ଉତ୍ତରାଖଣ୍ଡ : ପ୍ରବଳ ତୁଷାରପାତ ଏବଂ ଖରାପ ପାଗ ଯୋଗୁଁ 11 ଜଣ ପର୍ବତାରୋହୀ ମୃତ, ବାୟୁସେନାର ଉଦ୍ଧାର କାର୍ଯ୍ୟ ଜାରି
ପ୍ରବଳ ତୁଷାରପାତ ଏବଂ ଖରାପ ପାଗ ଯୋଗୁଁ 18 ଅକ୍ଟୋବରରେ ଗାଇଡ୍ ସମେତ 17 ଜଣ ପର୍ବତାରୋହୀ ରାସ୍ତା ଭୁଲିଯାଇଥିଲେ । ବାୟୁସେନା ଏଠାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏଥି ସହିତ, ଲାମଖାଗା ପାସକୁ ଯାଉଥିବା ଅଞ୍ଚଳଠାରୁ ଏପର୍ଯ୍ୟନ୍ତ 11 ଟି ମୃତଦେହ ଉଦ୍ଧାର କରାଯାଇଛ
ଦେହରାଡୁନ୍ : ଉତ୍ତରାଖଣ୍ଡର ଲାମଖାଗା ପାସରେ 17,000 ଫୁଟ ଉଚ୍ଚରେ ଭାରତୀୟ ବାୟୁସେନା ଏକ ବିଶାଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଯେଉଁଠାରେ ଅକ୍ଟୋବରରେ ପ୍ରବଳ ତୁଷାରପାତ ଏବଂ ଖରାପ ପାଗ ଯୋଗୁଁ 18 ଅକ୍ଟୋବରରେ ଗାଇଡ୍ ସମେତ 17 ଜଣ ପର୍ବତାରୋହୀ ରାସ୍ତା ଭୁଲିଯାଇଥିଲେ । ବାୟୁସେନା ଏଠାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏଥି ସହିତ, ଲାମଖାଗା ପାସକୁ ଯାଉଥିବା ଅଞ୍ଚଳଠାରୁ ଏପର୍ଯ୍ୟନ୍ତ 11 ଟି ମୃତଦେହ ଉଦ୍ଧାର କରାଯାଇଛି ।

ଅକ୍ଟୋବର ୨୦ ତାରିଖ ଦିନ ସରକାରୀ ଅଧିକାରୀମାନଙ୍କ ଠାରୁ 'ଏସ୍ଓଏସ୍' ପାଇବା ପରେ ଭାରତୀୟ ବାୟୁସେନା ହର୍ଷିଲ୍ରେ ପହଞ୍ଚିବା ଲାଗି ଦୁଇଟି 'ଆଡ୍ଭାନ୍ସ୍ଡ୍ ଲାଇଟ୍ ହେଲିକପ୍ଟର୍' (ଏଏଲ୍ଏଚ୍) ହେଲିକପ୍ଟର୍ ମୁତୟନ କରିଥିଲା । 19500 ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିବାକୁ ଅନୁମତି ମିଳୁଥିବା ଏହି 'ଏଏଲ୍ଏଚ୍'ରେ 'ନ୍ୟାସ୍ନାଲ୍ ଡିଜାଷ୍ଟର୍ ରେସ୍ପନ୍ସ୍'ର (ଏନ୍ଡିଆର୍ଏଫ୍) ୩ଜଣ କର୍ମଚାରୀଙ୍କୁ ନେଇ ଅକ୍ଟୋବର 20 ତାରିଖ ଅପରାହ୍ଣରେ ତଲାସ ଆରମ୍ଭ ହୋଇଥିଲା । କିନ୍ତୁ, କୌଣସି ସଫଳତା ମିଳି ନ ଥିଲା ।
ଅଧିକାରୀଙ୍କ କହିବାନୁସାରେ, ହେଲିକପ୍ଟର ଉଦ୍ଧାରକାରୀ ଦଳ ବର୍ତ୍ତମାନ ନିଖୋଜ ଥିବା ଲୋକଙ୍କୁ ଖୋଜି ଖୋଜି ଉଦ୍ଧାର କରିବା ପାଇଁ (ଶନିବାର) ସର୍ଚ୍ଚ ଅପରେସନ କରିବେ । ଉଦ୍ଧାରକାରୀ ଦଳ ମୃତଦେହକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛନ୍ତି । ବଞ୍ଚିଥିବା ଲୋକଙ୍କୁ ଉତ୍ତରାଖଣ୍ଡ ଜିଲ୍ଲା ଡାକ୍ତରଖାନାକୁ ପଠାଯିବା ପୂର୍ବରୁ ହାର୍ସିଲରେ ପ୍ରଥମେ ଚିକିତ୍ସା କରାଯାଇଥିଲା ।












Click it and Unblock the Notifications