍ତି ।

padmashree award
ଏହି ସମାରୋହରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଚଳିତ ବର୍ଷ 119 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ 7 ଟି ପଦ୍ମଭୂଷଣ, 10 ଟି ପଦ୍ମ ଭୂଷଣ ଏବଂ 102 ଟି ପଦ୍ମଶ୍ରୀ ପୁରସ୍କାର ରହିଛି । ଏହି ପୁରସ୍କାର ପାଇଥିବା ଲୋକଙ୍କ ମଧ୍ୟରୁ 29 ଜଣ ହେଉଛନ୍ତି ମହିଳା । ଏଥି ସହିତ, ଏହି ତାଲିକାରେ 16 ଜଣ ଅଛନ୍ତି ଯେଉଁମାନଙ୍କୁ ମରଣୋତ୍ତର ପୁରସ୍କାର ମିଳିଛି ଏବଂ ଜଣେ ଟ୍ରାନ୍ସଜେଣ୍ଡର ମଧ୍ୟ ଏଥିରେ ଅଛନ୍ତି ।

କଙ୍ଗନା ରାନାୱତ ଏବଂ ଗାୟକ ଅଦନନ୍ ସାମିଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଏଥି ସହିତ ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ହକି ଖେଳାଳି ରାନୀ ରାମପାଲଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଭାରତର ପ୍ରଥମ ମହିଳା ଏୟାର ମାର୍ଶଲ ପଦ୍ମା ବୃନ୍ଦୋପାଧ୍ୟାୟଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।

ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମରୋଣତ୍ତର ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କ ଝିଅ ବଂସୁରୀ ସ୍ୱରାଜ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଚଳିତ ବର୍ଷ କଳା ଜଗତରୁ କରନ ଜୋହର, ଏକତା କପୁର ଏବଂ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ।

ନ୍ୟୁଜ୍ ଏଜେନ୍ସି ANI ଟ୍ୱିଟ୍ ମାଧ୍ୟମରେ ସମସ୍ତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମ ସେୟାର କରିଛି । ଏହି ଟ୍ୱିଟରେ ଆପଣ ଚଳିତ ବର୍ଷ 119 ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମ ଦେଖିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+